Advertisment

ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

ବ୍ରିଟିଶ୍ ସମୁଦ୍ର କୂଳରେ ମିଳିଥିବା ଏକ ରହସ୍ୟମୟ ଜୀବ ଇଣ୍ଟରନେଟ୍ ଜରିଆରେ ଭାଇରାଲ ହୋଇ ସମସ୍ତକୁ ଚକିତ କରିଦେଇଛି। ଲିଭରପୁଲ ଇକୋରେ ପ୍ରକାଶିତ ଖବର ଅନୁଯାୟୀ ଜୁଲାଇ ୨୯ରେ ଜଣେ ବ୍ୟକ୍ତି ଏନ୍ସଡେଲ୍ ସମୁଦ୍ର କୂଳରେ ୧୫ ଫୁଟ ବିଶିଷ୍ଟ ଏହି ଅଦ୍ଭୁଦ ପ୍ରାଣୀର ଦୁର୍ଗନ୍ଧପୂର୍ଣ୍ଣ ଶବ ପ୍ରଥମେ ଦେଖିଥିଲେ। ତେବେ ବ୍ୟକ୍ତି ଜଣକ ନିଜ ପରିଚୟ ଗୋପନ ରଖିଛନ୍ତି। ପ୍ରାୟ ୧୫ ଫୁଟର ଏହି ରହସ୍ୟମୟ ଜୀବ ଠାବ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ […]

ଅଦ୍ୟତନ ହୋଇଛି
ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

mystrious-creature

Advertisment

ବ୍ରିଟିଶ୍ ସମୁଦ୍ର କୂଳରେ ମିଳିଥିବା ଏକ ରହସ୍ୟମୟ ଜୀବ ଇଣ୍ଟରନେଟ୍ ଜରିଆରେ ଭାଇରାଲ ହୋଇ ସମସ୍ତକୁ ଚକିତ କରିଦେଇଛି। ଲିଭରପୁଲ ଇକୋରେ ପ୍ରକାଶିତ ଖବର ଅନୁଯାୟୀ ଜୁଲାଇ ୨୯ରେ ଜଣେ ବ୍ୟକ୍ତି ଏନ୍ସଡେଲ୍ ସମୁଦ୍ର କୂଳରେ ୧୫ ଫୁଟ ବିଶିଷ୍ଟ ଏହି ଅଦ୍ଭୁଦ ପ୍ରାଣୀର ଦୁର୍ଗନ୍ଧପୂର୍ଣ୍ଣ ଶବ ପ୍ରଥମେ ଦେଖିଥିଲେ। ତେବେ ବ୍ୟକ୍ତି ଜଣକ ନିଜ ପରିଚୟ ଗୋପନ ରଖିଛନ୍ତି।

Advertisment

ପ୍ରାୟ ୧୫ ଫୁଟର ଏହି ରହସ୍ୟମୟ ଜୀବ ଠାବ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ସୋଶାଲ ମିଡିଆ ୟୁଜର୍ସଙ୍କୁ ମଧ୍ୟ ଚକିତ କରିଦେଇଛି। ମୃତ ଜୀବଟିର ୪ଟି ଡେଣା ରହିଛି। ଆଉ ଏହାର ପରଗୁଡ଼ିକ ଧୋଇ ହୋଇଯାଇଛି, ଯାହା ଆହୁରି ବିଚିତ୍ର ଲାଗୁଛି। ଏହାସହ ହାଡ଼ଗୁଡ଼ିକ ଚାରିଆଡ଼ୁ ବାହାରିଆସିଥିବା ବେଳେ କେତୋଟି ହାଡ଼ ପ୍ରାୟ ୪ ଫୁଟ ଲମ୍ୱ ବିଶିଷ୍ଟ। ମୃତ ଜୀବ ଦେହରୁ ପ୍ରବଳ ଦୁର୍ଗନ୍ଧ ହେଉଥିବା ମଧ୍ୟ ବ୍ୟକ୍ତିଜଣକ କହିଛନ୍ତି।

mystrious-creature

ସେ ଆହୁରି କହିଛନ୍ତି, ଜୀବଟିକୁ ଦେଖିଲେ ଅତିରିକ୍ତ ଅଙ୍ଗ ଯୋଡ଼ି ହୋଇଥିଲା ଭଳି ଦେଖାଯାଉଛି। ହୁଏତ ସେ ପ୍ରବସ କରୁଥିବା ସମୟରେ ତା'ର ମୃତ୍ୟୁ ଘଟିଛି ବୋଲି ସେ ଅନୁମାନ କରି କହିଛନ୍ତି।

Advertisment

mystrious-creature

ଏହି ବିରଳ ଜୀବର ଫଟୋ ପରବର୍ତ୍ତୀ ସମୟରେ ଫେସବୁକରେ ଥିବା ଏନ୍ସଡେଲ୍ କମ୍ୟୁନିଟି ଗ୍ରୁପରେ ଶେୟାର କରାଯାଇଥିଲା, ଯାହା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେଉଛି। ଫଟୋଗୁଡ଼ିକୁ ଦେଖିଲେ ଲାଗୁଛି ଏହା ଏକ ବିଶାଳକାୟ ଜୀବ। ସୋଶାଲ ମିଡିଆରେ ଏହାକୁ ରାକ୍ଷସ ବା ମୋନଷ୍ଟାର୍ ବୋଲି ମଧ୍ୟ କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe