Advertisment

ନ୍ୟୁଜ୍‌ ପଢ଼ିବା ବେଳେ ଟିକିଏ ଅଟକି ନିଜ ଦୁଃଖ ବଖାଣିଲେ ଆଙ୍କର

ଗତ ଦୁଇ ଦିନ ହେବ ସୋଶାଲ ମିଡିଆରେ ଚହଳ ପକାଇଛି ଜଣେ ଟିଭି ନ୍ୟୁଜ ଆଙ୍କରଙ୍କ କଥା। ଯଦିଓ ଏହି ଭିଡିଓ ଭାରତର ନୁହେଁ, କିନ୍ତୁ ସେହି ମିଡିଆ ସଂସ୍ଥାମାନଙ୍କ ପାଇଁ ଏହା ଚିନ୍ତାଜନକ ବିଷୟ ଯେଉଁମାନେ କର୍ମଚାରୀଙ୍କୁ ଦରମା ନଦେଇ କାମ କରାଉଛନ୍ତି। ଆଉ ଦରମା ନପାଇ କର୍ମଚାରୀଙ୍କ ମନରେ ଥିବା ଦୁଃଖ ଯଦି ଟିଭି ସ୍କ୍ରିନରେ ପ୍ରତିଫଳନ ହେଲା, ତା’ହେଲେ ସଂପୃକ୍ତ ଟିଭି ଚ୍ୟାନେଲର ମାଲିକ ଖବରର ଶିରୋନାମାରେ ରହିତ ସ୍ୱାଭାବିକ। ଜାମ୍ୱିଆର ଜଣେ […]

ଅଦ୍ୟତନ ହୋଇଛି
ନ୍ୟୁଜ୍‌ ପଢ଼ିବା ବେଳେ ଟିକିଏ ଅଟକି ନିଜ ଦୁଃଖ ବଖାଣିଲେ ଆଙ୍କର

news-anchor

Advertisment

ଗତ ଦୁଇ ଦିନ ହେବ ସୋଶାଲ ମିଡିଆରେ ଚହଳ ପକାଇଛି ଜଣେ ଟିଭି ନ୍ୟୁଜ ଆଙ୍କରଙ୍କ କଥା। ଯଦିଓ ଏହି ଭିଡିଓ ଭାରତର ନୁହେଁ, କିନ୍ତୁ ସେହି ମିଡିଆ ସଂସ୍ଥାମାନଙ୍କ ପାଇଁ ଏହା ଚିନ୍ତାଜନକ ବିଷୟ ଯେଉଁମାନେ କର୍ମଚାରୀଙ୍କୁ ଦରମା ନଦେଇ କାମ କରାଉଛନ୍ତି। ଆଉ ଦରମା ନପାଇ କର୍ମଚାରୀଙ୍କ ମନରେ ଥିବା ଦୁଃଖ ଯଦି ଟିଭି ସ୍କ୍ରିନରେ ପ୍ରତିଫଳନ ହେଲା, ତା’ହେଲେ ସଂପୃକ୍ତ ଟିଭି ଚ୍ୟାନେଲର ମାଲିକ ଖବରର ଶିରୋନାମାରେ ରହିତ ସ୍ୱାଭାବିକ।

Advertisment

ଜାମ୍ୱିଆର ଜଣେ ନ୍ୟୁଜ୍‌ ଆଙ୍କର ଦୁଇ ଦିନ ତଳେ ନ୍ୟୁଜ ପଢ଼ୁଥିଲେ। ହେଲେ ହଠାତ୍ ସେ ଟିଭି ସ୍କ୍ରିନରେ ଖବର ନପଢ଼ି ନଜ ମନରେ ଥିବା ଦୁଃଖ ବଖାଣିବାକୁ ଲାଗିଲେ। ସେ ପ୍ରତିଦିନ କାମ କରୁଛନ୍ତି, କିନ୍ତୁ ତାଙ୍କୁ ଦରମା ମିଳୁନି ବୋଲି କହିଥିଲେ। ଏହାପରେ ସଂପୃକ୍ତ ଭିଡିଓଟି ଏବେ ସୋଶାଲ ମିଡିଆରେ ଚହଳ ପକାଇଛି। ସଂପୃକ୍ତ ଟିଭି ଚ୍ୟାନେଲ ହେଉଛି କେବିଏନ ଟିଭି ନ୍ୟୁଜ (କେନମାର୍କ ବ୍ରଡକାଷ୍ଟ୍ରିଂ ନେଟଓ୍ୱର୍କ)। ଆଉ ଏହି ନ୍ୟୁଜ ଆଙ୍କରଙ୍କ ନାଁ ହେଉଛି କବିନ୍ଦା କଲିମିନା।

[caption id="attachment_653599" align="aligncenter" width="650"]publive-image କେବିଏନ୍ ଟିଭିର ନ୍ୟୁଜ ଆଙ୍କର କବିନ୍ଦା କଲିମିନା[/caption]

Advertisment

ସେ ସ୍କ୍ରିନରେ ଖବର ପଢ଼ୁଥିବା ବେଳେ ଟିକିଏ ଅଟକି ଯାଇ କହିଥିଲେ, ଆମେ ସମସ୍ତେ ମଣିଷ। ଆମକୁ କେବିଏନ ଦରମା ଦେଇ ନାହିଁ। ଆମେ ଏଥିପାଇଁ କ୍ଷତିପୂରଣ ଦାବି କରୁଛୁ। କାବିନ୍ଦା କାଲିମିନାଙ୍କ ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏମିତିକି ସଂପୃକ୍ତ ଟିଭି ଚ୍ୟାନେଲକୁ ମଧ୍ୟ ଅନେକ ଲୋକ ସୋଶାଲ ମିଡିଆରେ ପ୍ରଶ୍ନବାଣରେ ଘେରିଛନ୍ତି। ଏହାପରେ କେବିଏନ୍ ଟିଭିର ସିଇଓ କେନେଡି କେ ମାମ୍ବେ ନିଜର ଫେସବୁକ ପେଜରେ ଏକ ପ୍ରେସ ରିଲିଜ ଜାରି କରିଛନ୍ତି। କାବିନ୍ଦା ଯାହା କହିଛନ୍ତି ତାହା ଜଣେ ମଦ୍ୟପର ଆଚରଣ ଏବଂ ଏଭଳି କହି କାବିନ୍ଦା ନିଜର ଲୋକପ୍ରିୟତା ବଢ଼ାଇବାକୁ ଚେଷ୍ଟା କରୁଥିଲେ ବୋଲି ସଂପୃକ୍ତ ଟିଭି ଚ୍ୟାନେଲ କହିଛି।

ଏହାପରେ କବିନ୍ଦା କମ୍ପାନୀର ବିବୃତ୍ତିକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହା ସମୂର୍ଣ୍ଣ ରୂପେ ଭୁଲ ଯେ ସେ ମଦ ପିଇ ଏଭଳି କହିଛନ୍ତି। ଯଦି ସେ ମଦ ପିଇଥିଲେ, ତା’ହେଲେ ଟିକିଏ ପୂର୍ବରୁ ଠିକ୍ ଭାବରେ କେମିତି ନ୍ୟୁଜ ପଢ଼ିଲେ ବୋଲି ପ୍ରଶ୍ନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe