Advertisment

ଖାଇବାକୁ ଆସିଥିଲେ ଦିବ୍ୟାଙ୍ଗ, ମ୍ୟାକ୍ ଡୋନାଲ୍ଡର ଆତିଥ୍ୟ ସୃଷ୍ଟି କଲା ଉଦାହରଣ

ବ୍ୟସ୍ତବହୁଳ, କୋଳାହଳ ଜୀବନଶୈଳୀରେ ଏବେ ନିଜ ସ୍ୱାର୍ଥ ପାଇଁ ଅଧିକାଂଶ ବ୍ୟସ୍ତ। ହେଲେ ଏହାରି ଭିତରେ ବେଳେ ବେଳେ ଛୋଟିଆ ପଦକ୍ଷେପ ପରିଚୟ ବଦଳାଇ ଦିଏ। ତେଣିକି ସେ ବ୍ୟକ୍ତି ହୁଅନ୍ତୁ ଅବା କୌଣସି ସଂସ୍ଥା। ଏଭଳି କିଛି ମାନବିକତା ଦେଖାଇଛି ମ୍ୟାକ୍ ଡୋନାଲ୍ଡ ସଂସ୍ଥା। ଜଣେ ଦିବ୍ୟାଙ୍ଗ ମ୍ୟାକ୍ ଡୋନାଲ୍ଡକୁ ଆସିଥିଲେ ଖାଇବା ପାଇଁ। ଏହି ସମୟରେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ ଯେଉଁଭଳି ଆଚରଣ ବା ବ୍ୟବହାର ଦେଖାଇଛନ୍ତି ତାହା ଅନ୍ୟଙ୍କ ପାଇଁ ଉଦାହରଣ […]

ଖାଇବାକୁ ଆସିଥିଲେ ଦିବ୍ୟାଙ୍ଗ, ମ୍ୟାକ୍ ଡୋନାଲ୍ଡର ଆତିଥ୍ୟ ସୃଷ୍ଟି କଲା ଉଦାହରଣ

McD-1

Advertisment

ବ୍ୟସ୍ତବହୁଳ, କୋଳାହଳ ଜୀବନଶୈଳୀରେ ଏବେ ନିଜ ସ୍ୱାର୍ଥ ପାଇଁ ଅଧିକାଂଶ ବ୍ୟସ୍ତ। ହେଲେ ଏହାରି ଭିତରେ ବେଳେ ବେଳେ ଛୋଟିଆ ପଦକ୍ଷେପ ପରିଚୟ ବଦଳାଇ ଦିଏ। ତେଣିକି ସେ ବ୍ୟକ୍ତି ହୁଅନ୍ତୁ ଅବା କୌଣସି ସଂସ୍ଥା। ଏଭଳି କିଛି ମାନବିକତା ଦେଖାଇଛି ମ୍ୟାକ୍ ଡୋନାଲ୍ଡ ସଂସ୍ଥା।

Advertisment

ଜଣେ ଦିବ୍ୟାଙ୍ଗ ମ୍ୟାକ୍ ଡୋନାଲ୍ଡକୁ ଆସିଥିଲେ ଖାଇବା ପାଇଁ। ଏହି ସମୟରେ ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀ ଯେଉଁଭଳି ଆଚରଣ ବା ବ୍ୟବହାର ଦେଖାଇଛନ୍ତି ତାହା ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।  ଜଣେ କର୍ମଚାରୀ ନିଜ ହାତରେ ଦିବ୍ୟାଙ୍ଗଙ୍କୁ ଖୁଆଇ ଦେଇଥିଲେ। ଏହି 15 ସେକେଣ୍ଡର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି।

https://twitter.com/TheoShantonas/status/1329508646678654977

ଭାଇରାଲ ଭିଡିଓରେ ଦିବ୍ୟାଙ୍ଗ ଜଣଙ୍କ ଖାଇବା ଟେବୁଲ ପାଖରେ ପହଞ୍ଚିଥିଲେ। ଆଉ କର୍ମଚାରୀ ଜଣଙ୍କ ତାଙ୍କୁ ନିଜ ହାତରେ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଜଣେ କର୍ମଚାରୀ ଦିବ୍ୟାଙ୍ଗଙ୍କ ପାଇଁ ମୃଦୁ ପାନୀୟ ବ୍ୟବସ୍ଥା ମଧ୍ୟ କରିଥିବା ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe