Advertisment

ଧୋନି ବନିଲେ କିଶୋର କୁମାର, ବିରାଟ ହେଲେ ସୁନୀଲ ଦତ୍ତ: ଗୀତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଧୋନି ଓ ବିରାଟ କୋହଲିଙ୍କ ମଧ୍ୟରେ ଜବରଦସ୍ତ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଉଭୟ ବଲିଉଡର ଏଭର ଗ୍ରୀନ ଗୀତ ‘ମେରେ ସାମନେ ବାଲି ଖିଡକୀ ମେଁ ଏକ ଚାନ୍ଦ କା ଟୁକଡ଼ା ରେହତା ହୈ’ ଗୀତରେ ଜବରଦସ୍ତ ଏକ୍ସପ୍ରେସନ ଦେଉଥିବା ଦୃଶ୍ୟ ରହିଛି। ଏହି ଭିଡିଓରେ […]

ଧୋନି ବନିଲେ କିଶୋର କୁମାର, ବିରାଟ ହେଲେ ସୁନୀଲ ଦତ୍ତ: ଗୀତର ଭିଡିଓ ଭାଇରାଲ

fs

Advertisment

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଧୋନି ଓ ବିରାଟ କୋହଲିଙ୍କ ମଧ୍ୟରେ ଜବରଦସ୍ତ ଯୁଗଳବନ୍ଦୀ ଦେଖିବାକୁ ମିଳିଛି।

Advertisment

ଉଭୟ ବଲିଉଡର ଏଭର ଗ୍ରୀନ ଗୀତ ‘ମେରେ ସାମନେ ବାଲି ଖିଡକୀ ମେଁ ଏକ ଚାନ୍ଦ କା ଟୁକଡ଼ା ରେହତା ହୈ’ ଗୀତରେ ଜବରଦସ୍ତ ଏକ୍ସପ୍ରେସନ ଦେଉଥିବା ଦୃଶ୍ୟ ରହିଛି। ଏହି ଭିଡିଓରେ ଧୋନି ଓ ବିରାଟଙ୍କ ଅନ୍ଦାଜ ଦେଖିଲେ, ଯେକୌଣସି ଲୋକ ବି ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରକୃତ ଘଟଣା ହେଉଛି, ବଲିଉଡ ଫିଲ୍ମ ପଡ଼ୋସନରେ କିଶୋର କୁମାର ଓ ସୁନୀଲ ଦତ୍ତ ଅଭିନୟ କରିଥିଲେ। ସେମାନେ ‘ମେରେ ସାମନେ ବାଲି ଖିଡକୀ ମେଁ ଏକ ଚାନ୍ଦ କା ଟୁକଡ଼ା ରେହତା ହୈ’ ଗୀତରେ ଅଭିନୟ କରିଥିଲେ। ଏବେ କିନ୍ତୁ କୌଣସି ଆପ୍‌ ଜରିଆରେ କିଶୋର କୁମାରଙ୍କ ମୁହଁକୁ ହଟାଇ ଧୋନିଙ୍କ ମୁହଁକୁ ଏଥିରେ ଖଞ୍ଜା ଯାଇଛି।

Advertisment


ସେହିପରି ସୁନୀଲ ଦତ୍ତଙ୍କ ମୁହଁ ବଦଳରେ ବିରାଟଙ୍କ ମୁହଁ ରହିଛି। ଏହି ଦୃଶ୍ୟକୁ ଏଭଳି ଆପ୍‌ରେ ଏଭଳି ଖଞ୍ଜା ଯାଇଛି ଯେ ସତେ ଯେମିତି ଧୋନି ଓ ବିରାଟ ହିଁ ଗୀତରେ ଯୁଗଳବନ୍ଦୀ କରୁଥିବା ଜଣାପଡ଼ୁଛି। ଶେୟାର ଚ୍ୟାଟ ଆପ୍‌ରେ ଏହାକୁ ପୋଷ୍ଟ କରାଯିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe