Advertisment

ଆଶ୍ଚର୍ଯ୍ୟ! ଲୋକମାନେ ବ୍ରିଜ୍‌ ଉପରୁ ହେଇଯାଉଛନ୍ତି ଗାଏବ୍‌

ନୂଆଦିଲ୍ଲୀ: ଏବେ ଆଶ୍ଚର୍ଯ୍ୟ କଲା ଭଳି ଏକ ଭିଡିଓ ଭାଇରାଲ୍‌ ହେବାକୁ ଲାଗିଛି। ଭିଡିଓରେ ଦେଖାଯାଉଛି ଏକ ପୋଲରେ ଲୋକମାନେ ଯିବା ଆସିବା କରୁଛନ୍ତି। ମାତ୍ର ହଠାତ୍‌ ବାମ ପଟକୁ ଯାଇ କୁଆଡ଼େ ଗାଏବ୍‌ ହୋଇ ଯାଉଛନ୍ତି। କାରଣ ତଳେ ନଦୀ ରହିଥିବାର ଦେଖାଯାଉଛି, ହେଲେ ସେମାନେ ନଦୀରେ ପଡ଼ିବାର ମଧ୍ୟ ଦେଖାଯାଉନାହିଁ। ଆପଣ ଥରେ ଏହି ଭିଡିଓ ଦେଖି ଅନୁମାନ କରନ୍ତୁ ତ ଲୋକମାନେ ବାମକୁ ବୁଲି ଯାଉଛନ୍ତି କୁଆଡ଼େ। Yes, the traffic just […]

ଅଦ୍ୟତନ ହୋଇଛି
ଆଶ୍ଚର୍ଯ୍ୟ! ଲୋକମାନେ ବ୍ରିଜ୍‌ ଉପରୁ ହେଇଯାଉଛନ୍ତି ଗାଏବ୍‌

t1-

Advertisment

ନୂଆଦିଲ୍ଲୀ: ଏବେ ଆଶ୍ଚର୍ଯ୍ୟ କଲା ଭଳି ଏକ ଭିଡିଓ ଭାଇରାଲ୍‌ ହେବାକୁ ଲାଗିଛି। ଭିଡିଓରେ ଦେଖାଯାଉଛି ଏକ ପୋଲରେ ଲୋକମାନେ ଯିବା ଆସିବା କରୁଛନ୍ତି। ମାତ୍ର ହଠାତ୍‌ ବାମ ପଟକୁ ଯାଇ କୁଆଡ଼େ ଗାଏବ୍‌ ହୋଇ ଯାଉଛନ୍ତି। କାରଣ ତଳେ ନଦୀ ରହିଥିବାର ଦେଖାଯାଉଛି, ହେଲେ ସେମାନେ ନଦୀରେ ପଡ଼ିବାର ମଧ୍ୟ ଦେଖାଯାଉନାହିଁ।

Advertisment

ଆପଣ ଥରେ ଏହି ଭିଡିଓ ଦେଖି ଅନୁମାନ କରନ୍ତୁ ତ ଲୋକମାନେ ବାମକୁ ବୁଲି ଯାଉଛନ୍ତି କୁଆଡ଼େ।

https://twitter.com/DannyDutch/status/1144968875819327490

ଏହି ଭିଡିଓକୁ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଆଶ୍ଚର୍ଯ୍ୟ ଏବଂ ଦ୍ୱନ୍ଦରେ ପକାଉଥିବା ଏହି ଭିଡିଓ ପଛରେ ରହିଛି କିଛି ଅଲଗା ବିଷୟ।

Advertisment

ଆପଣ ଅନେକ ସମୟରେ ଅପ୍‌ଟିକାଲ୍‌ ଭ୍ରମ ସୃଷ୍ଟି କରୁଥିବା ଭିଡିଓ ବା ଫଟୋ ଦେଖିଥିବେ। ଏହି ଭିଡିଓରେ ଯାହା ଦେଖୁଛନ୍ତି ତାହା ସେହି ଅପ୍‌ଟିକାଲ୍‌ ଭ୍ରମର ଏକ ଭିଡିଓ।

https://twitter.com/shearersbuddy/status/1144969548082417664

ଭିଡିଓରେ କୌଣସି ନଦୀ ନାହିଁ। ରାସ୍ତାର ବାମ ପଟେ ପାର୍କିଂ ରହିଛି। ଲୋକମାନେ ବାମକୁ ଗାଡ଼ି ପାର୍କିଂ କରିବାକୁ ଯାଉଛନ୍ତି। ଆପଣଙ୍କୁ ଦେଖାଯାଉଥିବା ନଦୀ ପ୍ରକୃତରେ ନଦୀ ନୁହେଁ, ଏହା ହେଉଛି ପାର୍କିଂର ଛାତ। ଛାତକୁ ଏହିଭଳି ଡିଜାଇନ୍‌ କରାଯାଇଛି ଯେ, ଭିଡିଓକୁ ଯିଏ ଦେଖିବ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବ।

https://twitter.com/Samvit35987290/status/1145301390828298241

ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। କିଛି ୟୁଜର୍‌ ଭିଡିଓ ଦେଖି ମଜାଦାର ଅନୁମାନ ମଧ୍ୟ ଲଗାଇଛନ୍ତି।

https://twitter.com/ab041937/status/1145021534517358593

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe