/odisha-reporter/media/post_attachments/uploads/2020/08/mystrious-creature-3.jpg)
mystrious-creature
ବ୍ରିଟିଶ୍ ସମୁଦ୍ର କୂଳରେ ମିଳିଥିବା ଏକ ରହସ୍ୟମୟ ଜୀବ ଇଣ୍ଟରନେଟ୍ ଜରିଆରେ ଭାଇରାଲ ହୋଇ ସମସ୍ତକୁ ଚକିତ କରିଦେଇଛି। ଲିଭରପୁଲ ଇକୋରେ ପ୍ରକାଶିତ ଖବର ଅନୁଯାୟୀ ଜୁଲାଇ ୨୯ରେ ଜଣେ ବ୍ୟକ୍ତି ଏନ୍ସଡେଲ୍ ସମୁଦ୍ର କୂଳରେ ୧୫ ଫୁଟ ବିଶିଷ୍ଟ ଏହି ଅଦ୍ଭୁଦ ପ୍ରାଣୀର ଦୁର୍ଗନ୍ଧପୂର୍ଣ୍ଣ ଶବ ପ୍ରଥମେ ଦେଖିଥିଲେ। ତେବେ ବ୍ୟକ୍ତି ଜଣକ ନିଜ ପରିଚୟ ଗୋପନ ରଖିଛନ୍ତି।
ପ୍ରାୟ ୧୫ ଫୁଟର ଏହି ରହସ୍ୟମୟ ଜୀବ ଠାବ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ସୋଶାଲ ମିଡିଆ ୟୁଜର୍ସଙ୍କୁ ମଧ୍ୟ ଚକିତ କରିଦେଇଛି। ମୃତ ଜୀବଟିର ୪ଟି ଡେଣା ରହିଛି। ଆଉ ଏହାର ପରଗୁଡ଼ିକ ଧୋଇ ହୋଇଯାଇଛି, ଯାହା ଆହୁରି ବିଚିତ୍ର ଲାଗୁଛି। ଏହାସହ ହାଡ଼ଗୁଡ଼ିକ ଚାରିଆଡ଼ୁ ବାହାରିଆସିଥିବା ବେଳେ କେତୋଟି ହାଡ଼ ପ୍ରାୟ ୪ ଫୁଟ ଲମ୍ୱ ବିଶିଷ୍ଟ। ମୃତ ଜୀବ ଦେହରୁ ପ୍ରବଳ ଦୁର୍ଗନ୍ଧ ହେଉଥିବା ମଧ୍ୟ ବ୍ୟକ୍ତିଜଣକ କହିଛନ୍ତି।
/odisha-reporter/media/post_attachments/wp-content/uploads/2020/08/mystrious-creature.jpg)
ସେ ଆହୁରି କହିଛନ୍ତି, ଜୀବଟିକୁ ଦେଖିଲେ ଅତିରିକ୍ତ ଅଙ୍ଗ ଯୋଡ଼ି ହୋଇଥିଲା ଭଳି ଦେଖାଯାଉଛି। ହୁଏତ ସେ ପ୍ରବସ କରୁଥିବା ସମୟରେ ତା'ର ମୃତ୍ୟୁ ଘଟିଛି ବୋଲି ସେ ଅନୁମାନ କରି କହିଛନ୍ତି।
/odisha-reporter/media/post_attachments/wp-content/uploads/2020/08/mystrious-creature2.jpg)
ଏହି ବିରଳ ଜୀବର ଫଟୋ ପରବର୍ତ୍ତୀ ସମୟରେ ଫେସବୁକରେ ଥିବା ଏନ୍ସଡେଲ୍ କମ୍ୟୁନିଟି ଗ୍ରୁପରେ ଶେୟାର କରାଯାଇଥିଲା, ଯାହା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେଉଛି। ଫଟୋଗୁଡ଼ିକୁ ଦେଖିଲେ ଲାଗୁଛି ଏହା ଏକ ବିଶାଳକାୟ ଜୀବ। ସୋଶାଲ ମିଡିଆରେ ଏହାକୁ ରାକ୍ଷସ ବା ମୋନଷ୍ଟାର୍ ବୋଲି ମଧ୍ୟ କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
