ପିଲା ଚୋରାଇବାକୁ ବାଇକ୍ ନେଇ ଆସିଥିଲା ମାଙ୍କଡ଼!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ ହେଉଥାଏ। ହେଲେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଏବେ ଏଭଳି ଏକ ଚକିତ କରିଦେଲା ଭଳି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଏକ ଶିଶୁକୁ କିଡନାପ୍ କରିବାର ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ଲୋକମାନଙ୍କ ପାଟି ଶୁଣି ପିଲାଟିକୁ ଫୋପାଡ଼ି ଦେଇ ପଳାଇଯାଇଥିବା ମଧ୍ୟ ଦେଖାଯାଉଛି। ତେବେ […]

monkey

Pragnya Choudhury
  • Published: Monday, 04 May 2020
  • , Updated: 04 May 2020, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ ହେଉଥାଏ। ହେଲେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଏବେ ଏଭଳି ଏକ ଚକିତ କରିଦେଲା ଭଳି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଭିଡିଓରେ ଏକ ଶିଶୁକୁ କିଡନାପ୍ କରିବାର ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ଲୋକମାନଙ୍କ ପାଟି ଶୁଣି ପିଲାଟିକୁ ଫୋପାଡ଼ି ଦେଇ ପଳାଇଯାଇଥିବା ମଧ୍ୟ ଦେଖାଯାଉଛି। ତେବେ କିଡନାପର୍ ଜଣକ ହେଉଛି ଏକ ମାଙ୍କଡ଼। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଭିଡିଓ ତ କିଛି ଏଭଳି ହିଁ କହୁଛି।

ପ୍ରକୃତରେ ଭାଇରାଲ ହୋଇଥିବା ଏହି ଭିଡିଓରେ ତୀବ୍ର ଗତିରେ ଏକ ମାଙ୍କଡ଼ ବାଇକ୍ ଧରି ଆସୁଥିବା ଦେଖିବାକୁ ମିଳିଛି। କେତେଜଣ ପିଲା ବେଞ୍ଚ ଉପରେ ବସିଥିବା ବେଳେ ତା'ରି ଆଡ଼କୁ ମାଙ୍କଡ଼ଟି ମାଡ଼ି ଆସୁଛି। ହଠାତ୍ ବାଇକ୍ ବ୍ରେକ୍ ମାରି ଜଣେ ଶିଶୁ କନ୍ୟାକୁ ଭିଡ଼ି ସାଙ୍ଗରେ ନେଇଯିବାକୁ ପ୍ରୟାସ କରିଛି ମାଙ୍କଡ଼ଟି। କିଛି ବାଟ ଟାଣି ନେଇ ଯିବା ପରେ ଲୋକେ ପାଟି କରିବାରୁ ଶିଶୁଟିକୁ ଫୋପାଡ଼ି ମାଙ୍କଡ଼ଟି ଦୌଡ଼ି ପଳାଇଛି।

ପୂର୍ବତନ ଆମେରିକୀୟ ବାସକେଟ୍ ବଲ୍ ଖେଳାଳି ରେକ୍ସ ଚାପମ୍ୟାନ୍ ସୋମବାର ଏହି ଭିଡିଓଟିକୁ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଭିଡିଓଟି ତତକ୍ଷଣାତ୍ ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶେୟାର ହେବାର କେଇ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ଭିଡିଓଟିରେ ମାଙ୍କଡ଼ର କାର୍ଯ୍ୟକଳାପ ଲୋକଙ୍କୁ ମନୋରଞ୍ଜନ ଅପେକ୍ଷା ଅଧିକ ଚକିତ କରିଛି। ହଜାର ହଜାର ଲୋକ ଏହାକୁ ରି-ଟ୍ୱିଟ୍ କରିଛନ୍ତି।

ମାଙ୍କଡ଼ଟି ଇଞ୍ଜିନ୍ ନ ଥିବା ଏକ ଖେଳନା ବାଇକ୍ ଧରିଛି। ମାଙ୍କଡ଼ର ଡ୍ରେସ୍ କଲାରରେ ଏକ ଦଉଡ଼ି ମଧ୍ୟ ଲାଗିଛି, ଯାହା ସାହାଯ୍ୟରେ ମାଙ୍କଡ଼ର ମାଲିକ ତା' ଗତି ବିଧିକୁ ନିୟନ୍ତ୍ରିତ କରନ୍ତି। ତେବେ ଯେତେବେଳେ ମାଙ୍କଡ଼ଟି ପିଲାକୁ ଘୋସାଡ଼ି ନେଇଛି, ସେତେବେଳେ ମାଲିକ ଦଉଡ଼ି ସାହାଯ୍ୟରେ ତାକୁ ଟାଣି ଆଣିଛନ୍ତି। ମାଙ୍କଡ଼କୁ ବାନ୍ଧି ଏଭଳି ବାଧ୍ୟ ବାଧକତା କରାଯାଉଥିବାରୁ ହୁଏତ ସେ ରାଗରେ ଏଭଳି କରିଛି ବୋଲି ସୋଶାଲ ମିଡିଆରେ ମତ ଦିଆଯାଉଛି।

https://www.facebook.com/OdishaReporter/videos/876563166153640/

Related story