Advertisment

ବିଶ୍ୱର ଦାମିକିଆ ଦୁର୍ଗନ୍ଧ ଫଳ, ଯାହାର ଦାମ୍‌...

ଇଣ୍ଡୋନେସିଆ: ‘ଡ୍ୟୁରିଆନ୍’ ନାମରେ ଏକ ଫଳ ଇଣ୍ଡୋନେସିଆରେ ୫୦୦ ଡଲାର୍‌ରେ(ଗୋଟା) ବିକ୍ରି ହେଉଛି। ଯାହା ଭାରତୀୟ ମୁଦ୍ରାରେ ୩୫ ହଜାର ୭୩୦ ଟଙ୍କା ହେବ। ତେବେ ଏଭଳି ଦାମିକିଆ ଫଳ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ କଥାଟା ସତ। ଏ ଦାମିକିଆ ଫଳଟି କେବଳ ଇଣ୍ଡୋନେସିଆରେ ହିଁ ବିକ୍ରୟ ହୋଇଥାଏ। ଖାଲି ଦାମ୍‌ ଶୁଣି ଚକିତ ହେଉଛନ୍ତି କି ? ବାସ୍ତବରେ ଏହି ଫଳ ସମ୍ପର୍କରେ ଏମିତି କିଛି କଥା ରହିଛି ଯାହା ଶୁଣି […]

author-image
Puspanjali Panda
ଅଦ୍ୟତନ ହୋଇଛି
ବିଶ୍ୱର ଦାମିକିଆ ଦୁର୍ଗନ୍ଧ ଫଳ, ଯାହାର ଦାମ୍‌...

fruit4

ଇଣ୍ଡୋନେସିଆ: ‘ଡ୍ୟୁରିଆନ୍’ ନାମରେ ଏକ ଫଳ ଇଣ୍ଡୋନେସିଆରେ ୫୦୦ ଡଲାର୍‌ରେ(ଗୋଟା) ବିକ୍ରି ହେଉଛି। ଯାହା ଭାରତୀୟ ମୁଦ୍ରାରେ ୩୫ ହଜାର ୭୩୦ ଟଙ୍କା ହେବ। ତେବେ ଏଭଳି ଦାମିକିଆ ଫଳ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ କଥାଟା ସତ।

Advertisment

ଏ ଦାମିକିଆ ଫଳଟି କେବଳ ଇଣ୍ଡୋନେସିଆରେ ହିଁ ବିକ୍ରୟ ହୋଇଥାଏ।

ଖାଲି ଦାମ୍‌ ଶୁଣି ଚକିତ ହେଉଛନ୍ତି କି ? ବାସ୍ତବରେ ଏହି ଫଳ ସମ୍ପର୍କରେ ଏମିତି କିଛି କଥା ରହିଛି ଯାହା ଶୁଣି ଆପଣଙ୍କ ହୋସ୍‌ ଉଡିଯିବ। ଫଳଟି ହେଉଛି ଦୁନିଆର ସବୁଠାରୁ ଦୁର୍ଗନ୍ଧଯୁକ୍ତ ଫଳ। ଏହି ଫଳକୁ ଖାଉଥିବା ଲୋକଙ୍କର କହିବା ଅନୁସାରେ, ଦୂଷିତ ନାଳ ଗନ୍ଧ କିମ୍ୱା ଅନେକ ଦିନ ଧରି ସଫା ହୋଇ ନ ଥିବା ମୋଜା ପରି ଏହା ଗନ୍ଧାଏ। କିନ୍ତୁ ଏହାର ସ୍ୱାଦ ଅତି ମିଠା।

ଯେଉଁ ଷ୍ଟୋର୍‌ରେ ଏହାକୁ ବିକ୍ରି କରାଯାଉଛି, ସେଠାରେ ଏକ ଅଲଗା କାଚର ବକ୍ସରେ ଏହାକୁ ପଲିଷ୍ଟର୍‌ କପଡ଼ାରେ ଗୁଡ଼ାଇ ରଖାଯାଏ।

Advertisment

ଏହି ଫଳକୁ ଇଣ୍ଡୋନେସିଆ ଲୋକ ଏତେ ପସନ୍ଦ କରୁଛନ୍ତି ଯେ,ଏହା ସହିତ ସେଲ୍‌ଫି ମଧ୍ୟ ନେଉଛନ୍ତି। ଦକ୍ଷିଣ ଏସିଆରେ ଏହି ଫଳକୁ ‘ଫଳର ରାଜା’ ବୋଲି କୁହାଯାଇଥାଏ। ଜେ-କୁଇନ୍‌ ବ୍ରାଣ୍ଡର୍‌ ଏହି ଫଳଟି ସବୁଠାରୁ ଭଲ ବୋଲି କୁହାଯାଇଥାଏ। ସେଥିପାଇଁ ଏହା ଏକ ମହଙ୍ଗା ଫଳ।

View this post on Instagram

Mohon bersabar , ini ujian.. mohon bersabar... ????, Duuuhhhh.. ?????? . ?klik tombol biru "FOLLOW" di [email protected] ,biar kalian langsung dapetin up date video terbaru yaa gaess... ? . Tag Sahabat-Sahabat kalian yang baik hati yaaa..☝️ . Barang bekas bisa dimanfaatin lho gaess, Mau tau cara nya ??? ? FOLLOW?: ? : @2menit.kreatif ? : @2menit.kreatif ? : @2menit.kreatif . Cara masak yg Simple + Kreatif, Mau tau ??? ? FOLLOW ?: ? : @masak.kreatif ? : @masak.kreatif ? : @masak.kreatif . Cr : @migrationology #masak #resepmasakanindonesia #viral #belajarbaking #doyanbaking #makan #minum #food #cooking #kreatif #masakan #masakanrumahan #jajananpasar #resepmasakanrumahan #makanan #sarapanpagi #breakfast #makansiang #makanmalam #videomasak #kuliner #tasty #resepyummy #rujak #hijrah #resepmasakan #gorengan #indonesianfood #durian

A post shared by KULINER VIRAL●INDONESIA?? (@masak.viral) on

ଯେଉଁ ସୁପର୍‌ମାର୍କେଟ୍‌ରେ ଏହି ଫଳ ରଖାଯାଇଛି, ସେଠାକାର ମ୍ୟାନେଜରଙ୍କର କହିବା ଅନୁସାରେ, ଯେଉଁ ଲୋକଙ୍କୁ ଏହି ଫଳ ବହୁତ ପସନ୍ଦ, ସେମାନେ ତାଙ୍କ ନାମ ଗୁପ୍ତ ରଖିବା ପାଇଁ ଚାହୁଁଛନ୍ତି। କିନ୍ତୁ ଲୋକ ଏହି ଫଳକୁ ଖାଇବା ପରେ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର୍‌ କରୁଛନ୍ତି। ଏହି ଫଳର ଅନେକ ଫଟୋ ଓ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଶେଆର୍ କରାଯାଉଛି। କେହି ଏହାର ଆକାର ତ କେହି ଏହି ଫଳର ଦୁର୍ଗନ୍ଧକୁ ନେଇ କଥା ହୋଇଥାନ୍ତି। ସେହିପରି କିଛି ଲୋକ ୭୦ ହଜାର ଟଙ୍କାରେ ମିଳୁଥିବା ଜିନିଷ ସହ ଏହାକୁ ତୁଳନା କରୁଛନ୍ତି।