nashik man
ମୁମ୍ବାଇ: ନୋଭେଲ୍ କରୋନା ଭୂତାଣୁ ସହ ଲଢ଼ିବାକୁ ସାରା ଦେଶକୁ ଲକଡାଉନ କରାଯାଇଛି। ଏଭଳି ପରିସ୍ଥିତିରେ ସୋଶାଲ ମିଡିଆରେ ଅପପ୍ରଚାର କରିବା ତଥା ଆତଙ୍କ ସୃଷ୍ଟି ନ କରିବାକୁ ଚାରିଆଡ଼େ ପୋଲିସ ଅପିଲ କରୁଛି। ହେଲେ ଏହାରି ଭିତରେ ସୋଶାଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଛି, ଯାହା କେବଳ କରୋନା ଭୂତାଣୁକୁ ନେଇ ଭୟ ଓ ଆତଙ୍କ ବଢ଼ାଇବା ଭଳି ନୁହେଁ ବରଂ ହିଂସା ସୃଷ୍ଟି କରିବା ଭଳି ମଧ୍ୟ।
ସାରା ଦୁନିଆରେ ଲୋକଙ୍କୁ ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତା ନେଇ ସଚେତନ କରାଯାଉଛି। ଲୋକଙ୍କୁ ବାରମ୍ବାର ନିଜ ଆଖି, ନାକ, ପାଟିରେ ଛୁଇଁବାକୁ କୁହାଯାଉଥିବା ବେଳେ କିଛି ସମୟ ବ୍ୟବଧାନରେ ନିୟମିତ ଭାବେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ କୁହାଯାଉଛି। ଏଭଳି ସ୍ଥିତିରେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ।
ଟିକଟକ୍ ଭିଡିଓରେ ଯୁବକ ଜଣକ ହାତରେ 500 ଟଙ୍କିଆ ନୋଟ୍ ଧରିଥିବା ଦେଖିବାକୁ ମିଳିଛି। ସେ ନୋଟଗୁଡ଼ିକୁ ଧରି ନିଜ ନାକ, ପାଟି ପୋଛୁଥିବା ମଧ୍ୟ ନଜରକୁ ଆସିଛି। ଏଭଳି କରିବା ସମୟରେ ସେ କହୁଛି, "କରୋନା ଭଳି ରୋଗର କୌଣସି ଉପଚାର ନାହିଁ। କାରଣ ଏହା ରୋଗ ନୁହେଁ ଆପଣମାନଙ୍କ ପାଇଁ ଅଲ୍ଲାହଙ୍କ ଆଜାବ୍ ଅଟେ।" ଏପରି କହି ପୁଣି ଯୁବକ ଜଣଙ୍କ ନୋଟରେ ନିଜ ନାକ ପୋଛିବାକୁ ଲାଗୁଛନ୍ତି।
ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଲା। ଲୋକେ ଏନେଇ ଭିନ୍ନ ଭିନ୍ନ ଅନୁମାନ ଲଗାଇବା ଆରମ୍ଭ କରିଦେଲେ। କିଏ ବ୍ୟକ୍ତି ଜଣଙ୍କୁ ପାଗଳ ବୋଲି କହିଲେ, ତ କିଏ କରୋନା ସଂକ୍ରମିତ ବୋଲି କହି ଭୟଭୀତ ହେଲେ। ଏଭଳି ଅନେକ ପ୍ରତିକ୍ରିୟା ମିଳିବା ପରେ ଏନେଇ ନାସିକ ପୋଲିସଙ୍କ ପ୍ରତିକ୍ରିୟା ମିଳିଛି।
ଗତକାଲି ନାସିକ ରୁରାଲ୍ ପୋଲିସ ଏକ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଭିଡିଓ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେ ନାସିକ ରୁରାଲ୍ ପୋଲିସ ହେପାଜତରେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/nashik-man.jpg)