ଆମେ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରୁଛୁ। କାର୍ଡ ପୂରାଇଲେ ଏଟିଏମରୁ ନୋଟ୍ ବାହାରୁଛି। ପାଣି ଏଟିଏମ୍ ବି ଅଛି। ତେବେ ଏବେ ଗୁପ୍ଚୁପ୍ ଏଟିଏମ୍ ବି ଆସିଯାଇଛି, ଯେଉଁଥିରେ ଆପଣ ଟଙ୍କା ପୂରାଇଲେ ଆପେ ଆପେ ଗୁପ୍ଚୁପ୍ ବାହାରୁଛି। ସୋଶାଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଅବଶ୍ୟ ଏହାର ସତ୍ୟତା କେତେ, ତାହା ଜଣାପଡ଼ିନି।
କରୋନା ଯୋଗୁ ଏବେ ସାମାଜିକ ଦୂରତା ସହିତ ଅନେକ କଟକଣା ଲାଗୁ କରାଯାଇଛି। ସୋଶାଲ ମିଡିଆରେ ଗୁପ୍ଚୁପ୍ ଏଟିଏମ ଦେଖିବା ପରେ ଅନେକ ଲୋକ ନିଜ ନିଜର ମତ ରଖିଛନ୍ତି। କିଏ ଲେଖିଛନ୍ତି ଏମିତି ଏଟିଏମ୍ ହେଲେ ଅଧିକ ଖଟା ପାଣି ଓ ଲୁଣ ମାଗି ହେବନି। ତେଣୁ ଏମିତି ମେସିନକୁ ଲୋକ କେତେ ପସନ୍ଦ କରିବେ, ତାହା ସମୟ କହିବ।
https://twitter.com/puju27/status/1278725219889233920
https://twitter.com/uptupic04/status/1278678099081625602
https://twitter.com/rose_k01/status/1278722369830350848
https://twitter.com/ritesh_nagpal/status/1278692293969494016
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା
ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।

Events & Festivals
୪୫ କୋଟି ଭକ୍ତଙ୍କ ସମାଗମର ସାକ୍ଷୀ ମହାକୁମ୍ଭ ୨୦୨୫
ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ଼ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆଶା କରିଥିଲେ, କିନ୍ତୁ ଏହି ସଂଖ୍ୟା ଏକ ମାସ ମଧ୍ୟରେ ହାସଲ ହୋଇସାରିଛି, ଏବଂ ଆହୁରି ୧୫ ଦିନ ବାକି ଅଛି।

National
ପ୍ରୟାଗରାଜରେ ପକ୍ଷୀ ମହୋତ୍ସବ, ପୁରସ୍କାର ମିଳିବ ୨୧ ଲକ୍ଷ ଟଙ୍କା
ଚଳିତ ଫେବୃଆରୀ ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

Events & Festivals
ମହାକୁମ୍ଭ- ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା
୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି।

Events & Festivals
ଆସନ୍ତାକାଲିଠୁ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ।