Advertisment

ମଇଦାନରେ ବୟସ୍କଙ୍କୁ ମାତ୍ ଦେଉଛନ୍ତି କୁନି ପହିଲମାନ

ସାଧାରଣତଃ ଆପଣମାନେ ବୟସ୍କ ପହିଲମାନଙ୍କୁ ଦେଖିଥିବେ, ଯେଉଁମାନଙ୍କ ଆକାର ବିଶାଳ ହୋଇଥାଏ। କିନ୍ତୁ କେବେ ୧୦ ବର୍ଷୀୟ ପହିଲମାନଙ୍କୁ ଦେଖିଛନ୍ତି କି । ଯିଏକି ନିଜ ବୟସଠାରୁ ଅଧିକ ବୟସ୍କ ପହିଲମାନଙ୍କୁ ମଧ୍ୟ ପରାଜିତ କରିଦିଅନ୍ତି। ଏଭଳି ହିଁ ଜଣେ କୁନି ପହିଲମାନ ହେଉଛନ୍ତି ଜାପାନର କ୍ୟୁଟା କୁମାଗାଇ । ଇଣ୍ଟରନେଟ୍‌ରେ ଏବେ ଏହି ୧୦ ବର୍ଷୀୟ ସୁମୋ ପହିଲମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।  କ୍ୟୁଟା କୁମାଗାଇଙ୍କ ଓଜନ ୮୫ କିଲୋ ରହିଛି। ଏତେ କମ୍‌ ବୟସରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମଇଦାନରେ ବୟସ୍କଙ୍କୁ ମାତ୍ ଦେଉଛନ୍ତି କୁନି ପହିଲମାନ

10 year old sumo champion

ସାଧାରଣତଃ ଆପଣମାନେ ବୟସ୍କ ପହିଲମାନଙ୍କୁ ଦେଖିଥିବେ, ଯେଉଁମାନଙ୍କ ଆକାର ବିଶାଳ ହୋଇଥାଏ। କିନ୍ତୁ କେବେ ୧୦ ବର୍ଷୀୟ ପହିଲମାନଙ୍କୁ ଦେଖିଛନ୍ତି କି । ଯିଏକି ନିଜ ବୟସଠାରୁ ଅଧିକ ବୟସ୍କ ପହିଲମାନଙ୍କୁ ମଧ୍ୟ ପରାଜିତ କରିଦିଅନ୍ତି। ଏଭଳି ହିଁ ଜଣେ କୁନି ପହିଲମାନ ହେଉଛନ୍ତି ଜାପାନର କ୍ୟୁଟା କୁମାଗାଇ ।publive-image

Advertisment

ଇଣ୍ଟରନେଟ୍‌ରେ ଏବେ ଏହି ୧୦ ବର୍ଷୀୟ ସୁମୋ ପହିଲମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।  କ୍ୟୁଟା କୁମାଗାଇଙ୍କ ଓଜନ ୮୫ କିଲୋ ରହିଛି। ଏତେ କମ୍‌ ବୟସରେ ମଇଦାନରେ ନିଜ ଠାରୁ ଢ଼େର ବୟସ୍କ ପହିଲମାନଙ୍କୁ ଚିତ୍‌ କରି ଦିଅନ୍ତି ଏହି କୁନି ପହିଲମାନ। ବୟସ୍କ ପହିଲାମାନଙ୍କୁ ପରାଜିତ କରିବା ପାଇଁ ତାଙ୍କୁ ଭଲ ଲାଗେ।

Advertisment


କ୍ୟୁଟା କୁମାଗାଇ, ସୁମୋ ପ୍ରତିଯୋଗୀତାରେ ଅଣ୍ଡର-୧୦ ୱାର୍ଲ୍ଡ ଚାମ୍ପିଅନସିପ ଜିତି ସାରିଛନ୍ତି। କ୍ୟୁଟାଙ୍କ ବାପା ହିଁ ତାଙ୍କୁ ଟ୍ରେନିଂ ଦିଅନ୍ତି। ସପ୍ତାହରେ ୬ ଦିନ ସେ କ୍ୟୁଟାଙ୍କୁ ସୁମେ କ୍ଲବରେ ଟ୍ରେନିଂ ଦିଅନ୍ତି। ୱେଟଲିଫ୍ଟିଂ ଠାରୁ ଆରମ୍ଭ କରି ସୁଇମିଂ ସବୁ କିଛି କରନ୍ତି ଏହି କୁନି ପହିଲମାନ। ଏଥିପାଇଁ ଦିନରାତି ତାଙ୍କୁ କରିବାକୁ ପଡେ ଅନେକ ପରିଶ୍ରମ। କଠିନ ଟ୍ରେନିଂ ବେଳେ ବେଳେ ତାଙ୍କୁ ଯନ୍ତ୍ରଣା ମଧ୍ୟ ଦିଏ । ଏଥିପାଇଁ ସେ କାନ୍ଦି ମଧ୍ୟ ପକାନ୍ତି।

କ୍ୟୁଟାଙ୍କ ବାପା କୁହନ୍ତି, 'ସୁମୋ ପହିଲମାନ ପାଇଁ ଯାହା ସବୁ ଦରକାର ସେ ସବୁ ଶିକ୍ଷା କରୁଛି। ଅଧିକାଂଶ ସମୟରେ ସେ ଆପେ ଆପେ ଅନେକ ଜିନିଷ ଶିକ୍ଷା ଲାଭ କରି ନିଜ ଟ୍ରେନିଂରେ ବ୍ୟବହାର କରୁଛି। ନିଜ ଡାଇଟ୍‌ ଚାର୍ଟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛି କ୍ୟୁଟା।'


ରିପୋର୍ଟ ମୁତାବକ, କ୍ୟୁଟାଙ୍କ ସ୍ବାଭବ ବେଶ ଲାଜକୁରା।  ସେ ପ୍ରତିଦିନ ୨୭୦୦ରୁ ୪୦୦୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତି। ଏଥିରେ ଏକ ଲିଟର କ୍ଷୀର ମଧ୍ୟ ସାମିଲ ଅଛି। କ୍ୟୁଟା ନିଜ ଶରୀରରେ ପ୍ରୋଟିନର ମାତ୍ରାକୁ ଧ୍ୟାନରେ ରଖି ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଖା'ନ୍ତି। ବାପାଙ୍କ ଟ୍ରେନିଂ ଏବଂ କୁନି ସୁମୋ ପହିଲମାନଙ୍କ ଏଭଳି କଠିନ ପରିଶ୍ରମକୁ ଦେଖି ଏବେ ଇଣ୍ଟରନେଟରେ ୟୁଜର୍ସମାନେ ପ୍ରଶଂସା କରିବାରେ ଲାଗିଛନ୍ତି । କ୍ୟୁଟାଙ୍କ ଟ୍ରେନିଂ ବେଳର ଫଟୋ ଏବଂ କିଛି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।