Advertisment

ରଖେ ହରି, ତ ମାରେ କିଏ! ଭିଡିଓ ଦେଖିଲେ ଜାଣିବେ...

ସୋଶାଲ ମିଡିଆରେ ସମୟ ସମୟରେ ଏଭଳି ଅନେକ ଅଦ୍ଭୁଦ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ଓଡ଼ିଆରେ ଏକ ଲୋକପ୍ରିୟ ଢ଼ଗ ରହିଛି, ‘ରଖେ ହରି, ତ ମାରେ କିଏ!’, ଯାହାର ଅର୍ଥ ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ନିକଟରେ ଟ୍ୱିଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣଙ୍କୁ କିଛି […]

author-image
Pragnya Choudhury
ରଖେ ହରି, ତ ମାରେ କିଏ! ଭିଡିଓ ଦେଖିଲେ ଜାଣିବେ...

viral

ସୋଶାଲ ମିଡିଆରେ ସମୟ ସମୟରେ ଏଭଳି ଅନେକ ଅଦ୍ଭୁଦ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ଓଡ଼ିଆରେ ଏକ ଲୋକପ୍ରିୟ ଢ଼ଗ ରହିଛି, 'ରଖେ ହରି, ତ ମାରେ କିଏ!', ଯାହାର ଅର୍ଥ ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ନିକଟରେ ଟ୍ୱିଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣଙ୍କୁ କିଛି ଏଭଳି ଧାରଣା ହେବ। ମାତ୍ର କେଇଟା ସେକେଣ୍ଡରେ ସିଧାସଳଖ ମୃତ୍ୟୁ ମୁଖରୁ ଜଣେ ବ୍ୟକ୍ତି କିପରି ବଞ୍ଚିଯାଆନ୍ତି, ଭିଡିଓରେ ଦେଖିବାକୁ ମିଳିଛି।

Advertisment

ତେବେ ଏହା ଏକ ପୂରୁଣା ଭିଡିଓ। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏକ ଭୂସ୍ଖଳନ ହୋଇଥିଲା। ସେହି ସମୟରୁ ଏହି ଭିଡିଓଟି ସୋଶାଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ନିକଟରେ ଏହା ହ୍ୱାଟସ୍ ଆପ୍ ମେସେଞ୍ଜରରେ ଗୋଆର ଦୃଶ୍ୟ ବୋଲି ଦର୍ଶାଇ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ସମାନ ଭିଡିଓଟି ମେଘାଳୟର ବୋଲି ଦର୍ଶାଯାଇ ଖୁବ୍ ଭାଇରାଲେ ହୋଇଥିଲା। ହେଲେ ପ୍ରକୃତରେ ଏହା ହେଉଛି ଏକ ପୂରୁଣା ଭିଡିଓ।

ମେଟ୍ରୋ ଟିଭି ନ୍ୟୁଜ୍ ଅନୁଯାୟୀ, ଏହି ଭିଡିଓଟି ଇଣ୍ଡୋନେସିଆରେ ରେକର୍ଡ କରାଯାଇଛି। ଚଳିତବର୍ଷ ଏପ୍ରିଲ ୯ରେ ସେଠାରେ ଏହି ଭୂସ୍ଖଳନ ହୋଇଥିଲା।

Advertisment

ଭିଡିଓରେ ଜଣେ ବ୍ୟକ୍ତି ବିରାଟ ଭୂସ୍ଖଳନରେ ମରୁ ମରୁ କିଭଳି ବଞ୍ଚିଯାଇଛନ୍ତି, ତାହା ଦେଖିବାକୁ ମିଳିଛି। ଆଖି ପିଛୁଳାକେ ଗୁମ୍ଫାର ବିରାଟ ଭୂଅଂଶ ସ୍ଖଳିତ ହୋଇ ରାସ୍ତାରେ ପଡ଼େ। ଏତିକି ବେଳେ ସେପଟେ ନିଜ ଦୁଇ ଚକିଆ ଯାନରେ ଯାଉଥିବା ଜଣେ ବ୍ୟକ୍ତି ମାତ୍ରେ କେଇଟା ସେକେଣ୍ଡ ଭିତରେ ମୃତ୍ୟୁ ମୁଖରୁ ବଞ୍ଚିଯାନ୍ତି। ହେଲେ ତାଙ୍କ ବାଇକଟି ଭୂସ୍ଖଳନ ଯୋଗୁ ସମ୍ପୂର୍ଣ୍ଣ ପୋତି ହୋଇଯିବା ଦେଖିବାକୁ ମିଳୁଛି।

ପ୍ରକୃତ ଭୂସ୍ଖଳନର ଏଭଳି ଲୁମଟାଙ୍କୁରା ଭିଡିଓ ଦେଖିବା ପରେ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ। ଦେଖିଲା ପରେ ଆପଣ ନିଶ୍ଚୟ କହିବେ 'ରଖେ ହରି, ତ ମାରେ କିଏ!'

Viral Video Twitter