Advertisment

ପାକିସ୍ତାନ କ୍ରିକେଟ୍‌ ଟିମ୍‌ ହାରିବା ପଛରେ ପିଜା, ବର୍ଗରକୁ ଦାୟୀ କଲେ ଫ୍ୟାନ୍‌

ଇସ୍‌ଲମ୍‌ବାଦ୍‌: ଚଳିତ ବିଶ୍ୱକପ୍‌ରେ ୧୬ ଜୁନ୍‌ରେ ଥିବା ଭାରତ ପାକିସ୍ତାନ ମ୍ୟାଚ୍‌ ପାଇଁ ସମସ୍ତଙ୍କ ମଧ୍ୟରେ କେତେ ଉତ୍ସାହ ଥିଲା ଆପଣ ତ ଜାଣିଥିବେ। ଭାରତ ଟିମ୍‌ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଥିଲା। ପାକିସ୍ତାନ ହାରିବା ପରେ ଏବେ ସୋଶାଲ୍‌ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଏବଂ ଭିଡିଓ ଭାଇରାଲ୍‌ ହେଉଛି। କେଉଁଠି ପାକିସ୍ତାନ କ୍ରିକେଟ୍‌ ଟିମ୍‌ କ୍ୟାପ୍‌ଟେନ୍‌ ସରଫ୍‌ରାଜ୍‌ ପଡ଼ିଆ ଭିତରେ ହାଇ ମାରୁଛନ୍ତି ତ, ଆଉ କେଉଁଠି ଭାରତୀୟ ଖେଳାଳିଙ୍କ ଆଗରେ […]

ପାକିସ୍ତାନ କ୍ରିକେଟ୍‌ ଟିମ୍‌ ହାରିବା ପଛରେ ପିଜା, ବର୍ଗରକୁ ଦାୟୀ କଲେ ଫ୍ୟାନ୍‌

p11

Advertisment

ଇସ୍‌ଲମ୍‌ବାଦ୍‌: ଚଳିତ ବିଶ୍ୱକପ୍‌ରେ ୧୬ ଜୁନ୍‌ରେ ଥିବା ଭାରତ ପାକିସ୍ତାନ ମ୍ୟାଚ୍‌ ପାଇଁ ସମସ୍ତଙ୍କ ମଧ୍ୟରେ କେତେ ଉତ୍ସାହ ଥିଲା ଆପଣ ତ ଜାଣିଥିବେ। ଭାରତ ଟିମ୍‌ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଥିଲା। ପାକିସ୍ତାନ ହାରିବା ପରେ ଏବେ ସୋଶାଲ୍‌ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଏବଂ ଭିଡିଓ ଭାଇରାଲ୍‌ ହେଉଛି। କେଉଁଠି ପାକିସ୍ତାନ କ୍ରିକେଟ୍‌ ଟିମ୍‌ କ୍ୟାପ୍‌ଟେନ୍‌ ସରଫ୍‌ରାଜ୍‌ ପଡ଼ିଆ ଭିତରେ ହାଇ ମାରୁଛନ୍ତି ତ, ଆଉ କେଉଁଠି ଭାରତୀୟ ଖେଳାଳିଙ୍କ ଆଗରେ ପାକିସ୍ତାନ ଖେଳାଳୀ ମୁଣ୍ଡିଆ ମାରୁଛନ୍ତି।

Advertisment

https://twitter.com/RVCJ_FB/status/1140335722462949377

ଏହି ସବୁ ମିମ୍ସ ଏବେ ସୋଶାଲ୍‌ ମିଡିଆରେ ଖୁବ୍‌  ଭାଇରାଲ ହେଉଛି। ଏବେ ପାକିସ୍ତାନର ହାରିବାକୁ ନେଇ ଆଉ ଗୋଟେ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ହାରିବାର କାରଣ ପିଜା ଏବଂ ବର୍ଗର ବୋଲି ଜଣେ ପାକିସ୍ତାନ ପ୍ରଶଂସକ କହୁଛନ୍ତି।  ଏହାର ଅର୍ଥ ନିଜ ଦେଶର ଲୋକ ମଧ୍ୟ ନିଜ ଖେଳାଳିଙ୍କୁ ଟ୍ରଲ୍‌ କରିବାକୁ ପଛାଉ ନାହାନ୍ତି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନ ସହ ଭାରତର ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଏହାକୁ ଖୁବ୍‌ ଶେଆର୍‌ କରୁଛନ୍ତି।

https://twitter.com/RVCJ_FB/status/1140300106488590336

ଭିଡିଓରେ ବ୍ୟକ୍ତି ଜଣଙ୍କ କହୁଛନ୍ତି ‘ଫିଟ୍‌ନେସ୍‌ ବୋଲି କିଛି ଜିନିଷ ଅଛି। ପିଜା ଏବଂ ବର୍ଗର ଖାଇ ଏମାନେ ମ୍ୟାଚ୍‌ ଖେଳୁଛନ୍ତି’। ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ଏହି ଭିଡିଓକୁ ଶେଆର୍‌ କରିଛନ୍ତି।

Advertisment

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ମ୍ୟାଚ୍‌ ହାରିବା ପରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ ପାର୍ଟି କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା। ସେଥିରେ ଟିମ୍‌ର ସଦସ୍ୟ ମାନେ ପିଜା, ବର୍ଗର ଇତ୍ୟାଦି ଖାଇ ପାର୍ଟି କରୁଥିଲେ।

ଦେଖନ୍ତୁ ଭିଡିଓ..

https://twitter.com/Squirrel_Soul/status/1140410647731044352

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe