Advertisment

ଭାରତୀୟ ଫଟୋଗ୍ରାଫରଙ୍କ ‘ଅଣ୍ଡା’ ଲାଗି ପଛରେ ପଡ଼ିଗଲା ହଲିଉଡ୍‌ ଅଭିନେତ୍ରୀଙ୍କ ପୋଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେକର୍ଡ କରୁଛି ଅଣ୍ଡା। ସାମାନ୍ୟ ଅଣ୍ଡାର ଫଟୋଟିଏ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଧମାଲ୍‌ ମଚାଇଛି। ସର୍ବାଧିକ ଲାଇକ୍‌, କମେଣ୍ଟ ସାଉଁଟୁଥିବା ଏହି ଅଣ୍ଡାର ଫଟୋରେ ଏମିତି କ’ଣ ଅଛି କେଜାଣି ଯାହାକୁ ଏତେଲୋକ ଦେଖୁଛନ୍ତି ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ, କିନ୍ତୁ କଥାଟି ସତ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସାରା ବିଶ୍ୱରେ ଚହଲ ପକାଇଥିବା ଏହି ଅଣ୍ଡା ଫଟୋକୁ ଜଣେ ଭାରତୀୟ ଯୁବକ ଇଶାନ୍‌ ଗୋଏଲ୍‌ ଉଠାଇଥିଲେ। ଯାହାକି ୪୮କୋଟିରୁ ଅଧିକ ଲାଇକ୍‌ […]

ଅଦ୍ୟତନ ହୋଇଛି
ଭାରତୀୟ ଫଟୋଗ୍ରାଫରଙ୍କ ‘ଅଣ୍ଡା’ ଲାଗି ପଛରେ ପଡ଼ିଗଲା ହଲିଉଡ୍‌ ଅଭିନେତ୍ରୀଙ୍କ ପୋଷ୍ଟ

ishan_goel_1547892804_800x4

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେକର୍ଡ କରୁଛି ଅଣ୍ଡା। ସାମାନ୍ୟ ଅଣ୍ଡାର ଫଟୋଟିଏ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଧମାଲ୍‌ ମଚାଇଛି। ସର୍ବାଧିକ ଲାଇକ୍‌, କମେଣ୍ଟ ସାଉଁଟୁଥିବା ଏହି ଅଣ୍ଡାର ଫଟୋରେ ଏମିତି କ’ଣ ଅଛି କେଜାଣି ଯାହାକୁ ଏତେଲୋକ ଦେଖୁଛନ୍ତି ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ, କିନ୍ତୁ କଥାଟି ସତ।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସାରା ବିଶ୍ୱରେ ଚହଲ ପକାଇଥିବା ଏହି ଅଣ୍ଡା ଫଟୋକୁ ଜଣେ ଭାରତୀୟ ଯୁବକ ଇଶାନ୍‌ ଗୋଏଲ୍‌ ଉଠାଇଥିଲେ। ଯାହାକି ୪୮କୋଟିରୁ ଅଧିକ ଲାଇକ୍‌ ପାଇ ବିଶ୍ୱରେକର୍ଡ କରିଛି। ଏପରିକି ଏହି ଅଣ୍ଡା ଫଟୋ ପାଇଁ ହଲିଉଡ୍‌ ଅଭିନେତ୍ରୀ କେଲି ଜେନର୍‌ଙ୍କ ପୁଅର ଫଟୋ ମଧ୍ୟ ପଛରେ ପଡିଯାଇଛି। ଯାହାକି ପୂର୍ବରୁ ଟ୍ରେଣ୍ଡିଂରେ ଥିଲା।

ଗୋଏଲ୍‌ଙ୍କ କହିବା ଅନୁଯାୟୀ, ଫଟୋଟି ୪୮କୋଟିରୁ ଅଧିକ ଲାଇକ୍‌ ପାଇଛି। ତାଙ୍କ ଆକାଉଣ୍ଟରେ ୭.୯କୋଟି ଫଲୋଅର୍ସ ଥିବା ବଳେ ଏତେ ସଂଖ୍ୟାରେ ଲାଇକ୍‌ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ଅଣ୍ଡାର ପ୍ରଥମ ଫଟୋ ଜାନୁୟାରୀ ୪ରେ ପୋଷ୍ଟ ହୋଇଥିଲା। ଯାହାର କ୍ୟାପସନ୍‌ ଥିଲା ‘ଚାଲ ଗୋଟେ ବିଶ୍ୱ ରେକର୍ଡ କରିବା’। ଆଉ ଆଶ୍ଚର୍ଯ୍ୟଜନକ ଭାବେ ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଲାଇକ୍‌ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe