Advertisment

ଲାଇଭ୍‌ ରିପୋର୍ଟିଂରେ ମହିଳା ରିପୋର୍ଟରଙ୍କୁ ଚୁମା, ଭିଡିଓ ଭାଇରାଲ୍‌

ଲୁଇସ୍‌ଭିଲେ: ଆମେରିକାର ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ରିପୋର୍ଟିଙ୍ଗ କରୁଥିବା ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ କ୍ୟାମେରା(On air Camera)ରେ ଜଣେ ବ୍ୟକ୍ତି ଚୁମ୍ବନ ଦେବା ପାଇଁ ପ୍ରୟାସ କରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଛି। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କେବଳ ପଶ୍ଚାତାପ କରିବାକୁ ପଡ଼ିନାହିଁ ବରଂ ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ରିପୋର୍ଟରଙ୍କ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଗତ ଶୁକ୍ରବାର […]

ଲାଇଭ୍‌ ରିପୋର୍ଟିଂରେ ମହିଳା ରିପୋର୍ଟରଙ୍କୁ ଚୁମା, ଭିଡିଓ ଭାଇରାଲ୍‌

live

Advertisment

ଲୁଇସ୍‌ଭିଲେ: ଆମେରିକାର ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ରିପୋର୍ଟିଙ୍ଗ କରୁଥିବା ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ କ୍ୟାମେରା(On air Camera)ରେ ଜଣେ ବ୍ୟକ୍ତି ଚୁମ୍ବନ ଦେବା ପାଇଁ ପ୍ରୟାସ କରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଛି। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କେବଳ ପଶ୍ଚାତାପ କରିବାକୁ ପଡ଼ିନାହିଁ ବରଂ ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ରିପୋର୍ଟରଙ୍କ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Advertisment

ଏହି ଘଟଣା ଗତ ଶୁକ୍ରବାର ଆମେରିକାର ଲୁଇସ୍‌ଭିଲେରେ ଘଟିଥିଲା

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ବୋର୍ବୋନ୍ ଏଣ୍ଡ୍ ବିୟନ୍ଡ୍ ମ୍ୟୁଜିକ୍ ଫେଷ୍ଟିଭାଲ୍ ଚାଲୁଥିଲା। ଏହି କାର୍ଯ୍ୟକ୍ରମର ଜଣେ ମହିଳା ରିପୋର୍ଟର ରିପୋର୍ଟିଂ କରୁଥିଲେ। ଲାଇଭ୍ ରିପୋର୍ଟିଂ ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କ ପଛରେ ପ୍ରଥମେ ଠିଆ ହୋଇ ଚାଲିଯାଉଛନ୍ତି। ପୁଣି ହଠାତ୍ ଉକ୍ତ ବ୍ୟକ୍ତି ଜଣକ ଆସି ରିପୋର୍ଟରଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏହି ସମୟରେ ରିପୋର୍ଟର ଜଣକ କୌଶଳ କ୍ରମେ ନିଜକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ରକ୍ଷା କରିଥିଲେ। ଯେହେତୁ ଏହା ଲାଇଭ୍ ପ୍ରୋଗ୍ରାମ୍ ଥିଲା ତେଣୁ ଏସବୁ ଘଟଣାର ଦୃଶ୍ୟ ଟିଭିରେ ପ୍ରସାରିତ ବି ହୋଇଥିଲା।

https://twitter.com/SRivestWAVE3/status/1175185533250801666

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏହି ଘଟଣାପରେ ମହିଳା ରିପୋର୍ଟର ଜଣକ ଟିକେ ଚିନ୍ତିତ ହୋଇଯାଇଥିଲେ। ହେଲେ ସେ ନିଜକୁ ସମ୍ଭାଳିଥିଲେ ଓ କହିଥିଲେ- ‘ଏହା ଠିକ୍‌ ନ ଥିଲା’। ଏହାପରେ ଆଙ୍କର ରିପୋର୍ଟରଙ୍କୁ କହିଥିଲେ, ‘ପୁଲିସ୍ ନିକଟକୁ ଯାଇ ଏହାର ଅଭିଯୋଗ କରନ୍ତୁ।’

Advertisment

https://twitter.com/SRivestWAVE3/status/1177241192582516736

ଘଟଣାର ତଦନ୍ତ ପରେ ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା। ତାଙ୍କ ବିରୋଧରେ ଶାରୀରିକ ଶୋଷଣ ମାମଲା ରୁଜୁ କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, ମାମଲା ରୁଜୁ ହେବାପରେ ବ୍ୟକ୍ତି ଜଣକ ଲିଖିତ ଭାବରେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe