ଭାଇରାଲ୍ ହେଉଛି ପୁରୁଣା ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର କିଛି ପୁରୁଣା ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି।
ଏଥିରୁ ଗୋଟିଏ ଫଟୋରେ ଆକାଂକ୍ଷା ରଞ୍ଜନ କପୁରଙ୍କୁ ସୁଶାନ୍ତ ଚୁମା ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ଆଉ ଏକ ଫଟୋରେ ସେମାନେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆକାଂକ୍ଷା ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସାଙ୍ଗ।

View this post on Instagram

Day 1 continued 💥💥

A post shared by not akanKsha (@akansharanjankapoor) on

‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଫଟୋଗୁଡ଼ିକ ରମେଶ ତୌରାନୀଙ୍କ ଦୀପାବଳୀ ପାର୍ଟିର, ଯେଉଁଥିରେ ବଲିଉଡ୍‌ର ବହୁ ଷ୍ଟାର ଯୋଗ ଦେଇଥିଲେ। ଏହି ଫଟୋଗୁଡ଼ିକୁ ଆକାଂକ୍ଷା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଗୋଟିଏ ଫଟୋ ପୋଷ୍ଟ୍ କରି ସେ ଲେଖିଥିଲେ ପ୍ରଥ ଦିନ ଜାରି ରହିଛି। ସେହିପରି ଅନ୍ୟ ଫଟୋଟିକୁ ସେ ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ପାଇବା ପରେ ପୋଷ୍ଟ୍ କରିଥିଲେ ଓ ‘ସବୁଦିନ ପାଇଁ’ ଲେଖିଥିଲେ।

View this post on Instagram

Forever

A post shared by not akanKsha (@akansharanjankapoor) on

ଆକାଂକ୍ଷା ଓ ସୁଶାନ୍ତ ଭଲ ବନ୍ଧୁଥିଲେ। ବିଭିନ୍ନ ପାର୍ଟିରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରୁଛି। ସେହିଭଳି ଏହି ମାମଲାରେ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଥିବା ବେଳେ ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତଦନ୍ତ କରୁଛି। ୟା ମଧ୍ୟରେ ଏନ୍‌ସିବି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିଆଙ୍କ ଭାଇ ବି ଗିରଫ ହୋଇଛନ୍ତି। ସୁଶାନ୍ତଙ୍କ ପାଇଁ ରିଆ ଗଞ୍ଜେଇ ଯୋଗାଡ଼ କରୁଥିବା ସ୍ୱୀକାର କରିଛନ୍ତି ବୋଲି ଏନ୍‌ସିବି ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ‘ରବିନ୍ ହୁଡ୍ ବିହାର କେ’ ମ୍ୟୁଜିକ୍ ଭିଡିଓ ଭାଇରାଲ୍

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

କୋରାପୁଟ ଝିଅ ନମିତାଙ୍କୁ ବ୍ରେକ୍ ଦେବେ ଅଭିନେତ୍ରୀ ବର୍ଷା

ପରିବା ବିକ୍ରି କରୁଥିବା ମହିଳା ଇନଫୋସିସର ସହ ପ୍ରତିଷ୍ଠାତା ନୁହନ୍ତି, ସତ କ’ଣ?

‘କିଛି ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଗୁଜବ ପ୍ରଚାର ହେଉଛି’

ଗଛର ଦାମ୍‌ ୪ ଲକ୍ଷ

ଡିଜିଟାଲ ‘ଚିକେନ୍ ଡିନର୍’ର ଯୁଗ ସରିଲା, ଲୋକେ ରଖିଲେ ଏମିତି ପ୍ରତିକ୍ରିୟା

ଲୁଟେରାକୁ ଧରିପକାଇଲେ ୧୫ ବର୍ଷର ଝିଅ, ସାବାସୀ ଦେଲେ ପ୍ରତାପ ଷଡ଼ଙ୍ଗୀ

ଗୁଡ଼ି ସହ ଆକାଶରେ ଉଡ଼ିଗଲା ୩ ବର୍ଷର ଝିଅ, ଦେଖନ୍ତୁ ଭିଡିଓ

ମକାରୁ ମଞ୍ଜି ଛଡ଼ାଉଛି ବାଇକ ଚକା, ଭିଡ଼ିଓ ଶେଆର୍ କଲେ ମହିନ୍ଦ୍ରା

କୁମ୍ଭୀରକୁ ଗିଳୁଛି ଆନାକୋଣ୍ଡା, ଦେଖନ୍ତୁ ଭିଡିଓ