ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଓରଫ୍ ଲୋକପ୍ରିୟ ମାହି ଯାହା କରନ୍ତି ଟିକେ ନିଆରା କରନ୍ତି। ତେବେ ଦୀପାବଳି ଅବସରରେ ମାହିଙ୍କ ଝିଅ ଜିଭା ମଧ୍ୟ ନିଜର ନିଆରା ଅନ୍ଦାଜରେ ସମସ୍ତଙ୍କ ପ୍ରଶଂସା ସାଉଁଟୁଛନ୍ତି। ଜିଭାଙ୍କ ଏକ ଭିଡିଓ ଭାଇରାଲ ହେଉଛି।
ଶାରାରା ଡ୍ରେସ୍ ପିନ୍ଧି ନାଚୁଛନ୍ତି ଜିଭା। ଆଉ ତାଙ୍କ ଡ୍ୟାନ୍ସକୁ ଲୋକେ ଖୁବ୍ ପସନ୍ଦ ବି କରୁଛନ୍ତି। ଜିଭା ନିଜ କ୍ୟୁଟ୍ ଅନ୍ଦାଜରେ ବାପାଙ୍କ ଭଳି ସମସ୍ତଙ୍କ ମନ କିଣିନେଉଛନ୍ତି। ହଳଦିଆ ଶାରାରାରେ ଜିଭା ଏକଦମ୍ କଣ୍ଢେଇ ଭଳି ଦେଖାଯାଉଛନ୍ତି।
ଭିଡିଓଟି ଜିଭାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ତେବେ ମଜାଦାର କଥା ହେଲା ମାହିଙ୍କଠାରୁ ଅଧିକ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ସୋଶାଲ ମିଡିଆରେ ଅଧିକ ସକ୍ରିୟ ରୁହନ୍ତି। ଇନଷ୍ଟାଗ୍ରାମରେ ଜିଭାଙ୍କ ପ୍ରାୟ 10 ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଜିଭାଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 4 ଲକ୍ଷ ଲୋକ ଦେଖି ସାରିଲେଣି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ମକର ସଂକ୍ରାନ୍ତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକରଚୌରାଶୀ ବେଶରେ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି
Events & Festivals
ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।
Events & Festivals
ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।
Events & Festivals
ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।