Advertisment

ବକିଂହାମ୍‌ ରାଜପ୍ରାସାଦରେ ବାହାରିଛି ଚାକିରି, ଦରମା ୨୬ ଲକ୍ଷ

ଲଣ୍ଡନ: ଛୋଟ ହେଉ ବି ବଡ଼, ଜୀବନରେ ଚାକିରି ଖଣ୍ଡେ କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ଯଦି ଲଣ୍ଡନର ବକିଂହାମ୍‌ ରାଜପ୍ରାସାଦରେ ଚାକିରି କରିବାକୁ କୁହାଯାଏ, ତା’ହେଲେ ଆପଣ କ’ଣ ମନା କରିବେ? ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିକଟରେ। ଦରମା ବି କିଛି କମ୍‌ ନୁହେଁ। ଆମେ ଆପଣଙ୍କୁ ଗପ ଶୁଣାଉ ନାହୁଁ। ରାଜପ୍ରାସାଦରେ ଚାକିରି ଆବଶ୍ୟକ ବୋଲି ରୟାଲ ଫ୍ୟାମିଲି ତରଫରୁ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନ ବାହାର କରିଥିବା ୱେବସାଇଟ୍‌ […]

ଅଦ୍ୟତନ ହୋଇଛି
ବକିଂହାମ୍‌ ରାଜପ୍ରାସାଦରେ ବାହାରିଛି ଚାକିରି, ଦରମା ୨୬ ଲକ୍ଷ

queen-3.

Advertisment

ଲଣ୍ଡନ: ଛୋଟ ହେଉ ବି ବଡ଼, ଜୀବନରେ ଚାକିରି ଖଣ୍ଡେ କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ଯଦି ଲଣ୍ଡନର ବକିଂହାମ୍‌ ରାଜପ୍ରାସାଦରେ ଚାକିରି କରିବାକୁ କୁହାଯାଏ, ତା’ହେଲେ ଆପଣ କ’ଣ ମନା କରିବେ? ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିକଟରେ। ଦରମା ବି କିଛି କମ୍‌ ନୁହେଁ। ଆମେ ଆପଣଙ୍କୁ ଗପ ଶୁଣାଉ ନାହୁଁ। ରାଜପ୍ରାସାଦରେ ଚାକିରି ଆବଶ୍ୟକ ବୋଲି ରୟାଲ ଫ୍ୟାମିଲି ତରଫରୁ ବିଜ୍ଞାପନ ଦିଆଯାଇଛି।

Advertisment

publive-image

ବିଜ୍ଞାପନ ବାହାର କରିଥିବା ୱେବସାଇଟ୍‌ ମୁତାବକ, ମହାରାଣୀଙ୍କର ଜଣେ ସୋଶାଲ୍ ମିଡିଆ ମ୍ୟାନେଜର ଆବଶ୍ୟକ। ତାଙ୍କୁ ଡିଜିଟାଲ୍‌ କମ୍ୟୁନିକେସନ୍ ଅଫିସର ପଦବୀରେ ନିଯୁକ୍ତ କରାଯିବ। ସେ ମୁଖ୍ୟତଃ ମହାରାଣୀଙ୍କ ସମସ୍ତ ପ୍ରୋଗ୍ରାମ୍‌ ଓ ପ୍ଲାନିଂ ସମ୍ପର୍କରେ ବିଶେଷ ଢଙ୍ଗରେ ଲୋକଙ୍କୁ ଅବଗତ କରିବେ। ଏହି ବିଜ୍ଞାପନ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

publive-image

ଏହି ୱେବସାଇଟ୍ ମୁତାବକ, ଏହି ପଦବୀରେ ଯେଉଁ ବ୍ୟକ୍ତି ନିଯୁକ୍ତି ପାଇବେ ସେ ବର୍ଷକୁ ୩୦ ହଜାର ପାଉଣ୍ଡ ଅର୍ଥାତ୍ ୨୬ ଲକ୍ଷ ୫୮ ହଜାର ଟଙ୍କା ଦରମା ପାଇବେ।  ତାଙ୍କୁ ପ୍ରତି ସପ୍ତାହରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ  ୩୭.୫ ଘଣ୍ଟା କାମ କରିବାକୁ ପଡ଼ିବ। ବର୍ଷକୁ ୩୩ ଦିନ ଛୁଟି ମିଳିବ। ତା’ସହିତ ସବୁଦିନେ ମାଗଣାରେ ଲଞ୍ଚ୍ ମିଳିବ।

Advertisment

publive-image

ମହାରାଣୀଙ୍କ ସମସ୍ତ ପ୍ରୋଗ୍ରାମ୍‌ ଓ ପ୍ଲାନିଂ ସହିତ ଏହି ଅଧିକାରୀଙ୍କୁ ସବୁଦିନେ ଡିଜିଟାଲ ମିଡିଆରେ ଆସୁଥିବା ଷ୍ଟୋରିଗୁଡ଼ିକ ଉପରେ ନଜର ରଖିବାକୁ ପଡ଼ିବ। ବକିଂହାମ୍‌ ପ୍ଲାଲେସ୍‌ ପାଇଁ ଥିବା ଡିଜିଟାଲ ମିଡିଆ ବିଶଷଜ୍ଞ ଟିମ୍‌ ସହ ମଧ୍ୟ ତାଙ୍କୁ କାମ କରିବାକୁ ପଡ଼ିବ। ରୟାଲ୍ ଫ୍ୟାମିଲିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିଜିଟାଲ୍ ମିଡିଆ ଯୋଗେ ଲୋକଙ୍କୁ ଅବଗତ କରାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe