Advertisment

ମୋଦିଙ୍କୁ ଏମିତି ଉପଦେଶ ଦେବେ କହି ଚର୍ଚ୍ଚାରେ ଏହି ସୁନ୍ଦରୀ

ନୂଆଦିଲ୍ଲୀ: ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମିସ୍‌ କୋହିମା ସୁନ୍ଦରୀ ପ୍ରତିଯୋଗିତା-୨୦୧୯ର ଦ୍ୱିତୀୟ ରନର୍‌ ଅପ୍‌ ବିକୌନୌ ସଚୁ। ଏହି ଭିଡିଓଟି ଉକ୍ତ ପ୍ରତିଯୋଗିତା ସମୟର ଓ ଏଥିରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଏକ ପ୍ରଶ୍ନ କରାଯାଇଛି। ଆଉ ଏହାର ଜବାବରେ ସେ ଯାହା କହିଛନ୍ତି, ତାହା ହିଁ ହୋଇଛି ଆଲୋଚ୍ୟର ବିଷୟ। ବିକୌନୌ ସଚୁଙ୍କୁ ପଚରାଯାଇଥିଲା ଯେ ଯଦି କେବେ ପ୍ରଧାନମନ୍ତ୍ରୀ ତାଙ୍କୁ ଆଲୋଚନା […]

ମୋଦିଙ୍କୁ ଏମିତି ଉପଦେଶ ଦେବେ କହି ଚର୍ଚ୍ଚାରେ ଏହି ସୁନ୍ଦରୀ

q

Advertisment

ନୂଆଦିଲ୍ଲୀ: ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମିସ୍‌ କୋହିମା ସୁନ୍ଦରୀ ପ୍ରତିଯୋଗିତା-୨୦୧୯ର ଦ୍ୱିତୀୟ ରନର୍‌ ଅପ୍‌ ବିକୌନୌ ସଚୁ। ଏହି ଭିଡିଓଟି ଉକ୍ତ ପ୍ରତିଯୋଗିତା ସମୟର ଓ ଏଥିରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଏକ ପ୍ରଶ୍ନ କରାଯାଇଛି। ଆଉ ଏହାର ଜବାବରେ ସେ ଯାହା କହିଛନ୍ତି, ତାହା ହିଁ ହୋଇଛି ଆଲୋଚ୍ୟର ବିଷୟ।

Advertisment

ବିକୌନୌ ସଚୁଙ୍କୁ ପଚରାଯାଇଥିଲା ଯେ ଯଦି କେବେ ପ୍ରଧାନମନ୍ତ୍ରୀ ତାଙ୍କୁ ଆଲୋଚନା କରିବା ପାଇଁ ନିମନ୍ତ୍ରଣ କରନ୍ତି, ତା’ହେଲେ ସେ ତାଙ୍କୁ କ’ଣ କହିବେ? ଏହାର ଉତ୍ତରର ସେ କହିଥିଲେ, “ଯଦି ମୋତେ ଭାରତର ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରନ୍ତି, ତା’ହେଲେ ମୁଁ ତାଙ୍କୁ ଗାଈଙ୍କୁ ଛାଡ଼ି ମହିଳାଙ୍କ ଉପରେ ଫୋକସ୍‌ କରିବା ପାଇଁ କହିବି।” ତାଙ୍କର ଉତ୍ତର ଶୁଣି ଉପସ୍ଥିତ ଲୋକେ ଖୁବ୍‌ ହସି ଥିଲେ।

https://twitter.com/RizviUzair/status/1183848111715700736

ସୂଚନାଯୋଗ୍ୟ, ଅକ୍ଟୋବର ୫ ତାରିଖରେ ମିସ୍ କୋହିମା ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe