Advertisment

ନାଇଜେରିଆରେ ଶୁଭିଲା ‘ଭୋଲି ସି ସୁରତ୍‌, ଆଁଖୋମେ ମସ୍ତି...’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଗୀତର ଚାହିଦା ଖାଲି ଭାରତରେ ନୁହେଁ, ବାହାରେ ଦେଶରେ ମଧ୍ୟ ରହିଛି। ନିକଟରେ ଏହାର ଏକ ଝଲକ୍‌ ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ଶାହରୁଖ୍ ଖାନଙ୍କ “କଲ୍ ହୋ ନା ହୋ”ର ଏକ ଗୀତକୁ ନାଇଜେରିଆର କିଛି ଯୁବକ ଗାଉଥିବା ଏହି ଭିଡିଓରେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା। ଲୋକେ ଗୀତଟିକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ଗୀତଟି ଭାଇରାଲ୍ ହେବା ପରେ ଏବେ ଶାହରୁଖ୍‌ଙ୍କ ଅଭିନୀତ ଫିଲ୍ମ “ଦିଲ୍ ୱାଲେ ଦୁଲ୍‌ହନିଆ”ର ଆଉ […]

ଅଦ୍ୟତନ ହୋଇଛି
ନାଇଜେରିଆରେ ଶୁଭିଲା ‘ଭୋଲି ସି ସୁରତ୍‌, ଆଁଖୋମେ ମସ୍ତି...’

Bhooli_Si_surat

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଗୀତର ଚାହିଦା ଖାଲି ଭାରତରେ ନୁହେଁ, ବାହାରେ ଦେଶରେ ମଧ୍ୟ ରହିଛି। ନିକଟରେ ଏହାର ଏକ ଝଲକ୍‌ ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ଶାହରୁଖ୍ ଖାନଙ୍କ “କଲ୍ ହୋ ନା ହୋ”ର ଏକ ଗୀତକୁ ନାଇଜେରିଆର କିଛି ଯୁବକ ଗାଉଥିବା ଏହି ଭିଡିଓରେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା।

Advertisment

ଲୋକେ ଗୀତଟିକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ଗୀତଟି ଭାଇରାଲ୍ ହେବା ପରେ ଏବେ ଶାହରୁଖ୍‌ଙ୍କ ଅଭିନୀତ ଫିଲ୍ମ “ଦିଲ୍ ୱାଲେ ଦୁଲ୍‌ହନିଆ”ର ଆଉ ଏକ ଗୀତ ‘ଭୋଲିସି ସୁରତ୍‌ ଆଖୋ ମେଁ ମସ୍ତି’ ଗୀତକୁ ନାଇଜେରିଆର କିଛି ଯୁବକ ଗାଉଥିବା ଦେଖିବାର ମିଳିଛି। ୫ଜଣ ଯୁବକ ମିଶି ଏହି ଗୀତଟିକୁ ଗାଇଛନ୍ତି। ଯଦିଓ ହିନ୍ଦୀର କିଛି ଶବ୍ଦ ସେମାନେ ସ୍ପଷ୍ଟ ଉଚ୍ଚାରଣ କରିପାରୁ ନାହାନ୍ତି, ତଥାପି ଗୀତକୁ ସେମାନେ ସମ୍ପୂର୍ଣ୍ଣ ଭାବେ ମନେ ରଖିଛନ୍ତି। ଏହି ୫ଜଣଙ୍କ ମଧ୍ୟରେ ଜଣେ ଗୀତଟିକୁ ଗାଉଥିବା ବେଳେ ଅନ୍ୟ ୪ଜଣ ଏହାକୁ ଦୋହରାଉଛନ୍ତି।

ଗୀତ ଗାଇବା ସହ ସେମାନେ ନାଚୁଛନ୍ତି ମଧ୍ୟ।

ଅଲି ଗୁଲ୍‌ ଖାନ୍‌ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲର୍‌ ଏହି ଭିଡିଓକୁ ଶେଆର କରିଛନ୍ତି। ଭିଡିଓ ଶେଆର କରି  ସେ ଲେଖିଛନ୍ତି- ‘ଲାଗୁଛି ଏହି ନାଇଜେରିଆ ଲୋକମାନେ ଆମଠୁ ଅଧିକ ବଲିଉଡ୍‌ ଫିଲ୍ମ ଦେଖୁଛନ୍ତି।’

Advertisment

https://twitter.com/alidaudzai_/status/1093235192968339456

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe