Advertisment

ମୁଁ ପାକିସ୍ତାନ କ୍ରିକେଟ ଟିମ୍‌ର ମା’ କିମ୍ବା ଫିଟ୍‌ନେସ୍‌ କୋଚ୍‌ ନୁହେଁ: ସାନିଆ

ଇସ୍‌ଲାମାବାଦ୍‌: ବିଶ୍ୱକପ୍‌ରେ ଭାରତଠାରୁ ପାକିସ୍ତାନ ହାରିବା ପରେ ପାକିସ୍ତାନ ଖେଳାଳି ଶୋଏବ୍‌ ମଲିକ୍‌ ଏବଂ ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ଏକ ପାର୍ଟିରେ ଦେଖିବାକୁ ମିଳିଥିଲା। ପାର୍ଟିରେ ସାନିଆ ଏବଂ ଶୋଏବ୍‌ଙ୍କ ସହ ଟିମ୍‌ର ଅନ୍ୟ ଖେଳାଳି ମଧ୍ୟ ସାମିଲ୍‌ ଥିଲେ। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ସାନିଆ ବହୁତ ସମାଲୋଚନାର ଶିକାର ହୋଇଛନ୍ତି। ସମାଲୋଚିତ ହେବା ପରେ ସାନିଆ ଏବେ ମୁହଁ ଖୋଲିଛନ୍ତି। […]

ମୁଁ ପାକିସ୍ତାନ କ୍ରିକେଟ ଟିମ୍‌ର ମା’ କିମ୍ବା ଫିଟ୍‌ନେସ୍‌ କୋଚ୍‌ ନୁହେଁ: ସାନିଆ

s11

Advertisment

ଇସ୍‌ଲାମାବାଦ୍‌: ବିଶ୍ୱକପ୍‌ରେ ଭାରତଠାରୁ ପାକିସ୍ତାନ ହାରିବା ପରେ ପାକିସ୍ତାନ ଖେଳାଳି ଶୋଏବ୍‌ ମଲିକ୍‌ ଏବଂ ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ଏକ ପାର୍ଟିରେ ଦେଖିବାକୁ ମିଳିଥିଲା। ପାର୍ଟିରେ ସାନିଆ ଏବଂ ଶୋଏବ୍‌ଙ୍କ ସହ ଟିମ୍‌ର ଅନ୍ୟ ଖେଳାଳି ମଧ୍ୟ ସାମିଲ୍‌ ଥିଲେ। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ସାନିଆ ବହୁତ ସମାଲୋଚନାର ଶିକାର ହୋଇଛନ୍ତି।

Advertisment

ସମାଲୋଚିତ ହେବା ପରେ ସାନିଆ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ମୋ ପୁଅକୁ ନେଇ ସେଠାକୁ ଯାଇ ନ ଥିଲି। ତା’ର ଯତ୍ନ କିଭଳି ନିଆଯିବ ତାହା ମୋତେ ଭଲଭାବରେ ଜଣା। ମୁଁ ପାକିସ୍ତାନ କ୍ରିକେଟ ଟିମ୍‌ର ମା’ କିମ୍ବା ଫିଟ୍‌ନେସ୍‌ କୋଚ୍‌ ନୁହେଁ’।

https://twitter.com/MirzaSania/status/1140702012113334278

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଭିଡିଓ ଭାଇରାଲ୍‌ ହେବା ପରେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲୀକ ସାନିଆଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ମୁଁ ସାନିଆଙ୍କ ପୁଅ ଇଜହାନଙ୍କ ପାଇଁ ବେଶ୍‌ ଚିନ୍ତିତ। ଏତେ ଛୋଟ ପିଲାକୁ କାଫେ ନେଇ ଯିବା ଆଦୌ ଉଚିତ୍‌ ନୁହେଁ।  ଉକ୍ତ କାଫେରେ ଜଙ୍କ୍‌ ଫୁଡ୍‌ ଦିଆଯାଏ ଯାହା ଖେଳାଳିମାନେ ଖାଇବା ନିଷିଦ୍ଧ। ତୁମେ ଜଣେ ଟେନିସ୍‌ ଷ୍ଟାର ଏବଂ ମା’ ହୋଇଥିବାରୁ ତାହା ତୁମକୁ ଜଣାଥିବା ବୋଲି ବୀଣା କହିଛନ୍ତି।

Advertisment

https://twitter.com/me_shihzadi/status/1140316015009705985

ବିଶ୍ୱକପ୍‌ ୨୦୧୯ରେ ୧୬ ତାରିଖରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ଧୁଳି ଚଟାଇ ବିଜୟ ହାସଲ୍‌ କରିଥିଲା। ଏହା ପରଠାରୁ ଭାରତର ବିଜୟକୁ ନେଇ ଧୁମ୍‌ଧାମ୍‌ରେ ଖୁସି ପାଳନ ହୋଇଥିଲା। କିନ୍ତୁ ପାକିସ୍ତାନ ହାରିବା ପରେ ତାଙ୍କ ଦେଶରେ କିଏ ଟିଭି ଭାଙ୍ଗୁଛି ତ ଆଉ କିଏ ପରାଜୟ ପଛରେ ପିଜା ଏବଂ ବର୍ଗର ଦାୟୀ କହୁଛି। ଏହାକୁ ନେଇ ଏବେ ବହୁତ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/RVCJ_FB/status/1140519010733182976

https://twitter.com/RVCJ_FB/status/1140333972490035200

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe