Advertisment

ପ୍ରେମିକା ଟ୍ରେନ୍ ଡ୍ରାଇଭର୍, ସେଥିପାଇଁ ପ୍ରେମିକ କଲେ ଏମିତି କାମ

ସାଧାରଣତଃ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିଭିନ୍ନ ଉପାୟରେ ପ୍ରପୋଜ କରନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ପ୍ରେମିକଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ପ୍ରେମିକାକୁ ନିଆରା ଢଙ୍ଗରେ ପ୍ରପୋଜ କରିଛନ୍ତି। ଘଟଣାଟି ହେଉଛି ଆୟର୍ଲ୍ୟାଣ୍ଡର ରାଜଧାନୀ ଡବଲିନର, ଯେଉଁଠାରେ ପିୟର୍ସ ଷ୍ଟେସନରେ ଜଣେ ଲେଡି ଲୋକୋ ପାଇଲଟ୍ (ଟ୍ରେନ୍ ଡ୍ରାଇଭର୍)ଙ୍କୁ ତାଙ୍କ ପ୍ରେମିକ ଜବରଦସ୍ତ ଅନ୍ଦାଜରେ ପ୍ରପୋଜ କରିଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। Didn’t think […]

author-image
Ranjit Kumar Jena
ପ୍ରେମିକା ଟ୍ରେନ୍ ଡ୍ରାଇଭର୍, ସେଥିପାଇଁ ପ୍ରେମିକ କଲେ ଏମିତି କାମ

railway

ସାଧାରଣତଃ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିଭିନ୍ନ ଉପାୟରେ ପ୍ରପୋଜ କରନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ପ୍ରେମିକଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ପ୍ରେମିକାକୁ ନିଆରା ଢଙ୍ଗରେ ପ୍ରପୋଜ କରିଛନ୍ତି। ଘଟଣାଟି ହେଉଛି ଆୟର୍ଲ୍ୟାଣ୍ଡର ରାଜଧାନୀ ଡବଲିନର, ଯେଉଁଠାରେ ପିୟର୍ସ ଷ୍ଟେସନରେ ଜଣେ ଲେଡି ଲୋକୋ ପାଇଲଟ୍ (ଟ୍ରେନ୍ ଡ୍ରାଇଭର୍)ଙ୍କୁ ତାଙ୍କ ପ୍ରେମିକ ଜବରଦସ୍ତ ଅନ୍ଦାଜରେ ପ୍ରପୋଜ କରିଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

Advertisment

https://twitter.com/Clodagh1990/status/1338955280911130624?s=20

ଡିସେମ୍ବର ୧୬ ତାରିଖରେ ଏହି ଭିଡିଓଟି ଟୁଇଟରରେ ଶେଆର୍ ହୋଇଥିଲା। ଭିଡିଓ ଶେଆର୍ କରିଥିବା ବ୍ୟକ୍ତି ଜଣକ ଲେଖିଛନ୍ତି, ୧୩ ଘଣ୍ଟାର କ୍ଲାନ୍ତ ଯାତ୍ରା ପରେ ଏଭଳି ଉପହାରଠାରୁ ଆଉ କିଛି ଭଲ ହୋଇପାରିବ ନାହିଁ। ବ୍ୟକ୍ତ ଜଣକ ନିଜର ପ୍ରେମିକାଙ୍କୁ ପିୟର୍ସ ଷ୍ଟେସନରେ ପ୍ରପୋଜ କରିଛନ୍ତି, ଯିଏ ଟ୍ରେନର ଡ୍ରାଇଭର୍ ଥିଲେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ୧୩ହଜାରରୁ ଅଧିକ ଲାଇକ୍ସ ମିଳିଛି।

https://twitter.com/Clodagh1990/status/1338955613783650304?s=20

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଟ୍ରେନ୍ ପିୟର୍ସ ଷ୍ଟେସନରେ ଆସି ରହୁଛି। ଟ୍ରେନରୁ ପ୍ରେମିକଙ୍କର ପ୍ରେମିକା (ଲେଡି ଡ୍ରାଇଭର୍) ଓହ୍ଲାଉଛନ୍ତି। ଯାହା ପରେ ଯୁବତୀ ଜଣକ ନିଜ ପ୍ରେମିକଙ୍କ ପାଖକୁ ଯାଉଛି। ଷ୍ଟେସନରେ ଅପେକ୍ଷା କରିଥିବା ପ୍ରେମିକ ଆଣ୍ଠୁରେ ବସି ନିଜ ପ୍ରେମିକାକୁ ଫୁଲତୋଡ଼ା ଏବଂ ପାଖରେ ଥିବା ଏକ ବଡ଼ ବୋର୍ଡ ଦେଉଛନ୍ତି, ଯେଉଁଥିରେ ଲେଖାଥିଲା, ମୋତେ ବିବାହ କରିବ କି। ଯୁବତୀ ମଧ୍ୟ ହଁ ଭରିଥିଲେ।

Advertisment
Viral Video