Advertisment

ବେଲୁନ୍‌ ବିକାଳି ପିଲା ସହ ସେଲ୍ଫି ନେଇ ଚର୍ଚ୍ଚାରେ ନୁସରତ୍‌

ନୂଆଦିଲ୍ଲୀ : ଟିଏମ୍‌ସି ସାଂସଦ ନୁସରତ୍‌ ଜାହାନ୍‌ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଫଟୋକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। ଫଟୋରେ ନୁସରତ୍‌ ଗୋଟିଏ ଛୋଟ ପିଲାକୁ କୋଳରେ ଧରି ସେଲ୍‌ଫି ନେଇଛନ୍ତି। ପିଲାଟିର ପ୍ରକୃତ ପରିଚୟ ହେଉଛି ସେ ରାସ୍ତାରେ ବୁଲି ବୁଲି ବେଲୁନ୍‌ ବିକ୍ରି କରିଥାଏ। ତେବେ ବେଲୁନ୍‌ ବିକ୍ରି କରୁଥିବା ଏହି ପିଲାଟି ସହିତ ନୁସରତ୍‌ ଗୋଟିଏ […]

ବେଲୁନ୍‌ ବିକାଳି ପିଲା ସହ ସେଲ୍ଫି ନେଇ ଚର୍ଚ୍ଚାରେ ନୁସରତ୍‌

nusrat

Advertisment

ନୂଆଦିଲ୍ଲୀ : ଟିଏମ୍‌ସି ସାଂସଦ ନୁସରତ୍‌ ଜାହାନ୍‌ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଫଟୋକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି।

Advertisment

ଫଟୋରେ ନୁସରତ୍‌ ଗୋଟିଏ ଛୋଟ ପିଲାକୁ କୋଳରେ ଧରି ସେଲ୍‌ଫି ନେଇଛନ୍ତି। ପିଲାଟିର ପ୍ରକୃତ ପରିଚୟ ହେଉଛି ସେ ରାସ୍ତାରେ ବୁଲି ବୁଲି ବେଲୁନ୍‌ ବିକ୍ରି କରିଥାଏ। ତେବେ ବେଲୁନ୍‌ ବିକ୍ରି କରୁଥିବା ଏହି ପିଲାଟି ସହିତ ନୁସରତ୍‌ ଗୋଟିଏ ନୁହେଁ, ତିନୋଟି ଫଟୋ ପୋଷ୍ଟ କରିଛନ୍ତି।

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ବେଲୁନ୍‌ ବିକ୍ରି କରୁଥିବା ଏହି ଦେଢ଼ବର୍ଷର ପିଲାଟି ମୋ ୱିକେଣ୍ଡକୁ ସ୍ପେଶାଲ କରିଦେଇଛି, ଯିଏ କି ବେଲୁନ୍‌ଠାରୁ ବି ଅଧିକ କଲର୍‌ଫୁଲ୍‌ ଓ ସ୍ନେହୀ।’

Advertisment

https://www.instagram.com/p/B52pM8-H82t/?utm_source=ig_web_copy_link

ନୁସରତ୍‌ ଫଟୋଟିକୁ ପୋଷ୍ଟ କରିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍‌ ତାଙ୍କର ପ୍ରଶଂସା କରି କମେଣ୍ଟ ଦେଇ ଲେଖିଛନ୍ତି, ‘ଦିଦି ଆପଣ ବହୁତ ସୁନ୍ଦର ମଣିଷ।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣ ବହୁତ ଭଲ କାମ କରିଛନ୍ତି। ଚାହିଁଲେ ଏ ଗରିବ ଛୁଆଟି ପାଇଁ ଆହୁରି କିଛି କରିପାରିବେ।’

ସୂଚନାଯୋଗ୍ୟ, ନିକଟରେ ନୁସରତ୍‌ଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ସେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅଧିକ ଔଷଧ ଖାଇବା କାରଣରୁ ସେ ଏପରି ଅସୁସ୍ଥ ହୋଇ ପଡ଼ିଥିଲେ। କିନ୍ତୁ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe