Advertisment

ମେଟ୍ରୋରେ ବୃଦ୍ଧ ଦମ୍ପତ୍ତି, ଫଟୋ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରେମର ସଂଜ୍ଞା ବୁଝିବା କଷ୍ଟକର। ଆଜିକାଲି ଦୁନିଆରେ ପରିଣତ ବୟସରେ ପ୍ରେମ ତିଷ୍ଠି ରହିବା ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ହେଲେ ବୟସର ସାୟାହ୍ନରେ ପରସ୍ପରର ସୁଖ ଦୁଃଖରେ ଭାଗୀଦାର ହୋଇପାରୁଥିବା ଯୋଡ଼ିଙ୍କ ପ୍ରେମକୁ ଶାସ୍ୱତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ଲୋକ ଏମିତି ବହୁ ପ୍ରତିଶୃତି ଦିଅନ୍ତି ସତ କିନ୍ତୁ ସେଥିରୁ ଖୁବ୍‌ କମ୍‌ ଏମିତି ଜୀବନ ବଞ୍ଚନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ଏକ ଦମ୍ପତ୍ତିଙ୍କର ଏକ ଫଟୋ ଭାଇରାଲ୍‌ ହେଉଛି। ଫଟୋରେ […]

ମେଟ୍ରୋରେ ବୃଦ୍ଧ ଦମ୍ପତ୍ତି, ଫଟୋ ହେଲା ଭାଇରାଲ୍‌

lic

Advertisment

ନୂଆଦିଲ୍ଲୀ: ପ୍ରେମର ସଂଜ୍ଞା ବୁଝିବା କଷ୍ଟକର। ଆଜିକାଲି ଦୁନିଆରେ ପରିଣତ ବୟସରେ ପ୍ରେମ ତିଷ୍ଠି ରହିବା ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ହେଲେ ବୟସର ସାୟାହ୍ନରେ ପରସ୍ପରର ସୁଖ ଦୁଃଖରେ ଭାଗୀଦାର ହୋଇପାରୁଥିବା ଯୋଡ଼ିଙ୍କ ପ୍ରେମକୁ ଶାସ୍ୱତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ଲୋକ ଏମିତି ବହୁ ପ୍ରତିଶୃତି ଦିଅନ୍ତି ସତ କିନ୍ତୁ ସେଥିରୁ ଖୁବ୍‌ କମ୍‌ ଏମିତି ଜୀବନ ବଞ୍ଚନ୍ତି।

Advertisment

ନିକଟରେ ସୋଶାଲ୍‌ ମିଡିଆରେ ଏକ ଦମ୍ପତ୍ତିଙ୍କର ଏକ ଫଟୋ ଭାଇରାଲ୍‌ ହେଉଛି। ଫଟୋରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ସାଲ୍‌ ଘୋଡେଇ ଦେଉଥିବାର ଦେଖିବାକୁ ମିଳିଛି। ଦୁହେଁ ମେଟ୍ରୋରେ କେଉଁଠିକୁ ଯାତ୍ରା କରୁଛନ୍ତି। ଦମ୍ପତ୍ତି ବସିଥିବା ସିଟ୍‌ ପଛପଟେ LICର ଏକ ବିଜ୍ଞାପନ ମଧ୍ୟ ଲାଗିଛି। ଯେଉଁଥିରେ ଲେଖାଅଛି- ‘ଖୁସିଓଁ କି ସୁରୁୱାଦ୍‌। ଜିନ୍ଦେଗୀ ଭର୍‌ କା ସାଥ୍‌’।

ଗତ ଗୁରୁବାର ଋଷି ବାଗ୍ରି ନାମକ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋକୁ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ଋଷି  କ୍ୟାପସନ୍‌ରେ ଲେଖିଥିଲେ- ‘ପିକ୍ଚର ଅଫ୍‌ ଦ ଡେ’।

Advertisment

ଯାହାର ଉତ୍ତରରେ କିଛି ଟ୍ୱିଟେରିଆନ୍‌ ସେ LICର ବିଜ୍ଞାପନ ଏହି ଦମ୍ପତ୍ତିଙ୍କ ପାଇଁ ପୁରା ଠିକ୍‌ ବୋଲି କହିଛନ୍ତି। ଆଉ କିଛି ଲୋକ ଜୀବନରେ ସେଇ ଭଲ ପାଇବା ଟିକକ ଦରକାର ଆଉ କିଛି ନୁହେଁ ବୋଲି ରିପ୍ଲାଏ ଦେଇଛନ୍ତି।

ଏହି ଟ୍ୱିଟ୍‌କୁ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୩୦୦ରୁ ଅଧିକ ଲୋକେ ଏଥିରେ ରିପ୍ଲାଏ ଦେଇଛନ୍ତି।

https://twitter.com/rishibagree/status/1197561989838434304

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe