ହିମାଚଳ ପ୍ରଦେଶ ରାସ୍ତାରେ ଚାଲିଲା ବରଫ ପାହାଡ଼

ନୂଆଦିଲ୍ଲୀ: ସଂପ୍ରତି ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୨ ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡ଼ିଓରେ ଏକ ରାଜପଥରେ ବିଶାଳକାୟ ତୁଷାର ସ୍ତୁପ ଗାଡ଼ି ପରି ଗତି କରୁଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହି ଭିଡ଼ିଓଟି ହିମାଚଳ ପ୍ରଦେଶର ଟିକ୍କୁ ନାଲାର ବୋଲି ଜଣାପଡିଛି। ଏହି ଭିଡିଓକୁ ଆଇଆରଏସ୍ ଅଫିସର ନାବେଦ ଟ୍ରୁମ୍ବୁ ସୋମବାର […]

picture

picture

Biswobandita Swain
  • Published: Thursday, 16 January 2020
  • Updated: 16 January 2020, 12:08 PM IST

Sports

Latest News

ନୂଆଦିଲ୍ଲୀ: ସଂପ୍ରତି ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୨ ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡ଼ିଓରେ ଏକ ରାଜପଥରେ ବିଶାଳକାୟ ତୁଷାର ସ୍ତୁପ ଗାଡ଼ି ପରି ଗତି କରୁଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହି ଭିଡ଼ିଓଟି ହିମାଚଳ ପ୍ରଦେଶର ଟିକ୍କୁ ନାଲାର ବୋଲି ଜଣାପଡିଛି। ଏହି ଭିଡିଓକୁ ଆଇଆରଏସ୍ ଅଫିସର ନାବେଦ ଟ୍ରୁମ୍ବୁ ସୋମବାର ଦିନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।

ଏହି ଭିଡ଼ିଓରେ ବରଫର ବଡ଼ ବଡ଼ ଖଣ୍ଡ ଆଗକୁ ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ଏହାପରେ ଧୀରେ ଧୀରେ ହିମସ୍ଖଳନ ବଢୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକମାନେ ପଛକୁ ଚାଲିଯାଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି କାର୍‌ ଚଳାଉଥିବା ଜଣେ ଯୁବକଙ୍କୁ ପଛକୁ ହଟିଯିବାକୁ ମଧ୍ୟ କହୁଛନ୍ତି।

ଏହି ଭିଡିଓକୁ ଆଇଆରଏସ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେଆର କରି ଲେଖିଛନ୍ତି- କ’ଣ କେବେ ଚାଲୁଥିବା ଗ୍ଲେଶିୟରକୁ ଦେଖିଛନ୍ତି?

ଏହି ଭିଡିଓଟିକୁ ଲକ୍ଷେରୁ ଅଧିକ ଲୋକ ଦେଖିଥିବାବେଳେ ଦୁଇ ହଜାରରୁ ଧିକ ଲୋକ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଗ୍ଲେଶିୟର ବଡ ରହିଥାଏ ଏବଂ ସେ ବହୁତ ଧୀରେ ଧାରେ ଚାଲିଥାଏ ଏହା କୌଣସି ଗ୍ଲେଶିୟର ନୁହେଁ।

ସେମିତି ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଏହା ହିମସ୍ଖଳନର ଏକ ଅଂଶ।

https://twitter.com/NaveedIRS/status/1216552004635414528

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos