Advertisment

ଭାଇରାଲ ହେଉଛି ଧର୍ମପାଲଙ୍କ ଭିଡିଓ, ଆପଣ ବି ଖୁସି ହୋଇଯିବେ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ହସ୍ପିଟାଲ ବେଡରେ ଶୋଇ ରହି ମଧ୍ୟ ଭୁଲି ନାହାନ୍ତି ଦେଶଭକ୍ତି । ଅସୁସ୍ଥ ଥାଇ ମଧ୍ୟ ଦେଶଭକ୍ତି ଗୀତ ଶୁଣି ଝୁମି ଯାଉଛନ୍ତି ଏମଡିଏଚ କମ୍ପାନୀ ମାଲିକ ମହାଶୟ ଧର୍ମପାଲ ଗୁଲାଟି । କେବଳ ସତିକି ନୁହଁ ଗୀତର ତଳେ ତାଳେ ତାଳି ମଧ୍ୟ ମାରୁଛନ୍ତି ଏବଂ ବେଳେ ବେଳ ଗୀତ ଗାଇ ମଧ୍ୟ ଦେଇଛନ୍ତି ଧର୍ମପାଳ । ଗତକାଲି  ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଧର୍ମପାଳଙ୍କ ଏଭଳି ଏକ ଭିଡିଓ ଏବେ ସାମ୍ନା […]

ଅଦ୍ୟତନ ହୋଇଛି
ଭାଇରାଲ ହେଉଛି ଧର୍ମପାଲଙ୍କ ଭିଡିଓ, ଆପଣ ବି ଖୁସି ହୋଇଯିବେ

dharmapal-last-vedio

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ହସ୍ପିଟାଲ ବେଡରେ ଶୋଇ ରହି ମଧ୍ୟ ଭୁଲି ନାହାନ୍ତି ଦେଶଭକ୍ତି । ଅସୁସ୍ଥ ଥାଇ ମଧ୍ୟ ଦେଶଭକ୍ତି ଗୀତ ଶୁଣି ଝୁମି ଯାଉଛନ୍ତି ଏମଡିଏଚ କମ୍ପାନୀ ମାଲିକ ମହାଶୟ ଧର୍ମପାଲ ଗୁଲାଟି । କେବଳ ସତିକି ନୁହଁ ଗୀତର ତଳେ ତାଳେ ତାଳି ମଧ୍ୟ ମାରୁଛନ୍ତି ଏବଂ ବେଳେ ବେଳ ଗୀତ ଗାଇ ମଧ୍ୟ ଦେଇଛନ୍ତି ଧର୍ମପାଳ । ଗତକାଲି  ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଧର୍ମପାଳଙ୍କ ଏଭଳି ଏକ ଭିଡିଓ ଏବେ ସାମ୍ନା ଆସିଛି । ଯାହା ସୋଶାଲ ମିଡିଆର ଭାଇରାଲ ହେବାରେ ଲାଗିଛି । ଏହା ତାଙ୍କ ଶେଷ ଭିଡିଓ ବୋଲି ମଧ୍ୟ କୁହାଯାଉଛି।

Advertisment

ଫିଲ୍ମ ମେକର ବିବେକ ରାଜନ ଅଗ୍ନିହୋତ୍ରୀ ଏହି ଭିଡିଓକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି, “ଆଜିର ଦିନରେ ଏହା ସବୁଠାରୁ ଭାବୁକ କରୁଥିବା ଭିଡିଓ । ନିଜ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏମଡିଏଚ କମ୍ପାନୀ ମାଲିକ ସ୍ୱର୍ଗତ ଧର୍ମପାଲ ଜିଙ୍କ ହୃଦୟରେ ଦେଶଭକ୍ତି ଜୀବିତ ହୋଇ ରହିଥିଲା । ତାଙ୍କର ଏହି ଭିଡିଓ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରୁଛି ।”

Advertisment

ତେବେ ଧର୍ମପାଲଙ୍କ ଏହି ଭିଡିଓଟି ଶେଷ ଭିଡିଓ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ଟ୍ୱିଟରରେ କିନ୍ତୁ ଏହା ତାଙ୍କ ଶେଷ ଭିଡିଓ ବୋଲି ଟ୍ରେଣ୍ଡ କରୁଛି । କରୋନାକୁ ମାତ ଦେଇଥିବା ଧର୍ମପାଲ ଗୁଲାଟିଙ୍କ ଗୁରୁବାର ସକାଳା ହୃଦଘାତରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe