goat
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ୟୁଜର ବେଶ୍ ପସନ୍ଦ କରିବା ସହିତ ଶେଆର୍ ମଧ୍ୟ କୁରଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ ଗୋଟିଏ ଗଣ୍ଡାକୁ ଦେଖି ଧଳା ଛେଳିଟିଏ ଖୁସିରେ ନାଚୁଛି ଓ ତା’ ଚାରିପଟେ ବୁଲୁଛି। ଛେଳିକୁ ଡେଇଁବାର ଦେଖି ଗଣ୍ଡା ମଧ୍ୟ ଡେଇଁବାକୁ ଲାଗୁଛି। ଦୃଶ୍ୟଟି ଦେଖିବାକୁ ମନଛୁଆଁ ହୋଇଥିବାରୁ ୟୁଜରମାନେ ଏହାକୁ ଲାଇକ୍ କରିବା ସହିତ କମେଣ୍ଟ ମଧ୍ୟ ଦେଉଛନ୍ତି।
ଭିଡିଓଟିକୁ ସୁଶାନ୍ତ ନନ୍ଦ ନାମରେ ଜଣେ ବନବିଭାଗ ଅଧିକାରୀ ଶେଆର୍ କରିଛନ୍ତି। ସେ ଲେଖିଛନ୍ତି ଯେ ବିଭିନ୍ନ ବର୍ଗର ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା ସମ୍ଭବ। ଏହି ଭିଡିଓରେ ସେମାନଙ୍କ କାହାଣୀ ଅପେକ୍ଷା ସେମାନଙ୍କ ନାଚ ବେଶ୍ ସୁନ୍ଦର ହୋଇଛି। ବେଳେବେଳେ ଏକୁଟିଆ ଥିବା ଗଣ୍ଡାଙ୍କ ସହିତ ଛେଳିମାନଙ୍କୁ ଛାଡ଼ି ଦିଆଯାଏ। ଫଳରେ ଗଣ୍ଡା ସେମାନଙ୍କ ସହିତ ଖେଳି ପାରିବ ଓ ଚାପମୁକ୍ତ ହୋଇପାରିବ।
୫ ଜାନୁଆରୀରେ ଭିଡିଓଟିକୁ ପୋଷ୍ଟ କରାଯାଇଥିଲା। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଭିଡିଓଟିରେ ୧୦୦୦ରୁ ଅଧିକ ଲାଇକ୍ ଓ ୩୦୦ରୁ ଅଧିକ ରିଟ୍ୱିଟ୍ ହୋଇଛି। ୧୬ ସେକେଣ୍ଡ ଭିଡିଓଟି ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ୍ରେ ଭାଇରାଲ୍ ହୋଇଛି।
ଜଣେ ୟୁଜର ଭିଡିଓଟିକୁ ଦେଖି ଲେଖିଛନ୍ତି, ‘ଦେଖ କିପରି ଗଣ୍ଡା ଛେଳିର ନକଲ କରୁଛି। ଏହି ଭିଡିଓଟିକୁ ଦେଖି ମୋର ମନ ଖୁସି ହୋଇଗଲା।’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଭିଡିଓଟି ଦେଖି ଲାଗୁଛି, ଦୁହେଁ ଖୁବ୍ ଭଲ ସାଙ୍ଗ। ତାଙ୍କ ବନ୍ଧୁତା ଅତୁଟ ରହୁ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/goat.jpg)