akhaya
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ଏକ ଫଟୋ ଭାଇରାଲ୍ ହେଉଛି। ଏହି ଫଟୋରେ ମୋଦି ଥଟ୍ଟାମଜାରେ ଆରବଙ୍କ କାନ ଟାଣି ଧରିଥିବା ଦେଖିବାକୁ ମିଳିଛି।
https://www.instagram.com/p/CA4nPCjBkcM/?utm_source=ig_web_copy_link
ଏହି ଫଟୋରେ ମୋଦି ଆରବଙ୍କ କାନ ଭିଡ଼ି ଧରିଥିବା ସମୟରେ ସେ ହସୁଛନ୍ତି। ମୋଦି ମଧ୍ୟ ବେଶ୍ ଖୁସି ଅଛନ୍ତି। ତେଣୁ ଏହି ଫଟୋଟି ମୋଦି ଓ ଅକ୍ଷୟ କୁମାରଙ୍କ ଫ୍ୟାନ୍ଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନିକଟରେ ଟ୍ୱିଙ୍କିଲ୍ ଖାନ୍ନା ଲକଡାଉନ ବେଳେ ତାଙ୍କର ରୋଷେଇ ଦକ୍ଷତାକୁ ଆରବ ପ୍ରଶଂସା କରୁଥିବାର ଭିଡିଓ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ସେହିପରି ଆରବ ମଧ୍ୟ ଲକଡାଉନରେ ଏକ ଚକୋଲେଟ୍ କେକ୍ ତିଆରି କରିଥିଲେ। ଯାହାକୁ ଟ୍ୱିଙ୍କିଲ୍ ଫ୍ୟାନ୍ମାନଙ୍କ ପାଇଁ ଶେଆର୍ କରିଥିଲେ।
https://www.instagram.com/p/CAqPSeRDAz6/?utm_source=ig_web_copy_link
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/akhaya.jpg)