Advertisment

‘ଆଳୁ’ ଆଇଡିଆ କାମ କଲା

ନୂଆଦିଲ୍ଲୀ: ମେକ୍‌ଅପ୍‌ ବି ଗୋଟିଏ କଳା। ଯିଏ ନାହିଁ ସିଏ, ଏହା କରିପାରିବେ ନାହିଁ। ଭଲ ମେକ୍‌ଅପ୍‌ ଜଣେ ମହିଳା ହୁଅନ୍ତୁ ବା ପୁରୁଷ, ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେହିପରି ଏକ ଖରାପ ମେକ୍‌ଅପ୍‌ ସୁନ୍ଦର ବ୍ୟକ୍ତିଙ୍କୁ ବି ଅସୁନ୍ଦର କରି ଦେଇପାରେ। ଫିଲ୍ମ ଓ ଟେଲିଭିଜନ୍ ଇଣ୍ଡଷ୍ଟ୍ରୀ ବଢ଼ିବା ସହିତ ମେକ୍‌ଅପ୍‌ କରୁଥିବା ଲୋକଙ୍କ ଆବଶ୍ୟକତା ବି ବଢ଼ିଯାଇଛି। ତେବେ ଅନେକ ଲୋକ ସେମାନଙ୍କ ମେକ୍‌ଅପ୍‌ ଟ୍ୟାଲେଣ୍ଟକୁ ଦେଖାଇବାକୁ ଯାଇ ସୋଶାଲ୍ ମିଡିଆରେ ଭିଡିଓ […]

ଅଦ୍ୟତନ ହୋଇଛି
‘ଆଳୁ’ ଆଇଡିଆ କାମ କଲା

patato-1..

Advertisment

ନୂଆଦିଲ୍ଲୀ: ମେକ୍‌ଅପ୍‌ ବି ଗୋଟିଏ କଳା। ଯିଏ ନାହିଁ ସିଏ, ଏହା କରିପାରିବେ ନାହିଁ। ଭଲ ମେକ୍‌ଅପ୍‌ ଜଣେ ମହିଳା ହୁଅନ୍ତୁ ବା ପୁରୁଷ, ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେହିପରି ଏକ ଖରାପ ମେକ୍‌ଅପ୍‌ ସୁନ୍ଦର ବ୍ୟକ୍ତିଙ୍କୁ ବି ଅସୁନ୍ଦର କରି ଦେଇପାରେ। ଫିଲ୍ମ ଓ ଟେଲିଭିଜନ୍ ଇଣ୍ଡଷ୍ଟ୍ରୀ ବଢ଼ିବା ସହିତ ମେକ୍‌ଅପ୍‌ କରୁଥିବା ଲୋକଙ୍କ ଆବଶ୍ୟକତା ବି ବଢ଼ିଯାଇଛି। ତେବେ ଅନେକ ଲୋକ ସେମାନଙ୍କ ମେକ୍‌ଅପ୍‌ ଟ୍ୟାଲେଣ୍ଟକୁ ଦେଖାଇବାକୁ ଯାଇ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ୍ କରିଥା’ନ୍ତି। ଏଥିପାଇଁ ସେମାନେ କେତେବେଳେ ଡମିମାନଙ୍କ ସାହାଯ୍ୟ ନିଅନ୍ତି ତ କେତେବେଳେ ମଡେଲ୍‌ମାନଙ୍କୁ ନେଇ ଏହି କାର୍ଯ୍ୟ କରନ୍ତି।

Advertisment

ତେବେ ଜଣେ ବ୍ୟକ୍ତି ପାଦେ ଆଗକୁ ଯାଇ ଏଥିପାଇଁ ‘ଆଳୁ’ର ସାହାଯ୍ୟ ନେଇଥିଲେ। ସେ ‘ଆଳୁ’ରେ ନିଜ ମେକ୍‌ଅପ୍ ଟ୍ୟାଲେଣ୍ଟ୍ ଦେଖାଇଥିଲେ। ତାଙ୍କର ଏହି ଆଇଡିଆ ସମସ୍ତଙ୍କ ମନକୁ ବି ପାଇଥିଲା। ଗତବର୍ଷ ଡିସେମ୍ବର ମାସରେ ଏହି ଭିଡିଓଟିକୁ ଟିକ୍‌ଟକ୍‌ରେ ଛାଡ଼ିଥିଲେ। ପରେ ଏହାକୁ ଟ୍ୱିଟରରେ ପୋଷ୍ଟ୍ କରାଯାଇଥିଲା। ଆଉ ଭିଡିଓଟି ଖୁବ୍ ଭାଇରାଲ୍ ବି ହୋଇଥିଲା। କୋଟିଏ ତିରିଶ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଥିଲେ। ୭ ହଜାରରୁ ଅଧିକ ଥର ଏହାକୁ ରିଟ୍ୱିଟ୍ କରାଯାଇଥିଲା। ଯଦି ଆପଣ ଭିଡିଓଟିକୁ ସେତେବେଳେ ଦେଖି ପାରି ନଥିଲେ, ତା’ହେଲେ ଏବେ ଦେଖି ନିଅନ୍ତୁ-

https://twitter.com/klaidbitter/status/1077853033864855552

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe