ପଞ୍ଚ ତାରକା ହୋଟେଲ ଖାଦ୍ୟରେ ପୋକ !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରା ଅହମ୍ମଦାବାଦର ଗୋଟିଏ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ ଖରାପ ଖାଦ୍ୟ ଦେଉଥିବା ଅଭିଯୋଗ କରିଛନ୍ତି। ମୀରା ସୋଶାଲ୍‌ ମିଡିଆରେ ସେହି ହୋଟେଲ୍‌ର ଖରାପ ଖାଦ୍ୟର ଏକ ଭିଡିଓ ଶେଆର୍‌ କରିଛନ୍ତି। ମୀରା ଗତ ଗୋଟିଏ ସପ୍ତାହ ଧରି ଅହମ୍ମଦାବଦର ଏହି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହୁଛନ୍ତି, ଯେଉଁଠି ଖାଇବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା। ଏହାର ଏକ ଭିଡିଓ ଶେଆର୍‌ କରି ମୀରା କହିଛନ୍ତି, […]

pp

Puspanjali Panda
  • Published: Monday, 26 August 2019
  • , Updated: 26 August 2019, 05:16 PM IST

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରା ଅହମ୍ମଦାବାଦର ଗୋଟିଏ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ ଖରାପ ଖାଦ୍ୟ ଦେଉଥିବା ଅଭିଯୋଗ କରିଛନ୍ତି। ମୀରା ସୋଶାଲ୍‌ ମିଡିଆରେ ସେହି ହୋଟେଲ୍‌ର ଖରାପ ଖାଦ୍ୟର ଏକ ଭିଡିଓ ଶେଆର୍‌ କରିଛନ୍ତି।

ମୀରା ଗତ ଗୋଟିଏ ସପ୍ତାହ ଧରି ଅହମ୍ମଦାବଦର ଏହି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହୁଛନ୍ତି, ଯେଉଁଠି ଖାଇବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା। ଏହାର ଏକ ଭିଡିଓ ଶେଆର୍‌ କରି ମୀରା କହିଛନ୍ତି, ‘ମୁଁ ଅହମ୍ମଦାବାଦର ଏକ ହୋଟେଲ୍‌ରେ ରହୁଛି। ରୁମ୍‌ ସର୍ଭିସ୍‌ରେ ମୁଁ ଯେଉଁ ଖାଇବା ଅର୍ଡର୍‌ କରିଥିଲି, ସେଥିରେ ପୋକ ଚାଲୁଛନ୍ତି।’

https://twitter.com/MeerraChopra/status/1164790454107271169

ମୀରା ଆହୁରି କହିଛନ୍ତି, ‘ମୁଁ ଏହି ହୋଟେଲ୍‌ରେ ଗତ ଏକ ସପ୍ତାହ ହେଲା ରହୁଛି ଏବଂ ଏଥିପାଇଁ ମୋତେ ବହୁତ ଟଙ୍କା ମଧ୍ୟ ଦେବା ପାଇଁ ପଡୁଛି। କିନ୍ତୁ ଏଠି ଖାଦ୍ୟରେ ପୋକ ଖାଇବାକୁ ଦେଉଛନ୍ତି। ଏହି ହୋଟେଲ୍‌ରେ ରହିବା ଦିନଠାରୁ ମୁଁ ଅସୁସ୍ଥ ରହୁଛି। ବର୍ତ୍ତମାନ ମୁଁ ଏହାର କାରଣ ଜାଣିଲି। ହୋଟେଲ୍‌ରେ ରହିବାର ଗୋଟିଏ ସପ୍ତାହ ପରେ ମୁଁ ଖାଇବାରେ ପୋକ ଦେଖିବାକୁ ପାଇଲି।’

ମୀରାଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ‘ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍‌ ଇଣ୍ଡିଆ’ (FSSAI) ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି, ‘ଆମେ ଆପଣଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛୁ, ଦୟାକରି କିଛି ସମୟ ଦିଅନ୍ତୁ। ’

https://twitter.com/fssaiindia/status/1165130130139668480

ମୀରାଙ୍କର ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ୟୁଜରମାନେ ଫାଇଭ୍‌ ଷ୍ଟାର ହୋଟେଲ୍‌କୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related story