Advertisment

କିଙ୍ଗ୍ କୋବ୍ରା ସହ ଯୁଦ୍ଧ କରି ଶେଷରେ ଜିତିଲା ମାଙ୍କଡ଼

ଅନେକ ସମୟରେ କେବେ ନ ଦେଖିବା ଦୃଶ୍ୟ ସବୁ ସୋଶାଲ ମିଡିଆ ଜରିଆରେ ଦେଖିବାକୁ ମିଳିଥାଏ। ଲୋକେ ଏଭଳି ଅଭୂତ ପୂର୍ବ ଦୃଶ୍ୟର ମଜା ବି ନିଅନ୍ତି ଆଉ ଅନ୍ୟମାନଙ୍କ ସହ ଶେୟାର ମଧ୍ୟ କରିଥାନ୍ତି। ଆଉ ଅଧିକରୁ ଅଧିକ ଭ୍ୟୁ, କମେଣ୍ଟ, ଶେୟାର ହେଲେ ଭିଡିଓ ହୋଇଯାଏ ଭାଇରାଲ। ତେବେ ମାଙ୍କଡ଼ ଓ ଅହିରାଜ୍ ସାପର ଫାଇଟିଂ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ସୋଶାଲ ମିଡିଆ ନ ଥିଲେ, ହୁଏତ ଆପଣ […]

କିଙ୍ଗ୍ କୋବ୍ରା ସହ ଯୁଦ୍ଧ କରି ଶେଷରେ ଜିତିଲା ମାଙ୍କଡ଼

king-cobra-and-monkey

Advertisment

ଅନେକ ସମୟରେ କେବେ ନ ଦେଖିବା ଦୃଶ୍ୟ ସବୁ ସୋଶାଲ ମିଡିଆ ଜରିଆରେ ଦେଖିବାକୁ ମିଳିଥାଏ। ଲୋକେ ଏଭଳି ଅଭୂତ ପୂର୍ବ ଦୃଶ୍ୟର ମଜା ବି ନିଅନ୍ତି ଆଉ ଅନ୍ୟମାନଙ୍କ ସହ ଶେୟାର ମଧ୍ୟ କରିଥାନ୍ତି। ଆଉ ଅଧିକରୁ ଅଧିକ ଭ୍ୟୁ, କମେଣ୍ଟ, ଶେୟାର ହେଲେ ଭିଡିଓ ହୋଇଯାଏ ଭାଇରାଲ। ତେବେ ମାଙ୍କଡ଼ ଓ ଅହିରାଜ୍ ସାପର ଫାଇଟିଂ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ସୋଶାଲ ମିଡିଆ ନ ଥିଲେ, ହୁଏତ ଆପଣ ଏଭଳି ଦୃଶ୍ୟ ନିଜ ଜୀବନକାଳରେ କେବେ ଦେଖିବାକୁ ପାଇଥାନ୍ତେ।

Advertisment

ଏକ ଅହିରାଜ ବା କିଙ୍ଗ୍ କୋବ୍ରା ହଠାତ୍ ଏକ ମାଙ୍କଡ଼ ସାମ୍ନାକୁ ଆସିଯାଏ ଏବଂ ମାଙ୍କଡ଼କୁ ଆକ୍ରମଣ କରିବା ଆରମ୍ଭ କରିଦିଏ। ଏନେଇ ମାଙ୍କଡ଼ ଆଦୌ ଭୟଭୀତ ନ ହୋଇ କୋବ୍ରାକୁ ସାମ୍ନା କରେ। ମାଙ୍କଡ଼ଟି କୋବ୍ରାର ଆକ୍ରମଣର ଉତ୍ତର ଦିଏ।

ଖୁବ୍ ଚତୁରତାର ସହ ଉଭୟ 2 ମିନିଟ୍ ପର୍ଯ୍ୟନ୍ତ ଲଢ଼େଇ କରନ୍ତି। ଇତି ମଧ୍ୟରେ ମାଙ୍କଡ଼ଟି ସାପ ପଛକୁ ଯାଇ ତାର ଲାଞ୍ଜ ଧରିବାକୁ ଚେଷ୍ଟା କରିଥାଏ। କୋବ୍ରା ଅନେକ ଥର ମାଙ୍କଡ଼କୁ ଆକ୍ରମଣ କରିବାକୁ ଚେଷ୍ଟା କଲେ ବି ମାଙ୍କଡ଼ ସବୁ ଚେଷ୍ଟାକୁ ବିଫଳ କରିଦେଲା। ଶେଷରେ କୋବ୍ରା ହାର ସ୍ୱୀକାର କରି ପଳାୟନ କଲା ଆଉ ମାଙ୍କଡ଼ ଜିତିଲା।

Advertisment

ପ୍ରାୟ ଦୁଇ ମିନିଟର ଏହି ଭିଡିଓଟିକୁ ଶେୟାର କରିଛନ୍ତି ଆଇଏଫଏସ୍ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଥମେ ଶେୟାର କରିଛନ୍ତି। ଭିଡିଓଟି ଶେୟାର କରିବା ସହ ସୁଶାନ୍ତ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ପଞ୍ଜୁରୀରୁ ଏମାନଙ୍କୁ ମୁକ୍ତ କରାଯାଉ। ଜଙ୍ଗଲ ହିଁ ଏମାନଙ୍କ ପ୍ରକୃତ ସ୍ଥାନ ବୋଲି କହିଛନ୍ତି ସୁଶାନ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe