Advertisment

କେବେ ଦେଖିଛନ୍ତି ଏଭଳି ଟଏଲେଟ୍‌, ଭାଇରାଲ ହେଉଛି ଫଟୋ

ଲକ୍ଷ୍ନୌ: ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଶୌଚାଳୟ ଗୁଡ଼ିକର ଅବସ୍ଥା ବିଷୟରେ ଆପଣମାନେ ସମସ୍ତେ ଅବଗତ ଥିବେ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପବ୍ଲିକ ଟଏଲେଟ ବ୍ୟବହାରର ଅନେକ ଖରାପ ଅନୁଭୂତି ମଧ୍ୟ ଥାଇପାରେ। ତେବେ ଉପରେ ଫଟୋରେ ଯେପରି ଦୁଇଟି ଟଏଲେଟ୍ ତିଆରି ହୋଇଛି, ସେମିତି କେବେ କେଉଁଠି ଆପଣମାନେ ଦେଖି ନଥିବେ। ଏହି ଚିତ୍ରଟି ଆସିଛି ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଗୌରାଧୂନ୍ଧା ଗାଁରୁ, ଯାହା ସୋଶାଲ୍ ମିଡିଆରେ ଭାଇରାଲ […]

କେବେ ଦେଖିଛନ୍ତି ଏଭଳି ଟଏଲେଟ୍‌, ଭାଇରାଲ ହେଉଛି ଫଟୋ

toilet

Advertisment

ଲକ୍ଷ୍ନୌ: ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଶୌଚାଳୟ ଗୁଡ଼ିକର ଅବସ୍ଥା ବିଷୟରେ ଆପଣମାନେ ସମସ୍ତେ ଅବଗତ ଥିବେ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପବ୍ଲିକ ଟଏଲେଟ ବ୍ୟବହାରର ଅନେକ ଖରାପ ଅନୁଭୂତି ମଧ୍ୟ ଥାଇପାରେ। ତେବେ ଉପରେ ଫଟୋରେ ଯେପରି ଦୁଇଟି ଟଏଲେଟ୍ ତିଆରି ହୋଇଛି, ସେମିତି କେବେ କେଉଁଠି ଆପଣମାନେ ଦେଖି ନଥିବେ। ଏହି ଚିତ୍ରଟି ଆସିଛି ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଗୌରାଧୂନ୍ଧା ଗାଁରୁ, ଯାହା ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

Advertisment

ସେହି ଗାଁରେ ସର୍ବସାଧାରଣଙ୍କ ପାଇଁ ଗୋଟିଏ ଟଏଲେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ରାଜ୍ୟ ସରକାରଙ୍କ ଭାଷାରେ ଏହାକୁ ‘ଇଜ୍ଜତ ଘର୍’ କୁହାଯାଉଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା। କିନ୍ତୁ ଏହି କମ୍ପ୍ଲେକ୍ସର କିଛି କଠୋରୀରେ ଏହିଭଳି ଢଙ୍ଗରେ (ଉପର ଫଟୋରେ ଦେଖାଯିବା ଭଳି) ପାଖାପାଖି ଦୁଇଟି ଟଏଲେଟ ନିର୍ମାଣ କରାଯାଇଛି। ଦୁଇଟି ଟଏଲେଟ୍ ମଧ୍ୟରେ ପାଚେରି ନାହିଁ। ପୁଣି ସେଗୁଡ଼ିକ ଠିକ୍ ଢଙ୍ଗରେ ମଧ୍ୟ ନିର୍ମାଣ ହୋଇନାହିଁ। କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଫଟୋରୁ ଜଣାପଡ଼ୁଛି। କେବଳ ଏତିକି ନୁହେଁ, ଏହି କମ୍ପ୍ଲେକ୍ସର କିଛି କଠୋରୀରେ ଗୋଟିଏ ଲେଖାଏ ଟଏଲେଟ୍ ଥିଲେ ହେଁ ସେଥିରେ କବାଟ ଲାଗି ନାହିଁ। ତେଣୁ ଗାଁ ଲୋକେ ଏହି ଟଏଲେଟ୍ କମ୍ପ୍ଲେକ୍ସକୁ ବ୍ୟବହାର କରି ପାରୁ ନାହାନ୍ତି।

ଫଟୋ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ କହିଛି ଯେ ବିଭାଗୀୟ ଅଧିକାରୀମାନଙ୍କୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏମିତି କେମିତି ହେଲା, ସେ ବିଷୟରେ ସେମାନଙ୍କୁ ପଚରା ଯାଇଛି। ଜିଲ୍ଲାପାଳ କହିଛନ୍ତି, ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe