Advertisment

ଏଟିଏମରୁ ବାହାରୁଛି ଗୁପ୍‌ଚୁପ୍‌

ଆମେ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରୁଛୁ। କାର୍ଡ ପୂରାଇଲେ ଏଟିଏମରୁ ନୋଟ୍ ବାହାରୁଛି। ପାଣି ଏଟିଏମ୍ ବି ଅଛି। ତେବେ ଏବେ ଗୁପ୍‌ଚୁପ୍‌ ଏଟିଏମ୍‌ ବି ଆସିଯାଇଛି, ଯେଉଁଥିରେ ଆପଣ ଟଙ୍କା ପୂରାଇଲେ ଆପେ ଆପେ ଗୁପ୍‌ଚୁପ୍ ବାହାରୁଛି। ସୋଶାଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଅବଶ୍ୟ ଏହାର ସତ୍ୟତା କେତେ, ତାହା ଜଣାପଡ଼ିନି। କରୋନା ଯୋଗୁ ଏବେ ସାମାଜିକ ଦୂରତା ସହିତ ଅନେକ କଟକଣା ଲାଗୁ କରାଯାଇଛି। ସୋଶାଲ ମିଡିଆରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଏଟିଏମରୁ ବାହାରୁଛି ଗୁପ୍‌ଚୁପ୍‌

papnipuri-atm

ଆମେ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରୁଛୁ। କାର୍ଡ ପୂରାଇଲେ ଏଟିଏମରୁ ନୋଟ୍ ବାହାରୁଛି। ପାଣି ଏଟିଏମ୍ ବି ଅଛି। ତେବେ ଏବେ ଗୁପ୍‌ଚୁପ୍‌ ଏଟିଏମ୍‌ ବି ଆସିଯାଇଛି, ଯେଉଁଥିରେ ଆପଣ ଟଙ୍କା ପୂରାଇଲେ ଆପେ ଆପେ ଗୁପ୍‌ଚୁପ୍ ବାହାରୁଛି। ସୋଶାଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଅବଶ୍ୟ ଏହାର ସତ୍ୟତା କେତେ, ତାହା ଜଣାପଡ଼ିନି।

Advertisment

କରୋନା ଯୋଗୁ ଏବେ ସାମାଜିକ ଦୂରତା ସହିତ ଅନେକ କଟକଣା ଲାଗୁ କରାଯାଇଛି। ସୋଶାଲ ମିଡିଆରେ ଗୁପ୍‌ଚୁପ୍‌ ଏଟିଏମ ଦେଖିବା ପରେ ଅନେକ ଲୋକ ନିଜ ନିଜର ମତ ରଖିଛନ୍ତି। କିଏ ଲେଖିଛନ୍ତି ଏମିତି ଏଟିଏମ୍‌ ହେଲେ ଅଧିକ ଖଟା ପାଣି ଓ ଲୁଣ ମାଗି ହେବନି। ତେଣୁ ଏମିତି ମେସିନକୁ ଲୋକ କେତେ ପସନ୍ଦ କରିବେ, ତାହା ସମୟ କହିବ।

https://twitter.com/puju27/status/1278725219889233920

https://twitter.com/uptupic04/status/1278678099081625602

https://twitter.com/rose_k01/status/1278722369830350848

https://twitter.com/ritesh_nagpal/status/1278692293969494016