Advertisment

ପାକିସ୍ତାନ ଆକାଶରେ ଏଲିଅନ୍‌ !

ନୂଆଦିଲ୍ଲୀ : ରହସ୍ୟମୟ ଭାବରେ ପାକିସ୍ତାନର ଲାହୋର ଆକାଶରେ ଏକ ଗୋଲାକାର କଳାରଙ୍ଗ ଧୂଆଁର ବଳୟ ଦେଖିବାକୁ ମିଳିଛି। ସୋମବାର ଜଣେ ଟ୍ୱିଟର ବ୍ୟବହାରକାରୀ ଏହାର ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଦୃଶ୍ୟ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କେହି କେହି ଏହାକୁ ଅଲଗା ଗ୍ରହର ଏଲିଅନ୍‌ଙ୍କ ଅନ୍ତରୀକ୍ଷ ଯାନ କହୁଥିବା ବେଳେ ଅନ୍ୟ କେହି ଏହି ବଳୟକୁ ଅଲଗା ଗ୍ରହର ପୋର୍ଟାଲ୍‌ ବୋଲି କହିଛନ୍ତି। ତେବେ […]

ପାକିସ୍ତାନ ଆକାଶରେ ଏଲିଅନ୍‌ !

pakistan

Advertisment

ନୂଆଦିଲ୍ଲୀ : ରହସ୍ୟମୟ ଭାବରେ ପାକିସ୍ତାନର ଲାହୋର ଆକାଶରେ ଏକ ଗୋଲାକାର କଳାରଙ୍ଗ ଧୂଆଁର ବଳୟ ଦେଖିବାକୁ ମିଳିଛି। ସୋମବାର ଜଣେ ଟ୍ୱିଟର ବ୍ୟବହାରକାରୀ ଏହାର ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଦୃଶ୍ୟ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

କେହି କେହି ଏହାକୁ ଅଲଗା ଗ୍ରହର ଏଲିଅନ୍‌ଙ୍କ ଅନ୍ତରୀକ୍ଷ ଯାନ କହୁଥିବା ବେଳେ ଅନ୍ୟ କେହି ଏହି ବଳୟକୁ ଅଲଗା ଗ୍ରହର ପୋର୍ଟାଲ୍‌ ବୋଲି କହିଛନ୍ତି। ତେବେ ଏହା କ’ଣ ପାଇଁ ଏବଂ କେଉଁଠୁ ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ।

https://twitter.com/razzblues/status/1219557811400716290

ସୋଶାଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୪୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଏପରିକି ଏହି କଳାରଙ୍ଗର ଗୋଲାକାର ଧୂଆଁ କୌଣସି ବିସ୍ପୋରଣର ଧୂଆଁ କିମ୍ୱା ଅନ୍ୟ କ’ଣ ବୋଲି ୟୁଜର ପ୍ରଶ୍ନ ମଧ୍ୟ କରୁଛନ୍ତି।

Advertisment

ଗବେଷକଙ୍କ ମତ ଅନୁସାରେ କଳକାରଖାନାର ପ୍ରଦୂଷଣ ଯୋଗୁଁ ଏହି ଧୂଆଁର ବଳୟ ସୃଷ୍ଟି ହୋଇଛି।

ତେବେ ଏହି ଗୋଲାକାର ଧୂଆଁ ବଳୟ ଆକାଶରେ ଦେଖାଯିବା ନୂଆ କଥା ନୁହେଁ। ଏହା ପୂର୍ବରୁ ୨୦୧୪ ମସିହାରେ ଇଂଲଣ୍ଡର ଲିମିଙ୍ଗଟନ୍‌ ସ୍ପାରେ ଏପରି ଧୂଆଁ ଦେଖିବାକୁ ମିଳିଥିଲା। ଯାହା ବାଣ ପରୀକ୍ଷା ଯୋଗୁଁ ସୃଷ୍ଟି ହୋଇଥିଲା।

ସେହିପରି ୨୦୧୨ରେ ଚିକାଗୋ ଆକାଶରେ ସମାନ ଧୂଆଁର ବଳୟ ଦେଖିବାକୁ ମିଳିଥିଲା। ଗୋଟିଏ ବିଦ୍ୟୁତ୍‌ ଟ୍ରାନ୍ପଫର୍ମର ବିସ୍ପୋରଣ ଯୋଗୁଁ ଏହି ବଳୟ ସୃଷ୍ଟି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe