Advertisment

ଦିନ ରାତି ନ ଶୋଇ ରୋଗୀ ସେବା କରୁଥିଲେ ଡାକ୍ତର, ଶେଷରେ କାହିଁକି କାନ୍ଦିଲେ?

ନୂଆଦିଲ୍ଲୀ: କୋରନା ଭାଇରସ୍‌କୁ ନେଇ ସବୁଠି ଚର୍ଚ୍ଚା। ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଚୀନରେ ଏଯାବତ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚୀନ କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଯାତ୍ରୀଙ୍କ ଯାତ୍ରା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛି। ଚୀନର ଉହାନ୍‌ ସହରରେ ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଆମେରିକାରେ ପହଞ୍ଚି ଯାଇଛି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ଦିନ ରାତି ଏକ କରିଦେଉଛନ୍ତି। […]

ଅଦ୍ୟତନ ହୋଇଛି
ଦିନ ରାତି ନ ଶୋଇ ରୋଗୀ ସେବା କରୁଥିଲେ ଡାକ୍ତର, ଶେଷରେ କାହିଁକି କାନ୍ଦିଲେ?

rogi

Advertisment

ନୂଆଦିଲ୍ଲୀ: କୋରନା ଭାଇରସ୍‌କୁ ନେଇ ସବୁଠି ଚର୍ଚ୍ଚା। ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଚୀନରେ ଏଯାବତ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚୀନ କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଯାତ୍ରୀଙ୍କ ଯାତ୍ରା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛି।

Advertisment

ଚୀନର ଉହାନ୍‌ ସହରରେ ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ଆମେରିକାରେ ପହଞ୍ଚି ଯାଇଛି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ଦିନ ରାତି ଏକ କରିଦେଉଛନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଡାକ୍ତର ଭୋ ଭୋ ହୋଇ ହସ୍‌ପିଟାଲ୍‌ରେ କାନ୍ଦୁଛନ୍ତି। ତାଙ୍କର ଜଣେ ସହଯୋଗୀ ଡାକ୍ତରଙ୍କୁ ବୁଝାଉଛନ୍ତି। ଏହି ଡାକ୍ତର ଜଣକ ଅଧିକ କ୍ଲାନ୍ତ ହେବା ସହିତ ନ ଶୋଇ ଭୋକ ଉପବାସରେ ୨୪ ଘଣ୍ଟା ରୋଗୀଙ୍କ ସେବା କରି ଥକି ପଡ଼ିଥିବା କାରଣରୁ କାନ୍ଦୁଥିବା ଜଣାପଡ଼ିଛି।

ଡାକ୍ତର କ୍ଲାନ୍ତ ହୋଇ କାନ୍ଦୁଥିବା ଏହି ଭିଡିଓକୁ ଏଯାବତ ୩୨୫ ହଜାର ଥର ଦେଖା ଯାଇ ସାରିଲାଣି। ଚୀନ ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରିବାର କିଛି ସମୟ ପରେ ହଟାଇ ଦିଆଯାଇଥିଲା, କିନ୍ତୁ ପରେ ଟୁଇଟରରେ ଏହାକୁ ଅପଲୋଡ କରାଯାଇଥିଲା।

Advertisment

ସୂଚନା ଅନୁଯାୟୀ, ଏହି ଭିଡିଓ କ୍ଲିପ୍‌ ଉହାନ୍‌ ସହରର ଏକ ହସ୍‌ପିଟାଲ ଭିତରର ବୋଲି କୁହାଯାଉଛି। ଚୀନର ଏହି ସହରରେ ଯାତାୟାତ ପାଇଁ ଥିବା ଆକାଶପଥ, ରେଳପଥ ଓ ସଡ଼କପଥକୁ ବନ୍ଦ କରି ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe