monkey
ସୋଶାଲ ମିଡିଆରେ ବେଳେ ବେଳେ ମଜାଦାର ଭିଡିଓମାନ ଦେଖିବାକୁ ମିଳିଥାଏ। ଏବେ ଏକ ମାଙ୍କଡ଼ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲୋକ ଏହାକୁ ଖୁବ ପସନ୍ଦ ବି କରୁଛନ୍ତି।
ଆପଣ କେବେ ମାଙ୍କଡ଼ କଫି ପିଇବା ଦେଖିଛନ୍ତି? ଆମେ କିନ୍ତୁ ଦେଖିବାକୁ ପାଇଛୁ ଏକ ଭାଇରାଲ ଭିଡିଓରେ। ଏଣୁ ଆପଣମାନଙ୍କୁ ବି ମାଙ୍କଡ଼ର ଏଭଳି କାର୍ଯ୍ୟକଳାପ ଦେଖାଇବାକୁ ଚିନ୍ତା କଲୁ।
ହାତରେ କପ ଧରି ମାଙ୍କଡ଼ ପିଉଛି କଫି। କେବଳ ଏତିକି ନୁହେଁ, ଚୌକିରେ ବସି ମଣିଷଙ୍କ ଭଳି ହାତରେ କପ୍ ଧରି ଚୁସକି ନେଇ କଫି ପିଉଛି ମାଙ୍କଡ଼।
ଭିଡିଓଟି ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଭିଡିଓଟି ଶେୟାର କରି ସେ ଲେଖିଛନ୍ତି, "ଏକ ଷ୍ଟ୍ରଙ୍ଗ୍ କଫି ପିଇବା ପରେ ଠିକ୍ ମଣିଷଙ୍କ ଭଳି ମାଙ୍କଡ଼ ବି ପ୍ରତିକ୍ରିୟା ଦେଇଛି। ମାଙ୍କଡ଼ ଆମ ପୂର୍ବଜ ବୋଲି ଏହା ଆଉ ଏକ ପ୍ରମାଣ।"
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/monkey.jpg)