ସିଂହ ଖୁଆଡ଼କୁ ଡେଇଁ ନାଚିଲେ ମହିଳା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡିଓ

ଲସ୍‌ ଏଞ୍ଜେଲସ୍‌ : ଆମେରିକା ନ୍ୟୁୟର୍କର ବ୍ରାନ୍ସ ଚିଡ଼ିଆଖାନାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଦେଖିଲେ ଆପଣ ବି ଭୟ କରିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଚିଡ଼ିଆଖାନାକୁ ବୁଲିବାକୁ ଆସି ଜଣେ ମହିଳା ସିଂହ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। କେବଳ ଏତିକି ନୁହେଁ, ସିଂହର ସାମ୍ନାସାମ୍ନି ହେବାପରେ ମହିଳା ଜଣକ ସିଂହକୁ ଦେଖି ହାତ ହଲାଇବା ପରେ ସିଂହକୁ ଚିଡ଼ାଇବା ପାଇଁ ନାଚିବାକୁ ଲାଗିଥିଲେ। ସେହି ସମୟର ଭିଡିଓ ବର୍ତ୍ତମାନ […]

lion

Puspanjali Panda
  • Published: Friday, 04 October 2019
  • , Updated: 04 October 2019, 05:39 PM IST

ଲସ୍‌ ଏଞ୍ଜେଲସ୍‌ : ଆମେରିକା ନ୍ୟୁୟର୍କର ବ୍ରାନ୍ସ ଚିଡ଼ିଆଖାନାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଦେଖିଲେ ଆପଣ ବି ଭୟ କରିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଚିଡ଼ିଆଖାନାକୁ ବୁଲିବାକୁ ଆସି ଜଣେ ମହିଳା ସିଂହ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। କେବଳ ଏତିକି ନୁହେଁ, ସିଂହର ସାମ୍ନାସାମ୍ନି ହେବାପରେ ମହିଳା ଜଣକ ସିଂହକୁ ଦେଖି ହାତ ହଲାଇବା ପରେ ସିଂହକୁ ଚିଡ଼ାଇବା ପାଇଁ ନାଚିବାକୁ ଲାଗିଥିଲେ। ସେହି ସମୟର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

https://www.instagram.com/p/B2-wZ4gBf5t/?utm_source=ig_web_copy_link

ଭିଡିଓ ଭାଇରାଲ୍‌ ହେବା ପରେ ୟୁଜର୍ସ ମହିଳାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ସିଂହକୁ ସବୁଠାରୁ ବିପଜ୍ଜନକ ପଶୁ ବୋଲି କୁହାଯାଇଥାଏ। ଏହା ଜାଣିବା ପରେ ମଧ୍ୟ ମହିଳା ଜଣକ କିପରି ସିଂହ ଜାଲି ଭିତରକୁ ଡେଇଁଲେ, ଏହାକୁ ନେଇ ୟୁଜର୍ସ ପ୍ରଶ୍ନ କରିଛନ୍ତି। ଏହି କାମ ପାଇଁ ତାଙ୍କ ଜୀବନ ବି ଯାଇପାରିଥା’ନ୍ତା।

ଚିଡ଼ିଆଖାନାକୁ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ଶୁଟ୍‌ କରିଥିଲେ। ଭିଡିଓଟିକୁ ଶେଆର୍‌ କରି ସେ ଲେଖିଛନ୍ତି, ‘ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ବିଶ୍ୱାସ କରିପାରିବେ ନାହିଁ, ଆଗକୁ କ’ଣ ହେଲା ? ସିଂହକୁ ମହିଳା ଜଣକ ଚିଡ଼ାଇବା ପାଇଁ ଚେଷ୍ଟା କରିବା ପରେ ମଧ୍ୟ ସିଂହ କିଛି ସମୟ ପର୍ଯ୍ୟନ୍ତ ମହିଳାଙ୍କୁ ଦେଖିଥିଲା କିନ୍ତୁ କିଛି କରିନଥିଲା।’

ଏହି ଭିଡିଓକୁ ଦେଖି ସୋଶାଲ ମିଡିଆରେ ୟୁଜର୍ ମହିଳାଙ୍କୁ ବୋକା ବୋଲି କହୁଛନ୍ତି। ଜଣେ ୟୁଜର୍‌ କହିଛନ୍ତି, ‘ଏହା ଏକ ବୋକାମି। ଯଦି ସିଂହ ଆକ୍ରମଣ କରିଥା’ନ୍ତା, ତେବେ ଚିଡ଼ିଆଖାନା ମାଲିକ ସିଂହକୁ ହିଁ ଦଣ୍ଡ ଦେବେ। ଏହା ଦେଖିବେ ନାହିଁ ଯେ ମହିଳା ଜଣକ ଜାଣିଶୁଣି ସିଂହ ଖୁଆଡ଼ରେ ପଶିଥିଲେ।’

 

https://youtu.be/BXyHfFXoWWw

Related story