Advertisment

କ୍ୱାରେଣ୍ଟାଇନ୍ ଲଭ୍ ଷ୍ଟୋରୀ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଚାରିଆଡ଼େ ଲକଡାଉନ ନିର୍ଦ୍ଦେଶ ଦିଆଯାଉଛି। ଭାରତ ଭଳି ବିଦେଶରେ ମଧ୍ୟ ଲକଡାଉନ୍ ପରିସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ପାଳନ କରି ସମସ୍ତେ ନିଜ ନିଜ ଘରେ ରହୁଛନ୍ତି ଏବଂ ସାମାଜିକ ଦୂରତ୍ୱ ବଜାୟ ରଖୁଛନ୍ତି। ଏହାରି ଭିତରେ ସୋଶାଲ ମିଡିଆରେ ଅନେକ ପ୍ରେମ କାହାଣୀର ଆରମ୍ଭ ଆମ ନଜରକୁ ଆସିଛି। କୁହାଯାଏ ପ୍ରେମ ଦୂରରେ ଥିଲେ ବି କମେ ନାହିଁ ବା ଆରମ୍ଭ ହେବାକୁ […]

କ୍ୱାରେଣ୍ଟାଇନ୍ ଲଭ୍ ଷ୍ଟୋରୀ...

love

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଚାରିଆଡ଼େ ଲକଡାଉନ ନିର୍ଦ୍ଦେଶ ଦିଆଯାଉଛି। ଭାରତ ଭଳି ବିଦେଶରେ ମଧ୍ୟ ଲକଡାଉନ୍ ପରିସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ପାଳନ କରି ସମସ୍ତେ ନିଜ ନିଜ ଘରେ ରହୁଛନ୍ତି ଏବଂ ସାମାଜିକ ଦୂରତ୍ୱ ବଜାୟ ରଖୁଛନ୍ତି। ଏହାରି ଭିତରେ ସୋଶାଲ ମିଡିଆରେ ଅନେକ ପ୍ରେମ କାହାଣୀର ଆରମ୍ଭ ଆମ ନଜରକୁ ଆସିଛି। କୁହାଯାଏ ପ୍ରେମ ଦୂରରେ ଥିଲେ ବି କମେ ନାହିଁ ବା ଆରମ୍ଭ ହେବାକୁ ବେଶୀ ସମୟ ନିଏ ନାହିଁ। ଏହାର କିଛି ଝଲକ ସମୟ ସମୟରେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

Advertisment

ନ୍ୟୁୟର୍କରୁ ଏକ ଭିଡିଓ ନିକଟରେ ଖୁବ୍ ଭାଇରାଲ ହୋଇଥିଲା। ଲକଡାଉନ୍ ବେଳେ ଜଣେ ଯୁବତୀ ଛାତ ଉପରେ ଏକା ନାଚୁଥିଲେ। ସେତେବେଳେ ଜଣେ ଯୁବକ ଡ୍ରୋନ୍ ସାହାଯ୍ୟରେ ତାଙ୍କ ନିକଟକୁ ଫୋନ ନଂ ଲେଖିକି ପଠାଇଥିଲେ। ତା'ପରେ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ତେବେ ପୁଣି ଏଭଳି କିଛି ରୋମାଣ୍ଟିକ୍ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଜଣେ ଯୁବକ ନିଜ ଫ୍ଲାଟରେ ରହୁଥିବା ଜଣେ ଯୁବତୀଙ୍କୁ ଓ୍ୱାଇନ୍ ଦେଉଛନ୍ତି।

Advertisment

ଗୋଲାପର ସହକ ପୋର୍ଟଲାଣ୍ଡରୁ ଏଭଳି ଭିଡିଓ ଭାଇରାଲ ହୋଇଛି। ଯୁବକ ଜଣକ ଉପର ମହଲାରେ ଥିବା ବେଳେ ତାର ଠିକ୍ ତଳ ମହଲାରେ ଯୁବତୀଙ୍କ ଘର। ନିଜ ଘର ଝରକା ପାଖରେ ଛିଡ଼ା ହୋଇ ତଳ ଘର ଝରକା ପାଖରେ ଛିଡ଼ା ହୋଇଥିବା ଯୁବତୀଙ୍କୁ ସେ ଓ୍ୱାଇନ୍ ଦେଉଛନ୍ତି। ତେବେ ଯୁବକ ଜଣକ ଓ୍ୱାଇନ ବୋତଲ ଧରିଥିବା ବେଳେ ଯୁବତୀ ତଳେ ଥାଇ ଗ୍ଲାସ୍ ବଢ଼େଇଛନ୍ତି। ପରେ ଯୁବକ ଗ୍ଲାସକୁ ଲକ୍ଷ୍ୟ କରି ସିଧା ଓ୍ୱାଇନ୍ ଢ଼ାଳୁଥିବା ଦେଖିବାକୁ ମିଳିଛି।

ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ମିଲିୟନ ଲୋକ ଦେଖିସାରିଲେଣି। ଯାହା ଜଣାପଡ଼ିଛି, ଯୁବତୀ ଜଣକ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁଡ ଚିୟର୍ସ କରିବାକୁ ଠିଆ ହୋଇଥିଲେ। ସେତେବେଳେ ଯୁବକ ଜଣକ ତାଙ୍କୁ ଗ୍ଲାସ୍ ଆଣିବାକୁ କହିଥିଲେ ଓ ପରେ ଉପର ମହଲାରୁ ଥାଇ ଗ୍ଲାସରେ ଓ୍ୱାଇନ୍ ଢ଼ାଳିଥିଲେ। ଏହି ଦୃଶ୍ୟକୁ ଆଖପାଖରେ ଥିବା ଲୋକ କ୍ୟାମେରାରେ କଏଦ କରିଦେଇଥିଲେ। ତେବେ ଏହି ଭିଡିଓଟି ଦେଖି ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। କେତେଜଣ ଦୁହିଁଙ୍କୁ ବିବାହ କରିନେବାକୁ ପରାମର୍ଶ ବି ଦେଉଛନ୍ତି। ସେହିପରି କେହି କେହି ସେମାନଙ୍କୁ ରୋମାଣ୍ଟିକ କପଲ୍ ବୋଲି କହୁଛନ୍ତି। ଅଧିକାଂଶ କହୁଛନ୍ତି ଏହା ଏକ କ୍ୱାରେଣ୍ଟାଇନ୍ ଲଭ୍ ଷ୍ଟୋରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe