Advertisment

ଫାଇନ୍‌ ପଡ଼ିଲା ବୋଲି ବାଇକ୍‌ରେ ନିଆଁ ଲଗାଇ ଦେଲେ ଯୁବକ

ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ଗାଡ଼ି ଚାଳକମାନେ ଭୟଭୀତ ଅଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଫାଇନ୍‌ ଦେବାକୁ ପଡୁଛି। ଏହି ନିୟମ ଅନୁସାରେ ଦିଲ୍ଲୀର ଜଣେ ବ୍ୟକ୍ତି ଟ୍ରାଫିକ୍‌ ନିୟନ ଉଲ୍ଲଙ୍ଘନ କରିବା ଯୋଗୁ ତାଙ୍କ ଉପରେ ଫାଇନ୍‌ ଲାଗିଥିଲା। କିନ୍ତୁ ବ୍ୟକ୍ତି ଜଣକ ଫାଇନ୍‌ ନ ଦେଇ ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। Delhi: A […]

ଫାଇନ୍‌ ପଡ଼ିଲା ବୋଲି ବାଇକ୍‌ରେ ନିଆଁ ଲଗାଇ ଦେଲେ ଯୁବକ

bike

Advertisment

ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ଗାଡ଼ି ଚାଳକମାନେ ଭୟଭୀତ ଅଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଫାଇନ୍‌ ଦେବାକୁ ପଡୁଛି।

Advertisment

ଏହି ନିୟମ ଅନୁସାରେ ଦିଲ୍ଲୀର ଜଣେ ବ୍ୟକ୍ତି ଟ୍ରାଫିକ୍‌ ନିୟନ ଉଲ୍ଲଙ୍ଘନ କରିବା ଯୋଗୁ ତାଙ୍କ ଉପରେ ଫାଇନ୍‌ ଲାଗିଥିଲା। କିନ୍ତୁ ବ୍ୟକ୍ତି ଜଣକ ଫାଇନ୍‌ ନ ଦେଇ ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

https://twitter.com/ANI/status/1169635678855942148

ସୂଚନା ଅନୁସାରେ ଏହି ଘଟଣାଟି ଦିଲ୍ଲୀର ମାଲବ୍ୟ ନଗର ପୁଲିସ ଷ୍ଟେସନ ପାଖରେ ଥିବା ତ୍ରିବେଣୀ କମ୍ପ୍ଲେକ୍ସ ପାଖରେ ଘଟିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା ଯୋଗୁ ସେହି ବ୍ୟକ୍ତିଙ୍କ ନାମରେ ୨୫ ହଜାର ଟଙ୍କାର ଚାଲାଣ କଟା ଯାଇଥିଲା। କିନ୍ତୁ ଟଙ୍କା ନ ଦେଇ ସେ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ତେବେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ନାମ ରାକେଶ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୁଲିସ ଷ୍ଟେସନରେ ରାକେଶଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।

Advertisment

ପୁଲିସର କହିବା ଅନୁସାରେ ମଦ ପିଇ ଗାଡ଼ି ଚଳାଇବା ଏବଂ ଅନ୍ୟ କିଛି ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ରାକେଶଙ୍କ ନାମରେ ୨୫ ହଜାର ଚାଲାଣ କଟା ଯାଇଥିଲା। ପିସିଆର୍‌ରୁ ଫୋନ୍‌ ଆସିବା ପରେ ପୁଲିସକୁ ଏହି ବିଷୟରେ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

: କାଲା ନ୍ୟୁଜ୍‌ (Kaala News)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe