Advertisment

କରୋନାରୁ ଆରୋଗ୍ୟ ହେବା ପରେ ଭଉଣୀଙ୍କୁ ନାଚି ନାଚି ସ୍ୱାଗତ

ପୁଣେ: ‘କରୋନା’ ନାଁକୁ ଶୁଣିଲେ ସମସ୍ତେ ଏବେ ଛାନିଆ। ଯିଏ ଆରୋଗ୍ୟ ହୋଇ ଫେରୁଛନ୍ତି ସେମାନଙ୍କ ସହିତ ମିଶିବା ପାଇଁ ମଧ୍ୟ ଲୋକେ ଭୟଭୀତ ହେଉଛନ୍ତି। ଏଭଳି ସ୍ଥିତିରେ ପୁଣେର ଜଣେ ଝିଅ ତାଙ୍କ ଭଉଣୀ କରୋନାରୁ ଫେରିବା ପରେ ନାଚି ନାଚି ସ୍ୱାଗତ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପୁଣେର ଧନକଓ୍ୱଡି ନିବାସୀ ୨୩ ବର୍ଷୀୟ ଯୁବତୀ ସାଲୋନି ସତପୁତେ ତାଙ୍କ ଭଉଣୀ ଏକାନ୍ତବାସରୁ ଫେରିବା ପରେ ନାଚି ନାଚି […]

ଅଦ୍ୟତନ ହୋଇଛି
କରୋନାରୁ ଆରୋଗ୍ୟ ହେବା ପରେ ଭଉଣୀଙ୍କୁ ନାଚି ନାଚି ସ୍ୱାଗତ

girl_dancing

Advertisment

ପୁଣେ: ‘କରୋନା’ ନାଁକୁ ଶୁଣିଲେ ସମସ୍ତେ ଏବେ ଛାନିଆ। ଯିଏ ଆରୋଗ୍ୟ ହୋଇ ଫେରୁଛନ୍ତି ସେମାନଙ୍କ ସହିତ ମିଶିବା ପାଇଁ ମଧ୍ୟ ଲୋକେ ଭୟଭୀତ ହେଉଛନ୍ତି। ଏଭଳି ସ୍ଥିତିରେ ପୁଣେର ଜଣେ ଝିଅ ତାଙ୍କ ଭଉଣୀ କରୋନାରୁ ଫେରିବା ପରେ ନାଚି ନାଚି ସ୍ୱାଗତ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ପୁଣେର ଧନକଓ୍ୱଡି ନିବାସୀ ୨୩ ବର୍ଷୀୟ ଯୁବତୀ ସାଲୋନି ସତପୁତେ ତାଙ୍କ ଭଉଣୀ ଏକାନ୍ତବାସରୁ ଫେରିବା ପରେ ନାଚି ନାଚି ସ୍ୱାଗତ କରିଛନ୍ତି। ତାଙ୍କ ଭଉଣୀ ସ୍ୱାସ୍ଥ୍ୟ କର୍ମୀଙ୍କ କାରରୁ ଓହ୍ଲାଇବା ପରେ ନାଚିବା ଆରମ୍ଭ କରିଥିଲେ। ବଲିଉଡର "ଚିଲର ପାର୍ଟି" ଫିଲ୍ମର ହଟ ଜା ରେ ଛୋକରେ ନାମକ ଗୀତରେ ସାଲୋନି ତାଙ୍କ ଭଉଣୀକୁ ସ୍ୱାଗତ କରିଥିଲେ। ତେବେ ସାଲୋନିଙ୍କ ନିଆରା ସ୍ୱାଗତକୁ ଦେଖି ଆରୋଗ୍ୟ ହୋଇଥିବା ତାଙ୍କ ବଡ଼ ଭଉଣୀ ମଧ୍ୟ ଶେଷରେ ସାନ ଭଉଣୀ ସହ ସମାନ ଗୀତରେ ନାଚିଥିବା ଦେଖିବାକୁ ମିଳିଛି। ସାଲୋନିଙ୍କର ଏହି ନିଆରା ସ୍ୱାଗତ ପାଖରେ ଥିବା ପଡ଼ୋଶୀଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଯେତେବେଳେ ସାଲୋନିଙ୍କ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ପଡ଼ୋଶୀ ଲୋକମାନେ ସାଲୋନିଙ୍କ ପରିବାର ସହିତ ମିଶିବାକୁ ମଧ୍ୟ ରାଜି ହୋଇନଥିଲେ କି କୌଣସି ପ୍ରକାର ସହଯୋଗ ମଧ୍ୟ କରିନଥିଲେ।

https://twitter.com/Madan_Chikna/status/1284457597924282373

ପୁଣେ ମିରର ରିପୋର୍ଟ ଅନୁଯାୟୀ, ସାଲୋନିଙ୍କ ବାପା ଜୁଲାଇ୪ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ଜେଜେ ବାପା, ଭଉଣୀ ଏବଂ ମା’ ମଧ୍ୟ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe