Advertisment

ମକର ସଂକ୍ରାନ୍ତି: ଦାନ କରନ୍ତୁ ଏହି ସବୁ ଜିନିଷ, ଦୂର ହୋଇଯିବ ଧନର ଅଭାବ

ପୌଷ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ତଥା ଜାନୁଆରୀ ୧୪ ତାରିଖରେ ପାଳନ ହେବ ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରରେ ପ୍ରବେଶ କରିବେ । ଏଠାରେ ପ୍ରାୟ ଏକ ମାସ ରହିବେ ସୂର୍ଯ୍ୟ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ଦିନ ଲକ୍ଷ […]

ଅଦ୍ୟତନ ହୋଇଛି
ମକର ସଂକ୍ରାନ୍ତି: ଦାନ କରନ୍ତୁ ଏହି ସବୁ ଜିନିଷ, ଦୂର ହୋଇଯିବ ଧନର ଅଭାବ

donate

Advertisment

ପୌଷ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ତଥା ଜାନୁଆରୀ ୧୪ ତାରିଖରେ ପାଳନ ହେବ ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରରେ ପ୍ରବେଶ କରିବେ । ଏଠାରେ ପ୍ରାୟ ଏକ ମାସ ରହିବେ ସୂର୍ଯ୍ୟ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ, ଧର୍ମ ଆଦି କରିଥାନ୍ତି। ମକର ସଂକ୍ରାନ୍ତିରେ ଦାନପୁଣ୍ୟ କରିବା ଶୁଭ ହୋଇଥାଏ। ଏହି ଦିନ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ତେବେ ଏହି ଦିନ କେଉଁ ସବୁ ଜିନିଷଗୁଡିକୁ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଆସନ୍ତୁ ଜାଣିବା।

Advertisment

ରାଶି: ମକର ସଂକ୍ରାନ୍ତି ଦିନ ରାଶି ଦାନ କରିବା ଶୁଭ। କଳା ରାଶି ହେଉ ଅବା ଧଳା ରାଶି ଦାନ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ଖେଚୁଡି: ଏହି ଦିନ ଖେଚୁଡି ତିଆରି କରି ଖାଇବା ଶୁଭ ହୋଇଥାଏ। କେବଳ ସେତିକି ନୁହେଁ ଏହାକୁ ଦାନ କରିବା ତା'ଠାରୁ ମଧ୍ୟ ଶୁଭ ବୋଲି କୁହାଯାଏ।

Advertisment

ଗୁଡ: ମକର ସଂକ୍ରାନ୍ତି ଦିନ ଗୁଡ ଦାନ କରିବା ଶୁଭ। ଏହା ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବତାଙ୍କ କୃପା ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Khichdi in Makar sankranti

ତେଲ: ଏହି ଦିନ ତେଲ ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଏଭଳି କରିବା ଦ୍ୱାରା ଶନି ଦେବଙ୍କ ଆଶୀର୍ବାଦ ଲାଭ ହୁଏ।

ଶସ୍ୟ: ମାକର ସଙ୍କ୍ରାନ୍ତି ଦିନରେ ପାଞ୍ଚ ପ୍ରକାରର ଶସ୍ୟ ଦାନ କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ସେହିପରି ଘିଅ ଦାନ କରିବା ଦ୍ୱାରା କ୍ୟାରିଅର୍‌ରେ ସଫଳତା ମିଳିଥିଏ। ମକର ସଂକ୍ରାନ୍ତି ଦିନ ରାବିଡି ମଧ୍ୟ ଦାନ କରାଯାଏ। ଏଭଳି କରିବା ଶୁଭ ବୋଲି ମାନାଯାଏ।

ଲୁଣ: ଏହି ଦିନ ଏକ ନୂଆ ଲୁଣ ପ୍ୟାକେଟ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ଶୁକ୍ର ଗ୍ରହ ମଜଭୁତ ହୁଏ।

କମ୍ବଳ: ମକର ସଂକ୍ରାନ୍ତିରେ କମ୍ବଳ ଦାନ କରିବା ଶୁଭ। ଏଭଳି କରିବା ଦ୍ୱାରା ରାହୁ ଓ ଶନି ଶାନ୍ତି ହୁଅନ୍ତି।

ଚାରା: ଏହି ଦିନ ଗାଇକୁ ସବୁଜ ଚାରା ଖାଇବାକୁ ଦେଲେ ଶୁଭ ଫଳ ମିଳିଥାଏ।

ନୂଆ ପୋଷାକ: ଏହି ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ନୂତନ ପୋଷାକ ଦାନ କରାଯିବା ଉଚିତ୍। ଏହି ସବୁ ଜିନିଷ ଦାନ କରିବା ଦ୍ୱାରା ଘରୁ ଧନର ଅଭାବ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି।

Makar Sankranti 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe