Advertisment

ଭାଇରାଲ୍ ହେଉଛି ପୁରୁଣା ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର କିଛି ପୁରୁଣା ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି। ଏଥିରୁ ଗୋଟିଏ ଫଟୋରେ ଆକାଂକ୍ଷା ରଞ୍ଜନ କପୁରଙ୍କୁ ସୁଶାନ୍ତ ଚୁମା ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ଆଉ ଏକ ଫଟୋରେ ସେମାନେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆକାଂକ୍ଷା ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସାଙ୍ଗ। View this post on Instagram Day 1 continued 💥💥 A post shared […]

ଭାଇରାଲ୍ ହେଉଛି ପୁରୁଣା ଫଟୋ

two

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର କିଛି ପୁରୁଣା ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି।
ଏଥିରୁ ଗୋଟିଏ ଫଟୋରେ ଆକାଂକ୍ଷା ରଞ୍ଜନ କପୁରଙ୍କୁ ସୁଶାନ୍ତ ଚୁମା ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ଆଉ ଏକ ଫଟୋରେ ସେମାନେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆକାଂକ୍ଷା ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସାଙ୍ଗ।

Advertisment
View this post on Instagram

Day 1 continued 💥💥

A post shared by not akanKsha (@akansharanjankapoor) on

‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଫଟୋଗୁଡ଼ିକ ରମେଶ ତୌରାନୀଙ୍କ ଦୀପାବଳୀ ପାର୍ଟିର, ଯେଉଁଥିରେ ବଲିଉଡ୍‌ର ବହୁ ଷ୍ଟାର ଯୋଗ ଦେଇଥିଲେ। ଏହି ଫଟୋଗୁଡ଼ିକୁ ଆକାଂକ୍ଷା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଗୋଟିଏ ଫଟୋ ପୋଷ୍ଟ୍ କରି ସେ ଲେଖିଥିଲେ ପ୍ରଥ ଦିନ ଜାରି ରହିଛି। ସେହିପରି ଅନ୍ୟ ଫଟୋଟିକୁ ସେ ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ପାଇବା ପରେ ପୋଷ୍ଟ୍ କରିଥିଲେ ଓ ‘ସବୁଦିନ ପାଇଁ’ ଲେଖିଥିଲେ।

Advertisment
View this post on Instagram

Forever

A post shared by not akanKsha (@akansharanjankapoor) on

ଆକାଂକ୍ଷା ଓ ସୁଶାନ୍ତ ଭଲ ବନ୍ଧୁଥିଲେ। ବିଭିନ୍ନ ପାର୍ଟିରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରୁଛି। ସେହିଭଳି ଏହି ମାମଲାରେ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଥିବା ବେଳେ ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତଦନ୍ତ କରୁଛି। ୟା ମଧ୍ୟରେ ଏନ୍‌ସିବି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିଆଙ୍କ ଭାଇ ବି ଗିରଫ ହୋଇଛନ୍ତି। ସୁଶାନ୍ତଙ୍କ ପାଇଁ ରିଆ ଗଞ୍ଜେଇ ଯୋଗାଡ଼ କରୁଥିବା ସ୍ୱୀକାର କରିଛନ୍ତି ବୋଲି ଏନ୍‌ସିବି ସୂତ୍ରରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe