Advertisment

୪ବର୍ଷର ଶିଶୁକୁ ଲିଫ୍ଟରେ ମାଡ଼ ମାରୁଛନ୍ତି ମହିଳା, ଭିଡିଓ ଭାଇରାଲ୍‌

ମୁମ୍ୱାଇ:  ଛୋଟ ଛୁଆଙ୍କୁ ଦେଖିଲେ, ଆପଣ ତାଙ୍କ ପାଖକୁ ଯାଇ ସ୍ନେହ କରିଥାନ୍ତି କିମ୍ୱା ଚକୋଲେଟ୍‌ ଦେଇଥାନ୍ତି। କିନ୍ତୁ କେବେ ୪ବର୍ଷର ଛୋଟ ଶିଶୁକୁ ନିସ୍ତୁକ ମାଡ଼ ମାରିବା ଆପଣ ଦେଖିଛନ୍ତି କି? ତା ହେଲେ ଦେଖନ୍ତୁ। ତଳେ ଦିଆଯାଇଥିବା ଭିଡିଓଟିକୁ ଭଲକରି ଦେଖନ୍ତୁ। ଯାହା ବର୍ତ୍ତମାନ ସମୟରେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଭିଡିଓକୁ ଦେଖିବା ପରେ ଆପଣଙ୍କୁ ରାଗ ଲାଗିବ ଏବଂ ଛୁଆଟି କେଉଁ ପରିସ୍ଥିତି ଦେଇ ଗତି କରିଛି, ତାହା […]

୪ବର୍ଷର ଶିଶୁକୁ ଲିଫ୍ଟରେ ମାଡ଼ ମାରୁଛନ୍ତି ମହିଳା, ଭିଡିଓ ଭାଇରାଲ୍‌

vv

Advertisment

ମୁମ୍ୱାଇ:  ଛୋଟ ଛୁଆଙ୍କୁ ଦେଖିଲେ, ଆପଣ ତାଙ୍କ ପାଖକୁ ଯାଇ ସ୍ନେହ କରିଥାନ୍ତି କିମ୍ୱା ଚକୋଲେଟ୍‌ ଦେଇଥାନ୍ତି। କିନ୍ତୁ କେବେ ୪ବର୍ଷର ଛୋଟ ଶିଶୁକୁ ନିସ୍ତୁକ ମାଡ଼ ମାରିବା ଆପଣ ଦେଖିଛନ୍ତି କି?

Advertisment

ତା ହେଲେ ଦେଖନ୍ତୁ। ତଳେ ଦିଆଯାଇଥିବା ଭିଡିଓଟିକୁ ଭଲକରି ଦେଖନ୍ତୁ। ଯାହା ବର୍ତ୍ତମାନ ସମୟରେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଯେଉଁ ଭିଡିଓକୁ ଦେଖିବା ପରେ ଆପଣଙ୍କୁ ରାଗ ଲାଗିବ ଏବଂ ଛୁଆଟି କେଉଁ ପରିସ୍ଥିତି ଦେଇ ଗତି କରିଛି, ତାହା ଜାଣିପାରିବେ।

Advertisment

ଭିଡିଓଟି ହେଉଛି ମୁମ୍ୱାଇର । ଏକ ଲିଫ୍ଟରେ ଯିବା ସମୟର ଏହା ହେଉଛି ଭିଡିଓ ଫୁଟେଜ୍‌। ମୁମ୍ୱାଇର ଏକ ଘରୋଇ ବିଲ୍‌ଡିଂର ଲିଫ୍ଟରେ ଘଟିଥିବା ଏହି ଘଟଣା ବର୍ତ୍ତମାନ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି କରିଛି।

ଭିଡିଓରେ ମହିଳା ଜଣକ ୪ ବର୍ଷର ଛୁଆକୁ ଅତି ନିର୍ମମ ଭାବରେ ପିଟି ଚାଲିଛନ୍ତି। କେବଳ ଏତିକି ନୁହେଁ, ମାଡ଼ ମାରିବା ପରେ ସେ ତା ଉପରେ ବସିବାକୁ ମଧ୍ୟ ପଛାଉ ନାହାନ୍ତି। ଛୁଆଟି ଯନ୍ତ୍ରଣା ପାଇ ଚିତ୍କାର କରୁଛି। ଏହି ଭିଡିଓ ଦେଖିବା ପରେ ଆପଣ ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ନାହିଁ।

ସୂଚନା ଅନୁସାରେ ମହିଳା ଜଣକ ଛୁଆଟିକୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ମୁମ୍ୱାଇ ପୁଲିସ୍‌ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୁଲିସ୍‌ କହିଛି,  ଯେଉଁ ମହିଳା ଜଣକ ଛୁଆଟିକୁ ମାଡ଼ ମାରୁଛନ୍ତି, ତାଙ୍କର ନାମ ରିଜୱାନା ବେଗମ୍‌। ଆଇପିସି ଧାରା ୩୯୪ ଅନୁସାରେ, ମହିଳା ଜଣକୁ ଗିରଫ କରାଯାଇଛି। ମହିଳା ଜଣକ ଚୋରି କରିଥିବା କାନର ମଧ୍ୟ ପୁଲିସ୍‌ ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe