Advertisment

ସାନିଟାଇଜରରେ ସଫା କରାଗଲା ପୁଲିସ୍‌ ଲାଠି

ନୂଆଦିଲ୍ଲୀ: ବିିଶ୍ୱ ମହାମାରୀ କୋଭିଡ୍-୧୯ ମୁକାବିଲା ପାଇଁ ଭାରତ ୨୧ ଦିନ ଧରି ଲକଡାଉନ। ସାରା ଦେଶରେ ଏହି ନିର୍ଦ୍ଦେଶକୁ ଠିକ୍ ଭାବେ  ଲାଗୁ କରିବାର ଦାୟିତ୍ୱ ପୁଲିସ୍ ପ୍ରଶାସନ ଉପରେ ରହିଛି। ପ୍ରତ୍ୟେକ ଗଳିକନ୍ଦିରେ ପୁଲିସ୍ ଉପସ୍ଥିତ ରହି ଜନସାଧାରଣ ଲକଡାଉନ୍ ନିୟମକୁ ପାଳନ କରୁଛନ୍ତି କି ନାହିଁ ତଦାରଖ କରୁଛନ୍ତି। ଲକଡାଉନ୍ ଘୋଷଣା ପରେ ପଞ୍ଜାବର ଆଇପିଏସ୍ ଅଫିସର ପଙ୍କଜ ନୈନଙ୍କ ଏକ ଟ୍ୱିଟ୍ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା, ଯାହାକୁ ଏବେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ସାନିଟାଇଜରରେ ସଫା କରାଗଲା ପୁଲିସ୍‌ ଲାଠି

punjab police

ନୂଆଦିଲ୍ଲୀ: ବିିଶ୍ୱ ମହାମାରୀ କୋଭିଡ୍-୧୯ ମୁକାବିଲା ପାଇଁ ଭାରତ ୨୧ ଦିନ ଧରି ଲକଡାଉନ। ସାରା ଦେଶରେ ଏହି ନିର୍ଦ୍ଦେଶକୁ ଠିକ୍ ଭାବେ  ଲାଗୁ କରିବାର ଦାୟିତ୍ୱ ପୁଲିସ୍ ପ୍ରଶାସନ ଉପରେ ରହିଛି। ପ୍ରତ୍ୟେକ ଗଳିକନ୍ଦିରେ ପୁଲିସ୍ ଉପସ୍ଥିତ ରହି ଜନସାଧାରଣ ଲକଡାଉନ୍ ନିୟମକୁ ପାଳନ କରୁଛନ୍ତି କି ନାହିଁ ତଦାରଖ କରୁଛନ୍ତି।

Advertisment

ଲକଡାଉନ୍ ଘୋଷଣା ପରେ ପଞ୍ଜାବର ଆଇପିଏସ୍ ଅଫିସର ପଙ୍କଜ ନୈନଙ୍କ ଏକ ଟ୍ୱିଟ୍ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା, ଯାହାକୁ ଏବେ ଡିଲିଟ୍ କରିଦିଆଯାଇଛି। ନୈନ୍ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଟ୍ୱିଟ୍ କରି କ୍ୟାପସନରେ 'ଲକଡାଉନ୍ ପାଳନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ' ବୋଲି ସେ ଲେଖିଥିଲେ। ଫଟୋଟି ଦେଖିଲେ ଏହା ସ୍ପଷ୍ଟ ଥିଲା ଯେ, ନିୟମ ଭାଙ୍ଗିଲେ ପୁଲିସ୍ ନିର୍ଧୂମ ଛେଚିବ। ଏଣୁ ପୁଲିସ୍ ଲାଠିଗୁଡ଼ିକୁ ସାନିିଟାଇଜ୍ କରାଯାଉଛି। ସେହିଭଳି ନୈନ୍ ଆଉ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଥିଲେ, ଯାହାର କ୍ୟାପସନରେ ସେ ଲେଖିଥିଲେ "ଯଦି କୌଣସି ବ୍ୟକ୍ତି ଲକଡାଉନ୍ ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ କିପରି ଦଣ୍ଡ ଦିଆଯିବ।"

ସେ ଆହୁରି ଲେଖିଛନ୍ତି ଯେ, ଏହା ପିକନିକ୍ ସମୟ ନୁହେଁ ଯେ ଆପଣ ରାସ୍ତାରେ ଯାଇ ଆରାମରେ ବୁଲିବେ, କିନ୍ତୁ ଏହା ଆପଣଙ୍କ ଏବଂ ଅନ୍ୟମାନଙ୍କ ସୁରକ୍ଷା ସହିତ ଜଡ଼ିତ | ତେଣୁ ଏହା ଅତ୍ୟନ୍ତ ଜରୁରୀ ଯେ, ଆପଣ ଲକଡାଉନ୍ ନିୟମ ପାଳନ କରନ୍ତୁ ଏବଂ ଘରେ ରୁହନ୍ତୁ | ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ନୈନ୍ ଟ୍ୱିଟଟିକୁ ଡିଲିଟ୍ କରିଦେଇଛନ୍ତି।

Advertisment

https://twitter.com/samjawed65/status/1242729059311902722?s=19

ପ୍ରକାଶଯୋଗ୍ୟ, ନୋଭେଲ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସବୁବେଳେ 'ସାମାଜିକ ଦୂରତା' ବିଷୟରେ କୁହାଯାଉଛି। ଏହା ସତ୍ତ୍ୱେ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏଣୁ ପୁଲିସ୍ ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରୁଛି।