Advertisment

କରୋନା ଭୟ: ଶିବଲିଙ୍ଗରେ ମାସ୍କ ପିନ୍ଧାଇଲା ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଆତଙ୍କ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ବାରଣାସୀର ଏକ ମନ୍ଦିରରେ ପୂଜକ କରୋନା ଭୟରେ ଶିବଲିଙ୍ଗକୁ ମାସ୍କ ପିନ୍ଧାଇବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ସେହି ମନ୍ଦିରରେ ଶିବଲିଙ୍ଗକୁ ଛୁଁଇବାକୁ ଭକ୍ତମାନଙ୍କୁ ମନା କରାଯାଇଛି। ଏଠାରେ ଶିବଲିଙ୍ଗରେ ମାସ୍କ ଲାଗିଥିବା ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହାକୁ ନେଇ ମନ୍ଦିରର ପୂଜକ […]

ଅଦ୍ୟତନ ହୋଇଛି
କରୋନା ଭୟ: ଶିବଲିଙ୍ଗରେ ମାସ୍କ ପିନ୍ଧାଇଲା ମନ୍ଦିର ପ୍ରଶାସନ

mask

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଆତଙ୍କ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ବାରଣାସୀର ଏକ ମନ୍ଦିରରେ ପୂଜକ କରୋନା ଭୟରେ ଶିବଲିଙ୍ଗକୁ ମାସ୍କ ପିନ୍ଧାଇବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ସେହି ମନ୍ଦିରରେ ଶିବଲିଙ୍ଗକୁ ଛୁଁଇବାକୁ ଭକ୍ତମାନଙ୍କୁ ମନା କରାଯାଇଛି। ଏଠାରେ ଶିବଲିଙ୍ଗରେ ମାସ୍କ ଲାଗିଥିବା ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଏହାକୁ ନେଇ ମନ୍ଦିରର ପୂଜକ କହିଛନ୍ତି, “କରୋନା ଭାଇରସ୍‌ ସମ୍ପର୍କରେ ସଚେତନତା ବାର୍ତ୍ତା ଦେବା ପାଇଁ ଭଗବାନ ବିଶ୍ୱନାଥଙ୍କ ଲିଙ୍ଗରେ ଆମେ ମାସ୍କ ପିନ୍ଧାଇଛୁ। ଯେପରି ଆମେ ଶୀତଦିନେ ଶିବଲିଙ୍ଗକୁ ବସ୍ତ୍ର ପିନ୍ଧାଇଥାଉ ଏବଂ ଖରାଦିନେ ଭଗବାନଙ୍କ ପାଇଁ ଏସି ଓ ଫ୍ୟାନ୍‌ ବ୍ୟବସ୍ଥା କରିଥାଉ, ସେହିପରି ଭାଇରସ୍‌ ସଂକ୍ରମଣ ନହେବା ପାଇଁ ମାସ୍କ ଲଗାଇବା ପାଇଁ ଠିକ୍ ମନେ କଲୁ। ଏହାଦ୍ୱାରା ସମାଜକୁ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଯିବ।”

ସେ ଆହୁରି କହିଛନ୍ତି, “କରୋନା ଭାଇରସ୍‌ ବ୍ୟାପୁଥିବାରୁ ଶିବଲିଙ୍ଗଙ୍କୁ ଛୁଇଁବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ଭକ୍ତମାନେ କେବଳ ଦୂରରେ ଛିଡ଼ା ହୋଇ ଦର୍ଶନ କରୁଛନ୍ତି।”

Advertisment

ବାରଣାସୀର ଏହି ମନ୍ଦିରରେ ପୂଜକ ଓ ଭକ୍ତ ମିଶି ଲୋକଙ୍କୁ ମାସ୍କ ବାଣ୍ଟୁଥିବାର ମଧ୍ୟ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe