Advertisment

ଗୁଗୁଲରେ ସର୍ବାଧିକ ଏହି ବିଷୟରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବୃୟାରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଗଲେ। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ କରିଥିବା ସ୍ୱୀକାର କରିଥିଲା। ଏହାପରେ ଫେବୃୟାରୀ ୨୬ ତାରିଖରେ ଭାରତର ବାୟୁସେନା ଏୟାର ସ୍ଟ୍ରାଇକ୍‌  କରି ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପରେ  ଥିବା  ୩୦୦ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲେ ।  ପୁଲୱାମା ଆକ୍ରମଣର ସଠିକ୍‌ ବଦ୍‌ଲା ନେବା ପରେ ଭାରତରେ ଖୁସିର ଲହରୀ ଖେଳୁଥିବା ବେଳେ ପାକିସ୍ତାନକୁ ଝଟକା […]

ଗୁଗୁଲରେ ସର୍ବାଧିକ ଏହି ବିଷୟରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ!

iaf_1551249543_725x725

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବୃୟାରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଗଲେ। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ କରିଥିବା ସ୍ୱୀକାର କରିଥିଲା। ଏହାପରେ ଫେବୃୟାରୀ ୨୬ ତାରିଖରେ ଭାରତର ବାୟୁସେନା ଏୟାର ସ୍ଟ୍ରାଇକ୍‌  କରି ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପରେ  ଥିବା  ୩୦୦ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲେ ।  ପୁଲୱାମା ଆକ୍ରମଣର ସଠିକ୍‌ ବଦ୍‌ଲା ନେବା ପରେ ଭାରତରେ ଖୁସିର ଲହରୀ ଖେଳୁଥିବା ବେଳେ ପାକିସ୍ତାନକୁ ଝଟକା ଲାଗିଛି।

Advertisment

ଏୟାର ସ୍ଟ୍ରାଇକ୍‌ ପରେ ଏବେ ଗୁଗଲ୍‌ରେ ଭାରତୀୟ ସେନା ବିଷୟରେ ଅଧିକ ସର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନ । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଦେଶରେ ‘ସର୍ଜିକାଲ୍‌ ସ୍ଟ୍ରାଇକ୍‌’ ପପୁଲାର୍‌ ଟର୍ମ ଭାବେ ସାମ୍ନାକୁ ଆସିଛି।  ‘ବାଲାକୋଟ’ ସ୍ଥାନକୁ ପାକିସ୍ତାନୀ ମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଥିବାର ଜଣାପଡିଛି। ଏପରିକି ପାକିସ୍ତାନୀମାନେ  ପାକ୍ ଏୟାରଫୋର୍ସ  ଅପେକ୍ଷା ଇଣ୍ଡିଆନ୍ ଏୟାରଫୋର୍ସ ବିଷୟରେ ଅଧିକ ପଢୁଛନ୍ତି। ସେତିକି ନୁହେଁ, ପାକିସ୍ତାନୀମାନେ ଯେଭଳି ଦ୍ରୁତମାତ୍ରାରେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ବିଷୟରେ ଗୁଗୁଲରେ ସର୍ଚ୍ଚ କରି ପଢୁଛନ୍ତି ତାହା ପାକିସ୍ତାନ ଆର୍ମି ଏବଂ ଏୟାରଫୋର୍ସଠାରୁ ଖୁବ୍ ଅଧିକ । କିଛି ୱେବସାଇଟ୍ ରହିଛି ଯାହା ଏହି ତଥ୍ୟକୁ ବାହାର କରିଥାଏ । ଲୋକମାନେ କେଉଁ ବିଷୟ ଉପରେ ଅଧିକ ସର୍ଚ୍ଚ କରନ୍ତି ଏବଂ ତାହାକୁ କେତେ ସମୟ ଦେଖନ୍ତି ତଥା ପଢନ୍ତି ତାହା ଏହି ୱେବ ସାଇଡ୍‌ରୁ ଜଣା ପଡ଼ିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe