Advertisment

୩ ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ କେତେ ହୋଇଥିବ? ୨୦ରୁ ୩୦ ଟଙ୍କା ରହିଛି ରାଜଧାନୀ ଭୁବନେଶ୍ୱରରେ ୩ ସିଝା ଅଣ୍ଡାର ମୂଲ୍ୟ। ରାସ୍ତା କଡ଼ର ଦୋକାନ ହୋଇଥିଲେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡାର ଦାମ ରହିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ଏବେ ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ପଞ୍ଚ ତାରକା ହୋଟେଲରେ ୩ଟି ସିଝା ଅଣ୍ଡା ଖାଇଛନ୍ତି। ଯାହାର ବିଲକୁ ନିଜ ସୋଶାଲ ମିଡିଆ […]

author-image
Subhransu Sekhar
ଅଦ୍ୟତନ ହୋଇଛି
୩ ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା

boiled egg

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ କେତେ ହୋଇଥିବ? ୨୦ରୁ ୩୦ ଟଙ୍କା ରହିଛି ରାଜଧାନୀ ଭୁବନେଶ୍ୱରରେ ୩ ସିଝା ଅଣ୍ଡାର ମୂଲ୍ୟ। ରାସ୍ତା କଡ଼ର ଦୋକାନ ହୋଇଥିଲେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡାର ଦାମ ରହିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ଏବେ ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ପଞ୍ଚ ତାରକା ହୋଟେଲରେ ୩ଟି ସିଝା ଅଣ୍ଡା ଖାଇଛନ୍ତି। ଯାହାର ବିଲକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଟୁଇଟରରେ ଶେୟାର କରିଛନ୍ତି ଶେଖର।

Advertisment

ସେ ୩ ସିଝା ଅଣ୍ଡା ଖାଇ ୧୬୭୨ ଟଙ୍କା ଦେଇଥିବା ପୋଷ୍ଟ କରି ଶେୟାର କରିଛନ୍ତି। ବିଲ୍ ଅନୁସାରେ ୩ ସିଝା ଅଣ୍ଡାର ଦାମ୍ ୧୩୫୦ ଟଙ୍କା। ଏହାସହିତ ୩ ସିଝା ଅଣ୍ଡାର ସର୍ଭିସ ଚାର୍ଜ୍ ୫ ପ୍ରତିଶତ ୬୭ ଟଙ୍କା, ୯ ପ୍ରତିଶତ ସିବିଏସଟି ଚାର୍ଜ ୧୨୭.୫୮ ପଇସା ଓ ୯ ପ୍ରତିଶତ ସିଜିଏସଟି ଚାର୍ଜ ୧୨୭.୫୮ ପଇସା ଏବଂ ଅନ୍ୟାନ୍ୟ ବିଲ୍ ୩୨୨.୬୬ ପଇସା ମିଶାଇ ମୋଟ୍ ବିଲ୍ ୧୬୭୨ ଟଙ୍କା ରହିଛି। ଯାହାକୁ ନେଇ ସୋଶାଲ ମିଡିଆରେ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।publive-image

https://twitter.com/ShekharRavjiani/status/1194982095728205824

ସୂଚନାଯୋଗ୍ୟ, ୪ ମାସ ତଳେ ବଲିଉଡ ଅଭିନେତା ରାହୁଲ ବୋଷ ମଧ୍ୟ ଚଣ୍ଡିଗଡରେ ଏକ ପଞ୍ଚ ତାରକା ହୋଟେଲରେ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହାପରେ ରାହୁଲ ବୋଷ ସୋଶାଲ ମିଡିଆ ଟୁଇଟରରେ କଦଳୀ ବିଲକୁ ପୋଷ୍ଟ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହାପରେ ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରି ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଥିଲା। ଯେଉଁଥିପାଇଁ, ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲା ଚଣ୍ଡିଗଡର ଅବକାରୀ ଓ କର ବିଭାଗ। କାରଣ କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।

Advertisment

ସେହିପରି ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ଦେଇଥିଲେ। ଚେନ୍ନାଇର ଟ୍ରାଇଡେଣ୍ଟ ହୋଟେଲରେ ସେ ଦୁଇଟି ପଇଡ଼ ପାଇଁ ମୋଟ୍ ୭୬୭ ଟଙ୍କା ଦେଇଥିବା ଟୁଇଟ କରି ବିଲ୍ ଶେୟାର କରିଥିଲେ।