ନୂଆଦିଲ୍ଲୀ: ଆଜିକାଲି ପ୍ରି-ୱେଡିଂ ଏବଂ ପୋଷ୍ଟ-ୱେଡିଂ ଫଟୋଶୁଟ୍ର ଟ୍ରେଣ୍ଡ୍ ଚାଲିଛି। ବିବାହ ପୂର୍ବରୁ ନହେଲେ ବିବାହ ପରେ ଦମ୍ପତିଙ୍କୁ ଏକାଠି ଫଟୋଶୁଟ୍ କରିବାର ଦେଖିବାକୁ ମିଳୁଛି। ସେଗୁଡ଼ିକ ମଧ୍ୟରୁ କିଛି ଚର୍ଚ୍ଚାର ପରିସରକୁ ବି ଆସିଛି। ଏବେ କେରଳର ଏକ ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟିଛି। ବିବାହ ପରେ ସେମାନେ ଫଟୋଶୁଟ୍ କରିଛନ୍ତି, ତାହା ପୁଣି କାଦୁଅରେ। ଅର୍ଥାତ୍ ‘ମଡ୍ ଥିମ୍’ରେ ସେମାନେ ଫଟୋଶୁଟ୍ କରିଛନ୍ତି। ସେଥିପାଇଁ ସେମାନଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଏହି ଦମ୍ପତି ହେଲେ ଜୋସ୍ ଓ ଅନିଶା। ଜୋସ୍ ଜଣେ ରାଜନେତା ଓ ଅନିଶା ଜଣେ ନର୍ସ। ଦୁହିଁଙ୍କର ଏହି ଫଟୋଶୁଟ୍କୁ ସୋଶାଲ୍ ମିଡିଆରେ ଖୁବ୍ ଶେଆର କରାଯାଉଛି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରି-ୱେଡିଂ ଏବଂ ପୋଷ୍ଟ-ୱେଡିଂ ଫଟୋଶୁଟ୍ ପାଇଁ ଅଧିକାଂଶ ଗ୍ରାହକ ରୋମାଣ୍ଟିକ୍ ଫଟୋ ଉଠାଇବାକୁ ପସନ୍ଦ କରନ୍ତି। ତେଣୁ ବିଭିନ୍ନ ଥିମ୍ରେ ଫଟୋ ଉଠାଯାଇଛି। କିନ୍ତୁ ଏଥିପାଇଁ ‘ମଡ୍ ଥିମ୍’କୁ କେହି କେବେ ସାମିଲ୍ କରି ନଥିଲେ। ଆମ ପକ୍ଷରୁ ପ୍ରଥମ ଥର ଏଭଳି ପ୍ରୟାସ ହୋଇଛି।ଫଟୋଗୁଡ଼ିକରେ କେରଳର ସୌନ୍ଦର୍ଯ୍ୟ ବି କ୍ୟାପ୍ଚର୍ ହୋଇଛି।