ମା’ ଦୁର୍ଗାଙ୍କ ଗୀତରେ ନାଚିଲେ ସାଂସଦ ମିମି ଓ ନୁସ୍‌ରତ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବେଙ୍ଗଲ୍‌ ଅଭିନେତ୍ରୀ ତଥା ଲୋକସଭା ସାଂସଦ ମିମି ଚକ୍ରବର୍ତ୍ତୀ ଓ ନୁସ୍‌ରତ୍‌ ଜାହାନ୍‌ଙ୍କୁ ଗୋଟିଏ ଭିଡିଓରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଛି। ନାଚ ମାଧ୍ୟମରେ ଦୁହେଁ ମା’ ଦୁର୍ଗାଙ୍କୁ ସେମାନଙ୍କ ଭକ୍ତି ଜଣାଇଛନ୍ତି। ସୋମବାର ଭିଡିଓଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏହା ଖୁବ୍ ଭାଇରାଲ୍ ହେଉଛି।  ଫେସ୍‌ବୁକ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧.୬ ନିୟୁତ ଲୋକ ଦେଖି ସାରିଲେଣି। ଆସନ୍ତା ମାସରେ ଦୁର୍ଗା ପୂଜା। ଏଥିପାଇଁ ପଶ୍ଚିମ ବଙ୍ଗରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। […]

mimi3343

mimi3343

Puspanjali Panda
  • Published: Friday, 20 September 2019
  • , Updated: 20 September 2019, 03:43 PM IST

ନୂଆଦିଲ୍ଲୀ: ବେଙ୍ଗଲ୍‌ ଅଭିନେତ୍ରୀ ତଥା ଲୋକସଭା ସାଂସଦ ମିମି ଚକ୍ରବର୍ତ୍ତୀ ଓ ନୁସ୍‌ରତ୍‌ ଜାହାନ୍‌ଙ୍କୁ ଗୋଟିଏ ଭିଡିଓରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଛି। ନାଚ ମାଧ୍ୟମରେ ଦୁହେଁ ମା’ ଦୁର୍ଗାଙ୍କୁ ସେମାନଙ୍କ ଭକ୍ତି ଜଣାଇଛନ୍ତି।

ସୋମବାର ଭିଡିଓଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏହା ଖୁବ୍ ଭାଇରାଲ୍ ହେଉଛି।  ଫେସ୍‌ବୁକ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧.୬ ନିୟୁତ ଲୋକ ଦେଖି ସାରିଲେଣି।

ଆସନ୍ତା ମାସରେ ଦୁର୍ଗା ପୂଜା। ଏଥିପାଇଁ ପଶ୍ଚିମ ବଙ୍ଗରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଏହି ଉତ୍ସବ ଅକ୍ଟୋବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।

ମିମି ଓ ନୁସ୍‌ରତ୍‌ ନାଚୁଥିବା ଭିଡିଓଟିକୁ କ୍ୟାପ୍‌ଟେନ୍‌ ଟିଏମ୍‌ଟି ପକ୍ଷରୁ ରିଲିଜ୍‌ କରାଯାଇଛି। ‘ଆସେ ମା’ ଦୁର୍ଗା ସେ’ ଗୀତରେ ମିମି ଓ ନୁସ୍‌ରତ୍‌ଙ୍କ ସହିତ ବେଙ୍ଗଲୀ ଫିଲ୍ମ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ‘ଆସେ ମା’ ଦୁର୍ଗା ସେ’ ଗୀତରେ ଇନ୍ଦ୍ରଦୀପ ଦାସ ଗୁପ୍ତା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବାବା ଯାଦବ ଏହାକୁ କୋରିଓଗ୍ରାଫି କରିଛନ୍ତି।

ଟିଏମ୍‌ସି ଟିକେଟରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇ ମିମି ଚକ୍ରବର୍ତ୍ତୀ ଯାଦବପୁର ସାଂସଦ ଓ ନୁସରତ ଜାହାନ୍‌ ବସିରହାଟ୍‌ ସାଂସଦ ହୋଇପାରିଛନ୍ତି।

 

https://youtu.be/OjopH641Q3Q

Related story