Advertisment

ଫୋନ୍ କଲର୍‌ ଟ୍ୟୁନ୍‌ରେ କରୋନା ଭାଇରସ୍‌ !

ନୂଆଦିଲ୍ଲୀ : ଫୋନ୍‌ କଲେ ବାଜୁଛି କରୋନା ଭାଇରସ୍ ସମ୍ପର୍କିତ ସଚେତନତା ବାର୍ତ୍ତା। ଦେଶବାସୀଙ୍କୁ କରୋନା ସମ୍ପର୍କିତ ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତରେ ବ୍ୟବସାୟ କରୁଥିବା ବିଭିନ୍ନ ଟେଲିକମ୍‌ କମ୍ପାନୀ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଦୂର ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଟେଲିକମ୍‌ କମ୍ପାନୀକୁ […]

author-image
Puspanjali Panda
ଫୋନ୍ କଲର୍‌ ଟ୍ୟୁନ୍‌ରେ କରୋନା ଭାଇରସ୍‌ !

covid

ନୂଆଦିଲ୍ଲୀ : ଫୋନ୍‌ କଲେ ବାଜୁଛି କରୋନା ଭାଇରସ୍ ସମ୍ପର୍କିତ ସଚେତନତା ବାର୍ତ୍ତା। ଦେଶବାସୀଙ୍କୁ କରୋନା ସମ୍ପର୍କିତ ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତରେ ବ୍ୟବସାୟ କରୁଥିବା ବିଭିନ୍ନ ଟେଲିକମ୍‌ କମ୍ପାନୀ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି।

Advertisment

ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଦୂର ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ରିଙ୍ଗଟୋନ୍‌ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଏସ୍‌ଏନ୍‌ଏଲ୍‌, ଜିଓ ଏବଂ ଏୟାରଟେଲ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ପ୍ରି-କଲ୍‌ ସଚେତନତା କଲର୍‌ ଟ୍ୟୁନ୍‌ କାର୍ଯ୍ୟକାରୀ କରିଛନ୍ତି। ଯଦି ଜଣେ ମୋବାଇଲ୍‌ ଉପଭୋକ୍ତା ଅଲଗା ଭାବରେ ଅନ୍ୟ ଏକ କଲର୍‌ ଟ୍ୟୁନ୍‌କୁ ସବସ୍କ୍ରାଇବ୍‌ କରିବେ ତେବେ ତାଙ୍କୁ କରୋନା ସମ୍ପର୍କିତ କଲରଟ୍ୟୁନ୍‌ ଶୁଣାଯିବ ନାହିଁ।

Advertisment

ଏହି କଲରଟ୍ୟୁନରେ ବାର୍ତ୍ତା ଦିଆଯାଉଛି ଯେ କାଶ କିମ୍ୱା ଛିଙ୍କିବା ସମୟରେ ସର୍ବଦା ମୁହଁରେ ରୁମାଲ ବ୍ୟବହାର କରନ୍ତୁ। ସାବୁନରେ ନିୟମିତ ଭାବରେ ହାତକୁ ସଫା କରନ୍ତୁ। ଏହାସହ ମୁହଁ, ଆଖି ଓ ନାକରୁ ଛୁଇଁବାଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି। ଦେଶବାସୀଙ୍କ ସୁବିଧା ପାଇଁ ଏହି ବାର୍ତ୍ତାକୁ ହିନ୍ଦୀରେ ରଖାଯାଇଛି।