Advertisment

ନାଗେଶଙ୍କ ଭିଡିଓ ଭାଇରାଲ, ମନ୍ତ୍ରୀ ବି ଫୋନ୍ କରି ପ୍ରଶଂସା କଲେ

ମୁମ୍ବାଇ: ମହାରାଷ୍ଟ୍ରର କୋଲ୍‌ହାପୁରରେ ରହନ୍ତି ନାଗେଶ୍ ପାଟିଲ୍‌। ନିକଟରେ ସେ ଏକ ନୂଆ କାର୍‌ କିଣିଛନ୍ତି। ନୂଆ କାର୍‌ର ପୂଜା ସାରିବା ପରେ ସେ ତାଙ୍କ ଝିଅର ପାଦକୁ ଲାଲ୍ ଅଳତାରେ ବୁଡ଼ାଇ କାର୍ ସାମ୍ନାରେ ଲଗାଇ ଦେଇଥିଲେ। କାର୍‌ରେ ସେ ଝିଅର ପାଦ ଚିହ୍ନ ଲଗାଇବା ବେଳେ ଏକ ଭିଡିଓ ଉଠାଯାଇଥିଲା।ପରେ ନାଗେଶ  ଏହି ଭିଡିଓକୁ ତାଙ୍କ ଟ୍ୱିଟରରେ ଶେଆର୍ କରିଥିଲେ। ଏହା ଅନେକ ଲୋକଙ୍କ ମନକୁ ପାଇଥିଲା ଓ ଭାଇରାଲ୍ ହୋଇଥିଲା। ଏପରିକି ମହାରାଷ୍ଟ୍ରର […]

ଅଦ୍ୟତନ ହୋଇଛି
ନାଗେଶଙ୍କ ଭିଡିଓ ଭାଇରାଲ, ମନ୍ତ୍ରୀ ବି ଫୋନ୍ କରି ପ୍ରଶଂସା କଲେ

car

Advertisment

ମୁମ୍ବାଇ: ମହାରାଷ୍ଟ୍ରର କୋଲ୍‌ହାପୁରରେ ରହନ୍ତି ନାଗେଶ୍ ପାଟିଲ୍‌। ନିକଟରେ ସେ ଏକ ନୂଆ କାର୍‌ କିଣିଛନ୍ତି। ନୂଆ କାର୍‌ର ପୂଜା ସାରିବା ପରେ ସେ ତାଙ୍କ ଝିଅର ପାଦକୁ ଲାଲ୍ ଅଳତାରେ ବୁଡ଼ାଇ କାର୍ ସାମ୍ନାରେ ଲଗାଇ ଦେଇଥିଲେ। କାର୍‌ରେ ସେ ଝିଅର ପାଦ ଚିହ୍ନ ଲଗାଇବା ବେଳେ ଏକ ଭିଡିଓ ଉଠାଯାଇଥିଲା।ପରେ ନାଗେଶ  ଏହି ଭିଡିଓକୁ ତାଙ୍କ ଟ୍ୱିଟରରେ ଶେଆର୍ କରିଥିଲେ। ଏହା ଅନେକ ଲୋକଙ୍କ ମନକୁ ପାଇଥିଲା ଓ ଭାଇରାଲ୍ ହୋଇଥିଲା। ଏପରିକି ମହାରାଷ୍ଟ୍ରର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହାନ୍‌ ମଧ୍ୟ ନାଗେଶଙ୍କ ଏହି ଭିଡିଓକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏଥିସହ ସେ ନାଗେଶ୍‌ଙ୍କୁ ଫୋନ୍‌ କରିଥିଲେ ଓ ତାଙ୍କର ଏହି କାର୍ଯ୍ୟ ହୃଦୟକୁ ଛୁଇଁଥିବା କହିଥିଲେ।

Advertisment

ସୂଚନା ଅନୁଯାୟୀ, ନାଗେଶ ପାଟିଲ ଏକ ଘରୋଇ କମ୍ପାନୀରେ ଡ୍ରାଇଭର୍ ଭାବେ କାମ କରନ୍ତି। ତାଙ୍କର ଦୁଇଟି ଝିଅ ଅଛନ୍ତି। ଆଉ ସେ ତାଙ୍କ ଝିଅମାନଙ୍କୁ କେତେ ଭଲ ପାଆନ୍ତି, ତାହା ଏ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

https://twitter.com/AshokChavanINC/status/1214495136450613248

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe